//BREAKING//
Loading...

ଗାନ୍ଧୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ


  ଭବାନୀପାଟଣା: (ତର୍ଜମା ନ୍ୟୁଜ) ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ରାଷ୍ଟ୍ରପିତା ଗାନ୍ଧୀ ଜୀ ଓ ମହାନ ଜନନାୟକ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ପାଳନ କରାଯାଇଛି। ପ୍ରଶାନ୍ତ କୁମାର ମିଶ୍ର, ଡିପିଏମ,(ଓଏଲଏମ) ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଓ ବରିଷ୍ଠ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ପ୍ରତେକ ଛାତ୍ରଛାତ୍ରୀ  ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଭାତୃଭାବ,ଦେଶପ୍ରେମ , ରାଷ୍ଟ୍ରଗଠନ ରେ ସାମିଲ ହେବା ପାଇଁ ସମସ୍ତ ଅତିଥି ଗଣ ଆହ୍ୱାନ ଦେଇଥିଲେ।



 ଶିକ୍ଷୟିତ୍ରୀ ମିକୁମିକ୍ସ ନାଏକ ସଭା ପରିଚାଳନା କରିଥିଲା ବେଳେ ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ଧନ୍ୟବାଦ ଦେଇଥିଲେ। ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଜୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା। ଶିକ୍ଷକ ବସନ୍ତ ନାଏକ, ତପନ ନାଏକ, ବୃଷଭ ଦାସ, ବିକାଶ ଦାସ, ସୁଶାନ୍ତ ନାଏକ, ନରେଶ ସୁନାନୀ ସକ୍ରିୟଅଂଶ ଗ୍ରହଣ କରି ସହଯୋଗ କରିଥିଲେ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe