//BREAKING//
Loading...

ବ୍ରିଟେନ୍ ମହାରାଣୀଙ୍କ ଦେହାନ୍ତ; ନୂଆ ରାଜା ଭାବେ ଦେଶକୁ ସମ୍ବୋଧୀତ କରିବେ କିଙ୍ଗ୍ ଚାର୍ଲ୍ସ


 ଲଣ୍ଡନ: ବ୍ରିଟେନ୍ ମହାରାଣୀ ଏଲିଜାବେଥଙ୍କ ଦ୍ୱିତୀୟଙ୍କର ୯୬ବର୍ଷ ବୟସରେ ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ମହାରାଣୀଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଗତକାଲି ରାତିରେ ସେ ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି । ରାଣୀଙ୍କ ଦେହାନ୍ତ ପରେ ତାଙ୍କର ଜ୍ୟେଷ୍ଠ ପୁତ୍ର କିଙ୍ଗ ଚାର୍ଲସ ରାଜା ଭାବେ ଶାସନ ଗାଦି ସମ୍ଭାଳିବେ । ତେବେ ଆଜି ବ୍ରିଟେନର ନୂଆ କିଙ୍ଗ ଚାର୍ଲ୍ସ ଦେଶକୁ ସମ୍ବୋଧିତ କରିବେ।ସୂଚନା ଅନୁଯାୟୀ, ବ୍ରିଟେନର ନୂତନ ରାଜାଙ୍କ ପ୍ରଥମ ସମ୍ବୋଧନ ତାଙ୍କ ମାଆ ରାଣୀ ଏଲିଜାବେଥଙ୍କ ମୃତ୍ୟୁ ଉପରେ ଆଧାରିତ ହେବ। କୁହାଯାଉଛି ଯେ ଆଗାମୀ କିଛି ଦିନ ପାଇଁ ବ୍ରିଟେନରେ ରାଣୀଙ୍କ ଅନ୍ତିମ ସଂସ୍କାର ଏବଂ କିଙ୍ଗ୍ ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଗାର୍ଡ ଅଫ ଅନର୍ ଦିଆଯିବ ଓ ତାପରେ କିଙ୍ଗ ଚାର୍ଲ୍ସ ଏବଂ ରାଣୀ କ୍ୟାମିଲା ଲଣ୍ଡନ ଆସି ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ସହ ଲୋକଙ୍କୁ ସମ୍ବୋଧିତ କରିବେ। ଏଥି ସହ ଶନିବାର ଦିନ ନୂତନ ରାଜାଙ୍କ ଔପଚାରିକ ଭାବେ ଘୋଷଣା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇପାରେ।ସୂଚନାଯୋଗ୍ୟ, ୭୩ ବର୍ଷିୟ ଚାର୍ଲ୍ସ ଅଷ୍ଟ୍ରେଲିଆ, କାନାଡ଼ା ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ୧୪ଟି ଅଞ୍ଚଳର ମୁଖ୍ୟ ରହିସାରିଛନ୍ତି। ରାଜ ପରିବାରର ନିୟମ ଅନୁଯାୟୀ, ଏଲିଜାବେଥ୍ ଦ୍ୱିତୀୟଙ୍କ ବିୟୋଗ ପରେ ଚାର୍ଲ୍ସଙ୍କୁ ହିଁ ଦାୟିତ୍ୱ ଗ୍ରହଣ କରିବାର ଥିଲା । ତେଣୁ ମହାରାଣୀଙ୍କ ଦେହାନ୍ତ ତୁରନ୍ତ ପରେ ହିଁ ତାଙ୍କୁ ରାଜା ଘୋଷଣା କରିଦିଆଗଲା। ଚାର୍ଲସଙ୍କ ରାଜା ହେବା ମାତ୍ରେ ତାଙ୍କ ପତ୍ନୀ ମଧ୍ୟ ବ୍ରିଟେନର ନୂଆ ମହାରାଣୀ ହୋଇଛନ୍ତି । କିନ୍ତୁ ତାଙ୍କ ପାଖରେ କୌଣସି ସାମ୍ବିଧାନିକ ପାୱାର ନାହିଁ। ସେ କେବଳ ମହାରାଜାଙ୍କ ପତ୍ନୀ ହୋଇଥିବାରୁ ରାଣୀ ଭାବେ ପରିଚିତ ହେବେ। ଜାଣିରଖନ୍ତୁ ଯେ ରାଣୀ ଏଲିଜାବେଥ୍ ଦ୍ୱିତୀୟ ମାତ୍ର ୧୫ ବର୍ଷ ବୟସରେ କ୍ଷମତା ଗ୍ରହଣ କରିଥିଲେ। ତାଙ୍କ ପିତା ରାଜା ଜର୍ଜ ଷଷ୍ଠଙ୍କ ମୃତ୍ୟୁ ପରେ ଏଲିଜାବେଥଙ୍କୁ ରାଣୀ କରାଯାଇଥିଲା। ସେ ୭୦ବର୍ଷ ଶାସନ କରିଥିଲେ ଏବଂ ଅନେକ ପ୍ରଧାନମନ୍ତ୍ରୀଙ୍କର ଉତ୍ଥାନପତନ ଦେଖିଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe