//BREAKING//
Loading...

ପ୍ରଦ୍ୟୁମ୍ନ ବଳ ଜନ୍ମ ଜୟନ୍ତୀ ଅବସରରେ ମୁଲ୍ୟବୋଧ ଭିତିକ ସାମ୍ବାଦିକତା ଦିବସ ପାଳିତ ।



ଜୁନାଗଡ଼:---( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ  ରାଜ୍ୟ ସାମ୍ବାଦିକ ସଂଘ (ଏସ .ୟୁ. ଜେ) ଓଡିଶା କଳାହାଣ୍ଡି ଜିଲ୍ଲା ଶାଖା କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ପ୍ରଗତିବାଦୀ ର ପ୍ରତିଷ୍ଠାତା ସମ୍ପାଦକ ସ୍ବର୍ଗତ ପ୍ରଦ୍ୟୁମ୍ନ ବଳ ଙ୍କ ଜନ୍ମ ଜୟନ୍ତୀ ଅବସରରେ "ମୂଲ୍ୟ ବୋଧ ଭିତ୍ତିକ ସାମ୍ବାଦିକତା ଦିବସ" ପାଳନ କରାଯାଇଛି  । ଦୈନିକ ଓଡିଆ ସମ୍ବାଦ ପତ୍ର ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳ  ଙ୍କ ଜନ୍ମ ଜୟନ୍ତୀ ରେ ସାଲିଶ ବିହୀନ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ସମ୍ପର୍କରେ  ଆଲୋଚନା କରାଯାଇ ଯୁବ ସାମ୍ବାଦିକ ମାନେ ମୂଲ୍ୟବୋଧ ଓ ସାଲିସ ବିହୀନ ସାମ୍ବାଦିକତା କୁ ଗୁରୁତ୍ୱ ଦେବା ସକାଶେ  ମତ ପ୍ରକାଶ ପାଇଥିଲା । ଜିଲ୍ଲା ସମ୍ପାଦକ ପରମାନନ୍ଦ ଠାକୁର ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ପରିଚାଳନା ଏବଂ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ ୟୁ ଜେ ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବରିଷ୍ଠ ଉପସଭାପତି ରାମ କୁମାର ସେନାପତି, କାର୍ଯ୍ୟକାରୀ ସଭ୍ୟ ରଘୁମଣି ପୂଝାରୀ, ମହମ୍ମଦ ମଞ୍ଜୁର ଇଲାହି, ତୁଳସୀ ରାମ ଛତ୍ରିଆ ପ୍ରମୁଖ ମଞ୍ଚାସୀନ ଥିଲେ ।  ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ସାମ୍ବାଦିକ ମାନେ କିପରି ଭାବେ ଏକତ୍ରିତ ହେବ ସହ ସାମୁହିକ ଭାବେ ଜନତା ଙ୍କ ସ୍ୱର ହୋଇ କାର୍ଯ୍ୟ କରିବା ସହ ନିରପେକ୍ଷ ସାମ୍ବାଦିକତା କରିବାର ଲକ୍ଷ୍ୟ ଓ ସପ୍ନ ରଖି ଏକ ଆଦର୍ଶ ସାମ୍ବାଦିକ ଭାବରେ ମଣିଷ ସମାଜ ସାମନାରେ  ପ୍ରତିଷ୍ଠିତ କରାଇ ପାରିବ ତାହା ଉପରେ ସମସ୍ତେ ସକଳ୍ପିତ ହେବାକୁ ଡାକରା ଦିଆ ଯାଇଥିଲା । ଲକ୍ଷ୍ମଣ ରେଖା ଭିତରେ ରହିବା ସହିତ ବ୍ୟକ୍ତିଗତ ସ୍ବାର୍ଥ ଓ ଗୋଷ୍ଠୀଗତ ରାଜନୀତିର ବହୁ ଉର୍ଦ୍ଧ୍ବରେ ରହି ଆଜିର ଏହି ପବିତ୍ର ଦିନରେ ସଲିଶ ବିହୀନ ମୂଲ୍ୟ ବୋଧ ଭିତ୍ତିକ ସମ୍ବାଦିକତା ର ଏକ ଉଚ୍ଚ ପରମ୍ପରା ସୃଷ୍ଟି କରିବାକୁ ଆହ୍ବାନ କରାଯାଇଥିଲା । ଏହି ଅବସରରେ  ରାଜ୍ୟରେ ପ୍ରଥମ କରି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ର  ଏକ ସ୍ୱତନ୍ତ୍ର ଆପ  ର ଶୁଭ ଉଦଘାଟନ କରାଯାଇଥିଲା । କଳାହାଣ୍ଡିର ପ୍ରତିଭା ବାନ ସାଲିଶ ବିହୀନ ଯୁବ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ ଙ୍କ ସ୍ମୃତିରେ କଳାହାଣ୍ଡି ର ଜଣେ ଉଦୀୟମାନ ଯୁବ ସାମ୍ବାଦିକଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଗାମି ଦିନରେ କଳାହାଣ୍ଡି ଜିଲ୍ଲାର ପ୍ରତିଭାବାନ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ପୂଜ୍ୟପୂଜାର ପରମ୍ପରା କୁ ବଜାୟ ରଖାଯିବାକୁ ନିଷ୍ପତ୍ତି କରାଯାଇଥିଲା ।  ଶେଷରେ ବରିଷ୍ଠ ସଭ୍ୟ ଲକ୍ଷ୍ମୀକାନ୍ତ ଧଙ୍ଗଡ଼ାମାଝୀ ଧନ୍ୟବାଦ ଦେଇଥିଲେ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe