ଜୟପାଟଣା:--------
(ତର୍ଜମା ନ୍ୟୁଜ )
ସାଧାରଣ ଜନତାଙ୍କର ସ୍ବର ଗଣମାଧ୍ୟମ । ତେଣୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ । ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ ଗଣମାଧ୍ୟମ ପ୍ରମୁଖ ଭୂମିକା ନିଭାଏ । ଆଜି ଏହି ଗଣମାଧ୍ୟମ ପାଇଁ ଦିନଟିଏ ଅର୍ଥାତ୍ ଜାତୀୟ ପ୍ରେସ ଦିବସ । ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ ।
୧୯୬୬ ମସିହା ନଭେମ୍ବର ୧୬ ତାରିଖରେ 'ଦି ପ୍ରେସ କାଉନସିଲ ଅଫ ଇଣ୍ଡିଆ' ସ୍ଥାପିତ ହୋଇଥିଲା । ଏହି ଦିନଟିକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଦୂରୁପଯୋଗକୁ ନିୟନ୍ତ୍ରଣ କରିବା ଦିଗରେ ଗୁରୁଦାୟିତ୍ବ ବହନ କରିଥାଏ ଏହି କାଉନସିଲ । କାଉନସିଲ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଗଣମାଧ୍ୟମକୁ ସୁରକ୍ଷା ଦେବା ଓ ଖବରର ମାନକୁ କ୍ଷୁର୍ଣ୍ଣ ନ ହେବାକୁ ଦେବା ।ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥାଏ ।ଚଳିତ ବର୍ଷ ଜାତୀୟ ପ୍ରେସ ଦିବସ କୁ ଜିଲ୍ଲାର ସମସ୍ତ ବ୍ଲକ ୟୁନିଟ ମାନଙ୍କରେ ପାଳନ କରିବା ପାଇଁ ନିଷ୍ପତ୍ତି ଯୋଗୁଁ ଜିଲ୍ଲାର ସମସ୍ତ ବ୍ଲକ ମାନଙ୍କରେ କଳାହାଣ୍ଡି ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି ।
ଜୟପାଟଣାରେ ଜୟପାଟଣା ସାମ୍ବାଦିକ ସଂଘ କେଜେୟୁ ଶାଖା ପକ୍ଷରୁ "ନେସନାଲ ପ୍ରେସ ଡେ" ପାଳନ ହୋଇଯାଇଛି । କାଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ (କେଜେୟୁ)ର ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯକାରିଣୀ ସଦସ୍ୟ ଏସୟୁଜେର ଜଗମୋହନ ପଟ୍ଟନାୟକଙ୍କ ଆବାହନରେ ତଥା ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଗଣତନ୍ତ୍ର ଶାସନରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ଶ୍ରୀ ପଟ୍ଟନାୟକ ନିଜର ବକ୍ତବ୍ୟରେ ଆଲୋକପାତ କରିଥିଲେ । ଏହି ସଭାରେ ସାମ୍ବାଦିକ ରାଜେନ୍ଦ୍ର ପଣ୍ଡା,ଚିତ୍ରସେନ ବାଗ,ଅମଜାଦ ଖାନ,ଶୁସିଲ କୁମାର ନାଏକ,ମୃଣ୍ମୟ ପଣ୍ଡା, ଗୋଲାପ ସାହୁ,ଅରୁଣ ସାହୁ,କିଶୋର ଶୈଳ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କର ସୁରକ୍ଷା ଉପରେ ନିଜ ନିଜର ମତାମତ ପୋଷଣ କରିଥିଲେ ।
Post a Comment