ଜୁନାଗଡ଼:--- ( ତର୍ଜମା ନ୍ୟୁଜ ) ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ଭାଜପା ନେତ୍ରୀ ତଥା କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷl ଡ଼. ସୁନୀତି ମୁଣ୍ଡ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।ଡ଼. ମୁଣ୍ଡ ନିଜ କାରରେ ମହିଚଲା ଗ୍ରାମକୁ ଯାଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ରାସ୍ତା କଡ଼ ରେ ଥିବା ଏକ ଗଛରେ ପିଟି ହୋଇଥିଲେ। ତାଙ୍କ ମୁହଁ ଏବଂ ଗୋଡ଼ ରେ ଗଭୀର ଆଘାତ ଲାଗିଥିଲା l ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜୁନାଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି l ଉକ୍ତ କାର ରେ ତାଙ୍କ କାକା ତ୍ରିନାଥ ମୁଣ୍ଡ ମଧ୍ୟ୍ୟ ଥିଲେ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି l ଉଭୟଙ୍କୁ ଜୁନାଗଡ଼ ରେ ପ୍ରାଥମିକ କିକିତ୍ସା ପରେ ଭବାନୀପାଟଣା ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଡ଼. ସୁନୀତି ମୁଣ୍ଡ ଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।
ଦୁର୍ଘଟଣାରେ ବିକାଶ ପରିଷଦର ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ ଗୁରୁତର
By: Tarzama News
0



Post a Comment