//BREAKING//
Loading...

ଧାନ ମଣ୍ଡି ଖୋଲିବା ଦାବିରେ ଗଜବାହାଲ ଛକରେ ଚାଷୀଙ୍କ ରାସ୍ତା ଅବରୋଧ ଓ ବିକ୍ଷୋଭ ପ୍ରଦର୍ଶନ


ତର୍ଜମା ନ୍ୟୁଜ:-  ଜଣେ ଚାଷୀ କେତେ ଯେ ଦୁଃଖ କଷ୍ଟ ଧାର କରଜ କରି ଧାନ ଚାଷ କରୁଛି। ସେଥିରୁ ଯାହା ଆଦାୟ କରେ ନିଜ ପରିବାର ଚଳିବା ସହ ପିଲା ମାନଙ୍କ ପାଠପଢ଼ା, ବାହାଘର, ମେଡିକାଲ ଇତ୍ୟାଦି ଖର୍ଚ୍ଚ ରହିଛି। ଚାଷୀ ବାଧ୍ୟ ହୋଇ କମ୍ ଦରରେ ଦଲାଳ ଠାରେ ବିକ୍ରି କରି ବାକୁ ପଡୁଛି । ଏସବୁ ଦୃଷ୍ଟି କୁ ନେଇ ଧାନ ମଣ୍ଡି ଖୋଲିବା ଦାବିରେ ରାଜ ରାସ୍ତା କୁ ଓହ୍ଲାଇଛନ୍ତି ଚାଷୀ। ଦୀର୍ଘ ଦିନ ଧରି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ଗଜବାହାଲ ପଞ୍ଚାୟତ ରେ ଧାନ ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଫଳରେ ଚାଷୀମାନେ ସେମାନଙ୍କ ଅମଳ ଧାନ ବିକ୍ରି କରିପାରୁନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧାନ ଦଲାଲ ମାନଙ୍କ ଶିକାର ହେଉଛନ୍ତି। ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଥିବା ବେଳେ ପ୍ରଶାସନ ଉଦାସୀନ ଭାବ ଓ କୁମ୍ଭକର୍ଣ୍ଣ ନିଦ୍ରାରେ । ତେଣୁ ଗଜବାହାଲ ପଞ୍ଚାୟତ ଅଞ୍ଚଳ ର ଶହ ଶହ ଚାଷୀ ମଣ୍ଡି ଖୋଲିବା ଦାବିରେ ଏମ୍ ରାମପୁର ରୁ ରିଷିଡା ବଲାଙ୍ଗୀର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ଵରେ ଶହଶହ ଯାନ ବାହନ ଅଟକି ରହିଛି। ଯାତାୟତ ବାଧାପ୍ରାପ୍ତ ହୋଇଛି। କର୍ଲାମୁଣ୍ଡା, କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗଜବାହାଲ ପଞ୍ଚାୟତରେ ଖରିଫ ଧାନମଣ୍ଡି ଖୋଲିବା ଦାବିରେ ରାସ୍ତାରୋକ। ଭବାନୀପାଟଣା-ବଲାଙ୍ଗୀରକୁ କୌଣସି ଯାନବାହାନ ଯାଇ ନପାରି ଅଟକି ରହିଛି।

ଧାରଣାସ୍ଥଳରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ପ୍ରଫୁଲ ସାହୁ, ଅଶ୍ୱିନୀ ବେହେରା, ନୃପମଣି ଗହୀର, ସୁବଳ ପଧାନ, ରଶ୍ମିରଞ୍ଜନ ମିଶ୍ର, ଜ୍ୟୋତିରଞ୍ଜନ ପଧାନ, ଅଖିଳ ମିଶ୍ର, ମୋତିରାମ ସାହୁ, ଦାମୋଦର ପଧାନ, ପୂର୍ବତନ ସମିତି ସଭ୍ୟ ବୀଣାପାଣି ସା, ସମିଷ୍ଠା ପୁଟେଲ, ଏବଂ ବହୁ ପୁରୁଷ ଓ ମହିଳା ଚାଷୀମାନେ ରାସ୍ତା ଉପରେ ବସି ଧାରଣା ଦେଇଛନ୍ତି। ତହସିଲଦାର ମିଳନ କୁମାର ଝାଙ୍କର, ଏଆରସି ଖିରାଦ୍ରି ସାହୁ ରିଷିଡା ଶୋଷାଇଟି,ସେକେଷ୍ଟାରି, ଗୋଲାପ ରଣା ଧାରଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କଲେ ମଧ୍ୟ ସେମାନେ ମଣ୍ଡି ଦାବିରେ ଅଟଳ ଅଛନ୍ତି। ରିଷିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ମୁତୟନ ହୋଇଛନ୍ତି।

କଳାହାଣ୍ଡି ରୁ ସୁଶାନ୍ତ ମଲ୍ଲିକ କ ରିପୋର୍ଟ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe