//BREAKING//
Loading...

ଜନଶୁଣାଣୀ ଶିବିରରେ ଜନ ଅସନ୍ତୋଷ


  

( ତର୍ଜମା ନ୍ୟୁଜ)  କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ରେ ଗତ ସୋମବାର ଦିନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶ୍ରୀମତୀ ସମ୍ବାରୀ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ ଥୁଆମୁଳ ରାମପୁର ବ୍ଲକ ଏବିଡ଼ିଓ ଶ୍ରୀଭରତ କୁମାର ମେହେର ଏମ୍ ଆଇ ଶ୍ରୀ ସୁମନ୍ତ କୁମାର ବକ୍ଲ ର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ର ବିଭିନ୍ନ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଯୋଜନା,ରାସନ୍ କାର୍ଡ, ଭତ୍ତା,ଜମି ମରାମତି ଭଳି ଅନେକ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହିତ ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।


 ଏହି ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ରେ ସର୍ଵ ମୋଟ 262 ଅଭିଯୋଗ ପତ୍ର ଦାଖଲ କରିଥିଲେ ଅଭିଯୋଗକାରୀ ହିତାଧିକାରୀ ମାନଙ୍କୁ ଠାରୁ ବିଭିନ୍ନ ସମସ୍ୟା ର ଅଭିଯୋଗ ପତ୍ର ଏବିଡ଼ିଓ ଭରତ କୁମାର ମେହେର ପାଡେପଦର ଗ୍ରାମ ପଞ୍ଚାୟତ ଠାରେ ଗ୍ରହଣ କରିଥିଲେ । କିନ୍ତୁ ଅଭିଯୋଗ ଅନୁଯାୟୀ ବିଭାଗୀୟ ଅଧିକାରୀ ଆସିନାହାନ୍ତି, ଅନେକ ବିଭାଗୀୟ ଅଧିକାରୀ ସହ ସରପଞ୍ଚ ଶ୍ରୀମତୀ ସମ୍ବାରୀ ମାଝୀ ମଧ୍ୟ ଅନୁପସ୍ଥିତ ଥିବାରୁ ଜନ ଅସନ୍ତୋଷ ଦେଖା ଦେଇଥିଲା ବୋଲି ଅଭିଯୋଗ ହେଉଛି । ସରକାର ସାପ ମରୁନାହିଁ କି ବାଡ଼ି ଭାଙ୍ଗୁ ନାହିଁ ନିତିରେ ଗ୍ରାମ ପଞ୍ଚାୟତ ମାନଙ୍କ ରେ ଜନଶୁଣାଣୀ ଶିବିର କରୁଛନ୍ତି ବୋଲି ଗ୍ରାମପଞ୍ଚାୟତବାସୀ ମତବ୍ୟକ୍ତ କରିଥିଲେ।ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ ଗ୍ରାମ ରୋଜଗାର ସେବକ ଶ୍ରୀ ତରୁଣ କୁମାର ବେହେରା ଯୋଗାଣ ସହାୟୀକ ଶ୍ରୀ କ୍ଷୀରସିନ୍ଦୁ ସାଗର ଓ ପଞ୍ଚାୟତ ର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ସମିତି ସଭ୍ୟ ଶ୍ରୀ ମୋହନ ସାଗର ,ନାଏବ ସରପଞ୍ଚ ଶ୍ରୀ ମହେନ୍ଦ୍ର ନାଏକ ଓ ସମସ୍ତ ୱ!ଡ ସଭ୍ୟ ସଭ୍ୟା ମାନେ ଏହି ଗ୍ରାମ ପଞ୍ଚାୟତ ଜନ ଶୁଣାଣୀ ଶିବିର ରେ ଉପସ୍ଥିତ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe