//BREAKING//
Loading...

ବିଜେଡି କର୍ମୀ ଙ୍କ କଂଗ୍ରେସ ଦଳରେ ଯୋଗଦାନ


 ଭବାନୀପାଟଣା :--(ତର୍ଜମା ନ୍ୟୁଜ)  ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ ସଭାପତି ଜଳନ୍ଧର ନାଏକ ଙ୍କ ନେତୃତ୍ୱରେ ଭବାନୀପାଟଣା ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଭାରତ ଭୂଷଣ ବେମାଲ ଙ୍କ ଉପସ୍ଥିତିରେ ବାଗଡିଆଣି ଗ୍ରାମପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ 

କଂଗ୍ରେସ ଦଳ ର ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବାସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ ଙ୍କ ବଳିଷ୍ଠ ନେତୃତ୍ୱ କୁ ସମ୍ମାନ ଜଣାଇ କଂଗ୍ରେସ ଦଳ ରେ ଯୋଗ ଦେଇଥିଲେ l ଆଗାମୀ ଦିନରେ ଅଂଚଳର ବିକାଶ ପାଇଁ ଦଳର ସଂଗଠନକୁ ସୁଦୃଢ କରି କଂଗ୍ରେସ କୁ ଶକ୍ତିଶାଳୀ କରିବେ ବୋଲି ଶପଥ ନେଇଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପରମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ବ୍ରଜ ମୋହନ ସାହୁ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ,ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ଜିଲ୍ଲା ସଂଯୋଜକ ସରୋଜ ବାଗ, ରାଜ୍ୟ ମିଡିଆସେଲ ସମ୍ପାଦକ ମୁରଲୀ ନାଏକ, ପୂର୍ବତନ ବ୍ଲକ ସଭାପତି ଦେବେନ୍ଦ୍ର          ନାଏକ, ପଂଚାୟତ୍ତିରାଜ ସଂଗଠନ ବ୍ଲକ ସଂଯୋଜକ ପରମେଶ୍ୱର ନାଏକ, ପୂର୍ବତନ ସରପଞ୍ଚ କ୍ରିଷ୍ଣା ମାଝୀ ଙ୍କ ସମେତ ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ ର ବରିଷ୍ଠ କର୍ମୀ ମାନେ ଉପସ୍ଥିତ ଥିଲେ l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe