ଭବାନୀପାଟଣା:--(ତର୍ଜମା ନ୍ୟୁଜ) ଭବାନୀପାଟଣା ମାଁ ମାଣିକେଶ୍ବରୀ ମନ୍ଦିର ଠାରେ ,ଓଡିଶା ଫୋଟୋ ଅସିସେସେସେନ ର କର୍ମକର୍ତା ଭବାନୀପାଟଣା ସହରର ମାଁ ମାଣିକେଶ୍ବରୀ ମନ୍ଦିର ରେ ଦର୍ଶନ ପାଇଁ ଗ୍ରୁପ୍ ର କର୍ମକର୍ତ୍ତା ଭାଇମାନେ ଶ୍ରୀ ମିଥୁନ କୁମାର ଜେନା ଙ୍କ ସମେତ ସହସମ୍ପାଦକ ଶ୍ରୀ ଶିବ ଚରଣ ମହାନ୍ତି ଉପଦେଷ୍ଟା ଶ୍ରୀ ପ୍ରକାଶ ଦଳାଇ(ପି ଆର .ସମ୍ପାଦକ ) ଶ୍ରୀ ଶ୍ରୀକାନ୍ତ ସାହୁ ସମିତି ସଭ୍ୟ,ଆସିଥିଲେ, କଳାହାଣ୍ଡି ପ୍ରଫେସନାଲ ଫୋଟୋ ଗ୍ରାଫର ଭାଇମାନେ ସ୍ୱାଗତ କରିଥିଲେ । ଫୋଟୋଗ୍ରାଫର ମାନେ ପ୍ରଥମେ ମାଁ ମାଣିକେଶ୍ଵରୀ ଙ୍କ ଦର୍ଶନ କରିବା ସହିତ ଚଳିତ ବର୍ଷ ଭୁବନେଶ୍ଵର ଠାରେ ହେବାକୁ ଥିବା *ପାଓ ଫୋଟୋ ଫୈର୍ ୨୦୨୨* ପାଇଁ କଳାହାଣ୍ଡି ର ଫୋଟୋ ଗ୍ରାଫର ଭାଇ ମାନଙ୍କୁ ନିମନ୍ତ୍ରଣ କରିବା ସହିତ ରୟାଲ ପାର୍କ କୁ ଯାଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉପସ୍ଥିତ ଫୋଟୋ ଗ୍ରାଫର ମାନେ ହେଲେ ସୁଶାନ୍ତ କୁମାର ମୁଣ୍ଡ ( ସଭାପତି ) ଦୁଃଖିଶ୍ୟାମ ପ୍ରଧାନ ( କାର୍ଯ୍ୟକାରୀ ସଭାପତି )ରଂଜନ ସାହୁ , ପ୍ରଦୀପ ରାଉତ,ଖୀର ଚଣ୍ଡୀ,ସୁମେଶ ସୁବୁଦ୍ଧି, ସୁଶାନ୍ତ କରୁଆଁ,ରୋହିତ, ବୈଶବ୍ ଜାଲ ,ବେଣୁଧର ଗହିର ଓ ସନ୍ତୋଷ ଛତ୍ରିଆ ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ସମସ୍ତ କଳାହାଣ୍ଡି ଜିଲ୍ଲାର ଫୋଟୋ ଗ୍ରାଫର ଭାଇ ମାନଙ୍କୁ ନିମନ୍ତ୍ରଣ କରିଥିଲେ ଓ ଏଠାରେ ଉପସ୍ଥାପନ ରଖିଥିଲେ । କଳାହାଣ୍ଡି ପ୍ରଫେସନାଲ ଫୋଟୋଗ୍ରାଫର ଆସୋସିଏସନ୍ ର କାର୍ଯ୍ୟକାରୀ ସଭାପତି ଦୁଃଖିଶ୍ୟାମ ପ୍ରଧାନ ଆଗାମୀ ଦିନରେ ସଂଗଠନ କୁ ମଜବୁତ କରିବା ଓ ଫୋଟୋ ଗ୍ରାଫର ଭାଇ ମାନଙ୍କ ପ୍ରତ୍ୟେକ କାର୍ଯ୍ୟ ରେ ସୁଖ ଦୁଃଖ ସହଯୋଗର ହାତ ବଢାଇବା ପାଇଁ ମତାମତ ରଖିଥିଲେ । ଉପସ୍ଥିତ ଥିବା ଫୋଟ ଗ୍ରାଫର ଭାଇ ମାନଙ୍କ ଭିତରେ ଖୁସୀର ଲହରୀ ଦେଖିବାକୁ ମିଲିଥିଲା ।





Post a Comment