//BREAKING//
Loading...

ମୌଳିକ ଅଧିକାର ରୁ ବଞ୍ଚିତ ଅଭିଶପ୍ତ ଗାଁ ହାଡ଼ସିଲ


 **ହାଡ଼ସିଲ୍ ପୁରୁଣା ପଡ଼ା ଗ୍ରାମବାସୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ*


ଜୟପାଟଣା ( ତର୍ଜମା ନ୍ୟୁଜ)

ଥୁ: ରାମପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ହାଡ଼ସିଲ୍ ପୁରୁଣା ପଡ଼ା ଗ୍ରାମବାସୀ ଙ୍କ ପାଇଁ ସରକାର ଯୋଜନା  ସାତ ସପନ। ସରକାର ଉପାନ୍ତ ଆଦିବାସୀ  ଅଞ୍ଚଳ ର ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା  କରୁଛନ୍ତି।  ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କ ପାଇଁ  କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରୁଛନ୍ତି। କିନ୍ତୁ ପ୍ରଶାସନ ର ଅବହେଳା ଓ ରାଜନୀତି ର ଚକ୍ରବ୍ୟୁହ  ଯୋଗୁଁ   ଜିଲ୍ଲାର ଥୁ ରାମପୁର ବ୍ଲକ ଅଧିନରେ ଥିବା ପାଡେପଦର ଗ୍ରାମପଞ୍ଚାୟର ହାଡ ସିଲ୍ ପୁରୁଣା ପଡ଼ା ଗାଁ ଅଧିବାସୀ ଙ୍କ ପାଇଁ  ବିକାଶ ସାତ ସପନ ହୋଇଛି । ଏହି ଗାଁ ଟି ପାହାଡ ପର୍ବତ ଘେରା, ପ୍ରାୟ 30 ରୁ ଅଧିକ ଲୋକ ଘର କରି ବସବାସ କରୁ ଥିବା ବେଳେ ଭୋଟ ସଂଖ୍ୟା  250 ଅଛି ।  ହାଡସିଲ୍ ଗ୍ରାମ ର ମୁଖ୍ୟ ସମସ୍ୟା କହିଲେ ରାସ୍ତା ଘାଟ ର ଅସୁବିଧା, ନା ଅଛି ଭଲ ରାସ୍ତା ଟେ,  ନା ପାନୀୟ ଜଳ ର ବ୍ୟବସ୍ଥା, ନା ଅଛି ନଳ କୂପ, ବା କୂଅ, ଗାଁ ବାସୀ  ପାହାଡ ରେ ଝରି ଆସୁଥିବା ଫୁରୁଆ ଜଳ ବ୍ୟବହାର କରି ଜୀବନ ବଞ୍ଚାଉଛନ୍ତିସରକାର ଙ୍କ ବସୁଧା ଯୋଜନା ସାତ ସପନଶିକ୍ଷ୍ୟା ବ୍ୟବସ୍ଥା ର ଅସୁବିଧା, ଛୋଟ ଛୋଟ ପିଲା ଛୁଆ ପଡ଼ିବା ପାଇଁ ନା ଅଛି , ଅଙ୍ଗନୱାଡ଼ି, ନା ଅଛି ସ୍କୁଲ ଗ୍ରାମବାସୀ ମତ ରଖିଛନ୍ତି, ଗାଁ ର ଅନେକ ଅସୁବିଧା ଥିବାରୁ ସରପଞ୍ଚ ଠାରୁ ଆରମ୍ଭ କରି ଦୀର୍ଘ 20ବର୍ଷ ଶାସନ ଗାଦିରେ  ବସିଥିବା ନେତାଙ୍କ ପାଦ ପଡି ନାହିଁ ଏ ରେ ନା ପହଂଚିଛି ପ୍ରଶାସନ ।ସ୍ବାଧୀନ ଦେଶ ର  ଏହି ଅଭିସପ୍ତ ଗ୍ରାମ ବାସୀ ନିଜ ମୌଳିକ ଅଧିକାର ରୁ ବଞ୍ଚିତ ଥିବା ବେଳେଏହି ଖବର ପ୍ରକାଶନ ପରେ  ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ  କେତେ ଦୂର ପଦକ୍ଷେପ ନେଉଛନ୍ତି ତ ଦେଖିବା କୁ ବାକି ରହିଲା 


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe