//BREAKING//
Loading...

କଲମ ଗ୍ରାମରେ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ।


 

ଭବାନୀପାଟଣା:--(ତର୍ଜମା ନ୍ୟୁଜ ) ଶିଶୁ ମାନଙ୍କ ଅନ୍ତର୍ନିହିତ ଗୁଣ ର ବିକାଶ ପାଇଁ ସଦର ବ୍ଲକ ଅନ୍ତର୍ଗତ କଲମ ଗ୍ରାମ ପଞ୍ଚାୟତ ର କଳିଙ୍ଗ ଆଦର୍ଶ ଉଚ୍ଚ ବିଦ୍ୟାଳୟ , କଲମ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ମହୋତ୍ସବ ରେ କଲମ ସରପଞ୍ଚ ଶ୍ରୀମତୀ ଜୟମଣି ନାଏକ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେସି ଆର ସି ସି ସନ୍ତୋଷ କୁମାର ଆଚାର୍ଯ୍ୟ, ବିଦ୍ୟାଳୟର ପୂର୍ବତନ ସଭାପତି ତଥା ବର୍ତମାନ ର ସଭ୍ୟ ଶ୍ରୀ କୃଷ୍ଟ ଚନ୍ଦ୍ର ପ୍ରଧାନ,ତିଲଯୋଡି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟା ନନ୍ଦ ହୋତା, କଲମ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ ଚନ୍ଦ୍ର ସାହୁ, କଲମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀସଞ୍ଜୀବ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।ଏହି ମହୋତ୍ସବ ରେ ୧୫ ଗୋଟି ବିଦ୍ୟାଳୟ ର ୨୧୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସୁଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କଲମ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀ ମେଘନାଦ ପଟେଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe