//BREAKING//
Loading...

୨ ରୁ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ପ୍ରସ୍ତୁତି ବୈଠକ


 


ଭବାନୀପାଟଣା::--(ତର୍ଜମା ନ୍ୟୁଜ)  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସଭାଗୃହ ଠାରେ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡ଼ାମାଝୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆସନ୍ତା ଡିସେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ପାଳନ ନେଇ ଚୁଡ଼ାନ୍ତ ନିଷ୍ପତ୍ତି ହୋଇଥିଲା। ଏହି ମହୋତ୍ସବ ଅବସରରେ ପ୍ରତିବର୍ଷ ପରି ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯିବାକୁ ସ୍ଥିରିକୃତ ହୋଇଛି। ଅତି କମ୍ ଦିନ ମଧ୍ୟରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ 'ଦେବଗିରି ସମ୍ମାନ' ସହ ଦେବଗିରି ଯୁବ ସମ୍ମାନ, ଦେବଗିରି ସାହିତ୍ୟ ସମ୍ମାନ, ଦେବଗିରି ଲୋକକଳା ସମ୍ମାନ, ଦେବଗିରି ସାମ୍ବାଦିକତା ସମ୍ମାନ, ଦେବଗିରି କୃଷି ସମ୍ମାନ, ଦେବଗିରି ସମାଜସେବା ସମ୍ମାନ, ଦେବଗିରି ଶିଳ୍ପୀ ସମ୍ମାନ, ଦେବଗିରି ଶିକ୍ଷା ସମ୍ମାନ, ଦେବଗିରି ନାଟ୍ୟ ସମ୍ମାନ, ଦେବଗିରି ଦେଶସେବା ସମ୍ମାନ ଆଦି ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି। ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସରକାରୀ ସାହାଯ୍ୟ ବିନା ଦୀର୍ଘ ୩୦ବର୍ଷ ଧରି ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅବସରରେ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି। ଏହି ଧାରା ବଜାୟ ରଖିବାକୁ ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡ଼ାମାଝୀ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ, କ୍ରୀଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡ଼ାମାଝୀ ଓ ଅନୁଷ୍ଠାନର ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe