//BREAKING//
Loading...

ଶ୍ରେଷ୍ଠ ଶିକ୍ଷାଦାନ ଓ ସମାଜସେବା ପାଇଁ ଓଡିଶା ପ୍ରତିଭା ସମ୍ମାନ


 

ଭବାନୀପାଟଣା:----(ତର୍ଜମା ନ୍ୟୁଜ)ବିଭିନ୍ନ ସାମାଜିକ ଉନ୍ନତିମୂଳକ ସଚେତନତା ତଥା ଶିକ୍ଷା ମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ ଅଂଚଳରେ ଉନ୍ନତମାନର ଶିକ୍ଷାବ୍ୟବସ୍ଥା ସୃଷ୍ଟି କରିବାରେ ଶ୍ରେଷ୍ଠ ଅବଦାନ ପାଇଁ ଭବାନୀପାଟଣାସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକଙ୍କୁ *ଓଡିଶା ପ୍ରତିଭା ସମ୍ମାନ ୨୦୨୨* ଭୂବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ସମ୍ମାନିତ କରାଯାଇଛି। ପ୍ରତିକାର ଚାରିଟେବୁଲ ଟ୍ରଷ୍ଟ ର ନିର୍ଦ୍ଦେଶକ ଶୁଭାଶିଷ ମିଶ୍ରଙ୍କ ତତ୍ୱାବଧାନ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଠ ଶିକ୍ଷାବିତ ତଥା ଲେଖକ ଡ. ଫନୀ ମହାନ୍ତି, ଡ଼. ଶ୍ରୀବଚ୍ଛ ପରିଡା, ବରିଷ୍ଠ ସାମ୍ବାଦିକ ଜତିନ ଦାସ, ବରିଷ୍ଠ ଲେଖକ ଡ଼. ଘନ ପରିଡା ଓ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ନାୟିକା ଶୀତଳ ପାତ୍ର ପ୍ରମୁଖ ସମ୍ନାନୀତ ଅତିଥି ରୂପେ ଉପସ୍ଥିତ ଥିଲେ। ଏହି ସମ୍ମାନ ସମଗ୍ର କଳାହାଣ୍ଡିବାସି ଙ୍କୁ ଉତ୍ସର୍ଗୀତ ବୋଲି ଡ଼. ନାୟକ ନିଜ ପ୍ରତିକ୍ରିୟା ରଖିଥିଲେ। ଏହି ଉତ୍ସବ ଟି ପ୍ରତିକାର ଚାରିଟେବୁଲ ଟ୍ରଷ୍ଟ ଓ ପ୍ରତିକାର ଦୈନିକ ଖବର କାଗଜ ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe