//BREAKING//
Loading...

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ରେ ଆସିଥିବା ମହିଳା ଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ରେ ଡାକ୍ତରଙ୍କ ମାଡ଼ ଅଭିଯୋଗ :ମହିଳା ଗୁରୁତର।


 

ଧର୍ମଗଡ଼:----(ତର୍ଜମା ନ୍ୟୁଜ )   ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଆସିଥିବାଜଣେ ମହିଳା ଙ୍କୁ ମାଡ଼ ମାରିବା ଅଭିଯୋଗ ହେଇଛି।ଧର୍ମଗଡ଼ ଉପଖଣ୍ଡ ଡାକ୍ତର ଖାନା ରେ ଅସ୍ତ୍ରୋପଚାର କରାଯାଇଥିଲେ ହିଁ ପରବର୍ତ୍ତୀ ସମୟରେ ମହିଳା ଙ୍କୁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ମାଡ ମାରିଥିବା ନେଇ ଥାନାରେ ସ୍ୱାମୀ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ କେବିଡ଼ି ଗ୍ରାମର ସରସ୍ୱତୀ ବାଗ ନାମ୍ନୀ ମହିଳା ଗତ କାଲି ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଆସିଥିଲେ।ତେବେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ଭଲ ଭାବରେ ଅସ୍ତ୍ରୋପଚାର ନ କରି ଥିବା ବେଳେ ଅନ୍ୟପଟେ ମହିଳା ଙ୍କୁ ମାଡ ମାରିବା ଘଟଣା କୁ ନେଇ ସ୍ଥାନିୟ ଲୋକ ଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି।ଡାକ୍ତର ଖାନା ଛକ ମୁଖ୍ୟ ରାସ୍ତା କୁ ଲୋକେ ଅବରୋଧ କରି ଆନ୍ଦୋଳନ କରିଛନ୍ତି।ଡାକ୍ତର କୁ ଗିରଫ ସହ ଚାକିରିରୁ ବହିଷ୍କାର ଦାବି ନେଇ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି. ପରେ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରୁ ସହକାରୀ ଜିଲ୍ଲାପାଳ ଚିନ୍ମୟ କୁମାର ନାଏକ ଏବଂ ଏସଡିପିଓ ଧୀରଜ କୁମାର ଚୋପଦାର ପ୍ରତିଶୃତି ଦେଲାପରେ ରାସ୍ତା ଅବରୋଧ ହଟିଥିଲା ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe