ଭବାନୀପାଟଣା:---( ତର୍ଜମା ନ୍ୟୁଜ) ଭବାନୀପାଟଣା ସ୍ଥିତ ଜଳେଶ୍ବର ମନ୍ଦିର ରେ ଗତ ରାତିରେ ଚୋରି ହେବା ଘଟଣା ସମ୍ପ୍ରତି ଚର୍ଚ୍ଚା ର ବିଷୟ ହୋଇଛି ।ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ରାତିରେ ଦୁର୍ବୁର୍ତ୍ତ ମାନେ ଜଳେଶ୍ବର ମନ୍ଦିର ରେ ଥିବା ଗ୍ରୀଲ କବାଟ ଭାଙ୍ଗି ଚୋରୀ କରିଥିବା ଜଣାପଡ଼ିଛି ।ଏହି ଘଟଣା ସକାଳେ ଜଣାପଡିବା ପରେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।ମନ୍ଦିର ରୁ ଚୋରି ଯାଇଥିବା ସାମଗ୍ରୀ ମଧ୍ୟରେ ଦାନ ବାକ୍ସ, ଘଣ୍ଟ ୪ ଟା ପିତଳ ବାଲ୍ଟି ୪ଟା,ପିତଳ ଗଡୁ ୩ ଟା,ପିତଳ ଘଣ୍ଟି ୨ ଟା, ପିତଳ ପରାତ ୩ଟା,
ବଡ ନିଶାନ ଗୋଟିଏ ସମେତ ଅନେକ ଜିନିଷ ଚୋରି ଯାଇଛି ।ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସଂପାଦକ ସତ୍ୟ ନାରାୟଣ ବିଶି ଲିଖିତ ଭାବେ ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।ଟାଉନ ଥାନା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଧାରୁଆ ଙ୍କ ନେତୃତ୍ୱରେ ଉକ୍ତ ଚୋରି ଘଟଣା ର ତଦନ୍ତ ଚାଲିଥିବା ଜଣା ପଡ଼ିଛି ।




Post a Comment