ଭବାନୀପାଟଣା:---(ତର୍ଜମା ନ୍ୟୁଜ) ସଦରବ୍ଲକ ଅନ୍ତର୍ଗତ ସିର୍ଲିଗୁଡା ଠାରେ ଏକ ନିର୍ମାଣାଧୀନ କ୍ୟାମ୍ପ ରୁ ଚୋରି ଘଟଣା ରେ ସଦର ପୋଲିସ ଆଠ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବହୁ ଚୋରି ସାମଗ୍ରୀ ଜବତ କରି ଥିବା ଜଣା ପଡ଼ିଛି ।ପ୍ରାପ୍ତ ସୁଚନା ଅନୁଯାୟୀ, ସଦର ବ୍ଲକ ଅନ୍ତର୍ଗତ ସିର୍ଲିଗୁଡା ଠାରେ ରାପ ଇନମ୍ଫା ଟେକ ଦ୍ୱାରା ନିର୍ମାଣାଧୀନ ଏସଇଟିପି ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣାଧୀନ କାର୍ଯ୍ୟ ପରିସର ରୁ ନିୟମିତ ଭାବେ ବହୁ ମୂଲ୍ୟବାନ ଜିନିଷ ନିୟମିତ ଚୋରି ହେଉଥିଲା ।ସମ୍ପୃକ୍ତ ଠିକା ସଂସ୍ଥା ବିଳମ୍ବରେ ଜାଣି ପାରି ଏ ସମ୍ପର୍କରେ ସଦର ପୋଲିସ ରେ ଲିଖିତ ଅଭିଯୋଗ କରିଥିଲେ ।ସଦର ଥାନା ଅଧିକାରୀ ରଶ୍ମିତା ପ୍ରଧାନ ଙ୍କ ତତ୍ୱାବଧାନ ରେ ସବ-ଇନିସ୍ପେକ୍ଟର ଅନୁପମା ଛତ୍ରୀଆ ସଦଳବଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ଚୋରି ସାମଗ୍ରୀ ଜବତ କରିବା ସହ ଏ ଘଟଣା ରେ ସମ୍ପୃକ୍ତ ଆଠ ଜଣ ଙ୍କୁ ଗିରଫ କରି କୋର୍ଟ ଚଳାନ କରିଥିବା ଜଣାପଡ଼ିଛି ।ଏଠାରେ ସୂଚନାଯୋଗ୍ୟ ଯେ, ଏହି ନିର୍ମାଣାଧୀନ କାର୍ଯ୍ୟ ପରିସରରୁ ୬ଖଣ୍ଡ ସୋଲାର ପ୍ଲେଟ, ଗୋଟିଏ ଆଲମୀରା, ଚୌକି ଓ ଟେବଲ, ରନର ପାଇପ ପୋଲିଂ ୧୦ବ୍ୟାଗ, ଗୋଟିଏ ଡିଜି ଟ୍ରଲି, ମିକ୍ସଚର ମେସିନ ଟ୍ରଲି ଏକ, ମିକ୍ସଚର ମେସିନ ମୋଟର ତିନି ଓ ଗୋଟିଏ ବଡ଼ ମୋଟର, ଚାରିଖଣ୍ଡ ମିକ୍ସଚର ମେସିନ ଜ୍ୟାକ ଓ ଗୋଟିଏ ମିକ୍ସଚର ମେସିନ ପୁଲର ଚୋରି ଯାଇଥିଲା ଚୋରି ଅଭିଯୋଗରେ ଗିରଫ କେଶରୀ ରାଉତ, ଆଜାଦ ପୁଝାରି, ଆଶିକ ରାଉତ,ଗଜେନ୍ଦ୍ର ମାଝୀ, ଯଶୋବନ୍ତ ସୁନାନୀ ଓ ସନ୍ତୋଷ ମାଝୀ ସମସ୍ତେ ସିର୍ଲିଗୁଡା ଗ୍ରାମର , ଫୁକଯୋଡି ଗ୍ରାମର ଗୋବିନ୍ଦ ବାଗ ଓ କିଟ ପଦର ଗ୍ରାମର ଡମ୍ବରୁ ମାଝୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସଦର ପୋଲିସ ତରଫରୁ ଏହି ଚୋରି ଘଟଣା ର ତଦନ୍ତ ଜାରି ରହିଛି ଓ ଅତିଶୀଘ୍ର ଅବଶିଷ୍ଟ ଚୋରି ସାମଗ୍ରୀ ଜବତ କରିବା ପାଇଁ ସଦର ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ପୋଲିସ ସୂତ୍ରରୁ
ଜଣା ପଡ଼ିଛି ।



Post a Comment