//BREAKING//
Loading...

ଓଡ଼ିଶା ସିଭିଲ୍ ସର୍ଭିସରେ(ଓଏଏସ) ୩୭ତମ ରାଙ୍କ୍ ରଖି ସଫଳ ହୋଇଥିବା ଅନୁପମ ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧନା


 ଭବାନୀପାଟଣା:---(ତର୍ଜମା ନ୍ୟୁଜ ) କଳାହାଣ୍ଡି ଏମ ରାମପୁର ବ୍ଲକ ନିଵାସୀ ବାପା ରାଜେନ୍ଦ୍ର ଆଚାର୍ଯ୍ୟ ଓ ମା ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ସୁପୁତ୍ର ଅନୁପମ ଆଚାର୍ଯ୍ୟ ଓଡ଼ିଶା ସିଭିଲ୍ ସର୍ଭିସରେ ୩୭ ତମ ରାଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଥିବା ରୁ ଅଂଚଳ ତଥା ଜିଲ୍ଲା ରେ ଖୁସିର ମାହୋଲ ହୋଇଥିବା ବେଳେ କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଅନୁପମ ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଅନୁପମ ଆଚାର୍ଯ୍ୟ ଙ୍କ ଏମ ରାମପୁର ସ୍ଥିତ ନିଜ ବାସଭବନ ରେ ସାକ୍ଷାତ କରି ତାଙ୍କୁ ସମ୍ବର୍ଦ୍ଧନା କରିଥିବା ସହ କଠୋର ପରିଶ୍ରମ ଓ ନିଷ୍ଠା ହେଉଛି ସଫଳତା ର ଚାବିକାଠି ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ। ଉକ୍ତ ସାକ୍ଷାତ ସମୟ ରେ ଜିଲ୍ଲା ର ବିଶିଷ୍ଠ କବି ସୁଶାନ୍ତ ମିଶ୍ର ଉପସ୍ଥିତ ଥିବା ବେଳେ ରାଜେନ୍ଦ୍ର ଧଙ୍ଗଡ଼ାମାଝୀ, ସସ୍ମିତା ମଞ୍ଜରୀ ଧଙ୍ଗଡ଼ାମାଝୀ, ସୁଶାନ୍ତ ନାଏକ, ଧନସିଂ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe