ଗୋଳାମୁଣ୍ଡା:----- (ତର୍ଜମା ନ୍ୟୁଜ)କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଗଣ୍ଡାମେର ଗ୍ରାମରେ ବିଳମ୍ବିତ ରାତ୍ରିରେ ରଜନୀ ମସରାଙ୍କ ଘରେ ନିଆଁ ଲାଗିବାରୁ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏତେ ବଡ଼ ଘଟଣା ଘଟିଲା ହେଲେ ପରିବାର ଲୋକେ ଜାଣି ପାରିଲେ ନାହିଁ । ଯେତେବେଳେ ମଟର ସାଇକେଲ ଗାଡିର ଟାୟାର ଶବ୍ଦଶୁଣି ପରିବାର ଲୋକେ ଭୟରେ ଉଠିପଡି ଦେଖିଲା ବେଳେକୁ ତାଙ୍କ ଘର ଜଳିଯାଉଛି । ରଜନୀ ମସରାଙ୍କ ସୂଚନା ମତେ ତାଙ୍କର ଦୁଇଟି ଘର ଅଛି ଗୋଟିଏ ଘରେ ପରିବାର ରହୁଥିବା ବେଳେ ଅନ୍ୟ ଘରେ ଯାବତୀୟ ସାମଗ୍ରୀ ରହୁଥିବା କହିଛନ୍ତି । ନିଆଁ କେମିତି ଲାଗିଲା କାରଣ ଅସ୍ପଷ୍ଟ ଏ ନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ରଖି ନ ଥିଲେ । ଏ ଘଟଣାରେ ଚାରୋଟି ସାଇକେଲ, ଗୋଟିଏ ମଟର ସାଇକେଲ,ଏକ ବର୍ଷର ଖାଦ୍ୟପେୟ ସହ ଟଙ୍କା ଓ ସୁନାରୁପା ପୋଡି ପାଉଁଶ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ତାଙ୍କର ପରିବାରଙ୍କ କହିବାନୁଯାୟୀ ଦଶ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ପ୍ରକାଶ କରିଛନ୍ତି । ଏ ଘଟଣା ଶୁଣିଲା ପରେ ସ୍ଥାନୀୟ ସରପଞ୍ଚ ହେମଲତା ନାଏକ,ପୂର୍ବତନ ସରପଞ୍ଚ ରାହସ ବିହାରୀ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ,ସମିତି ସଭ୍ୟ ଦୈତାରି ରାଉତ, ରାଜସ୍ୱ ନିରୀକ୍ଷକ ସନ୍ତୋଷ ପଣ୍ଡା ଓ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ହୋଇ ପରିବାର ପକ୍ଷକଙ୍କୁ ସାକ୍ଷାତ କରି ଆଶ୍ୱାସନା ଦେବା ସହ ସରକାର ତୁରନ୍ତ ପୀଡିତ ପରିବାର ଙ୍କୁ ସାହାଯ୍ୟ ଦେବା ପାଇଁ ଦାବି କରିଛନ୍ତି ।
ନିଆଁରେ ପୋଡି ଦୁଇ ବଖରା ଭସ୍ମୀଭୂତ : କାରଣ ଅସ୍ପଷ୍ଟ ୧୦ ଲକ୍ଷ୍ୟରୁ ଉର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଥିବା ପରିବାରଙ୍କ ଅଭିଯୋଗ
By: Tarzama News
0
Post a Comment