ସେହିପରି ଆପତ୍ତି ଥିବା ଜମିରେ ବାସଗୃହ କରି ରହିଥିବା ଗରିବଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣ ପତ୍ର କିମ୍ବା ଲ୍ୟାଣ୍ଡ ଏନ୍ଟାଇଟଲମେଣ୍ଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ୯୨ ହଜାର ୧୦୧ ହିତାଧିକାରୀଙ୍କୁ ଏହି ସାର୍ଟିଫିକେଟ୍ ପାଇଲେଣି । ପିଏମ୍ ଆବାସ ଯୋଜନାରେ ଲାଗୁ ନେଇ ଯେଉଁ ରାଷ୍ଟ୍ରୀୟ ଦଳର କେନ୍ଦ୍ରୀୟ ନେତାମାନେ ରାଜ୍ୟ ସରକାରଙ୍କୁ ଯେପରି ସମାଲୋଚନା କରୁଥିଲେ, ସେମାନଙ୍କୁ ଏବେ କେନ୍ଦ୍ର ସରକାର ଉଚିତ ଜବାବ ଦେଇଛନ୍ତି ।
ଘରଟିଏ ନଥିଲା । ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଗରିବଟିଏ ନିଜ ପାଇଁ ପକ୍କା ଘର କରିପାରିଛି । ଯେଉଁଥିପାଇଁ ଓଡ଼ିଶାର ୩ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅର୍ବାନ୍ କନକ୍ଲେଭରେ ପୁରସ୍କୃତ କରିବେ । ହିତାଧିକାରୀମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଧାମନଗର ବିଜ୍ଞପିତ ପରିଷଦର ବାଇନ ଜେନା, ଗଜପତି କାଶୀନଗର ବିଜ୍ଞପିତ ପରିଷଦର ପୋଲାକି ସଞ୍ଜୀବ ରାଓ ଏବଂ ଚୌଦ୍ବାର ମ୍ୟୁନିସିପାଲିଟିର ବାବନ ଖିଲାରଙ୍କୁ ଉତ୍ତମ ଗୃହ ନିର୍ମାଣ ପାଇଁ ପୁରସ୍କୃତ କରିବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଏହି ପୁରସ୍କାର ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବ ।
ଜାଗା ମିଶନ ନିୟମ ଅନୁଯାୟୀ ଆର୍ଥିକ ଅନଗ୍ରସର ହୋଇନଥିବା ବର୍ଗର ହିତାଧିକାରୀ ସମ୍ପୃକ୍ତ ଜମିର ବେଞ୍ଚ ମାର୍କର ୫୦ ପ୍ରତିଶତ ଅର୍ଥ ଜମା କରିବେ । ଏହାସହିତ ମ୍ୟୁନିସିପାଲଟିରେ ଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି ୩୦ରୁ ୪୫ ବର୍ଗ ମିଟର ଜମି ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବେ । ସେହିପରି ଏନ୍ଏସିରେ ୩୦ରୁ ୬୦ ବର୍ଗମିଟର ଜମି ଅଧିକାର ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବାକୁ ପଡିବ । ଏବେ ସହାରଞ୍ଚଳ ବାସଗୃହ ମିଶନ ଓ ଜାଗା ମିଶନର ଏକତ୍ରୀକରଣ ଯୋଗୁଁ ଜମି ଓ ଘର ପାଇବା ଆହୁରି ସହଜ ହୋଇଯିବ
Post a Comment