ଭବାନୀପାଟଣା:----- ( ତର୍ଜମା ନ୍ୟୁଜ ) ଆସନ୍ତା ତା12.11.2022 ରିଖ ଦିନ ସକାଳ 10.00 ଘ: ସମୟରେ ଭବାନୀପାଟଣା ସ୍ଥିତ ଜିଲ୍ଲା ବିଚାର ବିଭାଗୀୟ କୋର୍ଟ ନୂଆ କୋଠା ପରିସରରେ ୪ର୍ଥ ତମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । କୋର୍ଟ କଚେରୀରେ ବିଚାରାଧୀନ ଥିବା ମକଦ୍ଦମା ଗୁଡ଼ିକର ଆପୋଷ ବୁଝାମଣା ଭିତ୍ତିରେ ଫଏସଲା କରିବା ପାଇଁ ଗଠିତ ଅନୁଷ୍ଠାନ ହୋଇଛି ଲୋକ ଅଦାଲତ ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ଦେୱାନୀ, ଫୌଜଦାରୀ, ସାଲିସ ଯୋଗ୍ୟ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ୍ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲାର ଆପୋଷ ସହମତି ରେ ସମାଧାନ କରାଯିବ । କେବଳ ବିଚାରାଧୀନ ମକଦ୍ଦମା ବ୍ୟତୀତ ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦ, ବ୍ୟାଙ୍କ୍ ଋଣ, ପାରିବାରିକ ବିବାଦ ଇତ୍ୟାଦି ର ସମାଧାନ ମଧ୍ୟ ଏହି ଅଦାଲତରେ ହୋଇପାରିବ । ଯଦି ଲୋକ ଅଦାଲତ ମାଧ୍ୟମରେ କୌଣସି ବିଚାରାଧୀନ ମକଦ୍ଦମାର ଫୈସଲା ହୁଏ ତେବେ ମକଦ୍ଦମା ଖର୍ଚ୍ଚ କୋର୍ଟ ଫି ଫେରସ୍ତ ଦିଆଯାଏ । ଜନ ସାଧ।ରଣଙ୍କୁ ଅନୁରୋଧ ଦୀର୍ଘ ଦିନ ଧରି ଚାଲିଥିବା ମକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଏହି ସୁଯୋଗର ସହବ୍ୟବହାର କରନ୍ତୁ ଏବଂ ଜିଲ୍ଲା ଆଇନ୍ ପ୍ରାଧିକରଣ, କଳାହାଣ୍ଡି ଙ୍କୁ ଯୋଗାଯୋଗ ( 06670) 230061 ରେ ଯୋଗାଯୋଗ କରନ୍ତୁ ।
ଭବାନୀପାଟଣା ଠାରେ ୪ ତମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ
By: Tarzama News
0
Post a Comment