ଭବାନୀପାଟଣା:---(ତର୍ଜମା ନ୍ୟୁଜ)ଗତ ତା ୧୧,ରିଖ ରବିବାର ପୂର୍ବାହ୍ନ ଘ୧୧ ସମୟରେ କଳାହାଣ୍ଡି ଜିଲ୍ଲା ବାରଂ ପାଲିଆ ପଧାନ ପରିବାରର କୁଳ ମହୋତ୍ସବ ଊପଲଷେ ପ୍ରସ୍ତୁତି ବୈଠକ ନର୍ଲା ବ୍କକସ୍ଥିତ ଭାନପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବରିଷ୍ଠ ଆଇନଜୀବି ବିନୋଦ ବିହାରୀ ପଧାନ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ସରପଂଚ ହରି ପ୍ରସାଦ ପଧାନ ମାର୍ଗ ଦର୍ଶକ, ପ୍ରଖ୍ୟାତ ଗବେଷକ ଓ ସାହିତ୍ୟିକ ଜଗଦୀଶ ପଧାନ ମୁଖ୍ଯବକ୍ତା ଓ ଶିକ୍ଷାବିତ୍ ଓ କଵି କ୍ଷିତିପତି ପଧାନ ସଭାର ଉଦେଶ୍ଯ ଜ୍ଞାପନ କରିଥିଲେ। ଆବାହକ ଗିରିଶ ଚଦ୍ର ପଧାନ ସ୍ବାଗତ ଭାଷଣ, ପରିଚୟ ପ୍ରଦାନ ଓ ମଂଚ ପରିଚାଳନା କରିଥିଲେ। ପଧାନ ପରିବାରର ସାଂଗଠାନିକ ସଭ୍ଯ ଲମ୍ବୋଦର ପଧାନ, ବ୍ରୁନ୍ଦାବନ ପଧାନ, ପ୍ରଦୀପ ପଧାନ, ଶଂକର ପଧାନ, ଆଦିତ୍ୟ ପଧାନ ପ୍ରମୁଖ ଓ କଳାହାଣ୍ଡି ଜିଲ୍ଲା ଅନ୍ୟୁନ୍ୟ ୫୦ ଖଣ୍ଡ ଗ୍ରାମର ସଦସ୍ଯ ମାନେ ସକ୍ରିୟ ଅଂଶ ଗ୍ରହଣ କରି ସଭା କାର୍ଯ୍ୟ କୁ ସାଫଲ୍ଯ ମଣ୍ତିତ କରିଥିଲେ। ସଭାର ସିଦ୍ଧାନ୍ତ କ୍ରମେ ଆସନ୍ତା ଅକ୍ଟୋବର ୧୬ ତାରିଖ ଦିନ ରତନପୁର (ଆମପଡା) ଗ୍ରାମରେ କୁଳ ମହୋତ୍ସବ ପାଳନ ପାଇଁ ସ୍ଥାନ ନିରୁପଣ କରାଗଲା। କଳାହାଣ୍ଡି ଜିଲ୍ଲାର ସମସ୍ତ ବାରଂଗପାଲିଆ ପଧାନ ପରିବାର ଏହି ଉତ୍ସବ ରେ ଯୋଗଦାନ ଓ ସହଯୋଗ ନିମନ୍ତେ ସଭା ତରଫରୁ ଅନୁରୋଧ କରାଯାଇଥିଲା।
କଳାହାଣ୍ଡି ଵାରଂପାଲିଆ କୁଳ ମହୋତ୍ସବ ପାଇଁ ପ୍ରସ୍ତୁତି ଵୈଠକ
By: Tarzama News
0
Tags
ଭବାନୀପାଟଣା




Post a Comment