//BREAKING//
Loading...

ହଜରତ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ରେ ରକ୍ତଦାନ ଶିବିର ଅନୁଷ୍ଠିତ


  ଭବାନୀପାଟଣା:--( ତର୍ଜମା ନ୍ୟୁଜ )  ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ରେ ଥିବା ରକ୍ତ ଭଣ୍ଡାର ପରିସରରେ ହଜରତ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଏହି ରକ୍ତଦାନ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତଚନ୍ଦ୍ର ଶ୍ରୀଚନ୍ଦନ ଉଦଘାଟନ କରିଥିଲେ ।ସ୍ଥାନୀୟ ମୁସଲିମ  ଜମାତ ପରିଚାଳନା କମିଟି ସଭାପତି ସାହାଦତ ଖାଁ, ସମ୍ପାଦକ ଶେଖ ସଲିମ ଙ୍କ ସମେତ ମୁସଲିମ ସମ୍ପ୍ରଦାୟର ଅନେକ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।ବିଶେଷକରି ଏହି ରକ୍ତଦାନ ଶିବିର ରେ  ଦୁଇ ମହିଳା ସୁଶ୍ରୀ ଆସମା ଖାଁ ଓ ସୋଫିଆ ଚମନ  ରକ୍ତଦାନ କରିଥିବା ମୁଖ୍ୟ ଆକର୍ଷଣ ଥିଲା ।ଏହି ରକ୍ତଦାନ ଶିବିର ରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe