ଜିଲ୍ଲା ଅମଳା ସଙ୍ଘ ସଭାପତି ଶ୍ରୀ ସୁକାନ୍ତ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ଶତାଧିକ ଅମଳା ସଭ୍ୟ /ସଭ୍ୟା ସ୍ଥାନୀୟ ଅମଳା ଭବନ ରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କଳାହାଣ୍ଡି ଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଦାବିପତ୍ରରେ ସ୍ନାତକ ଯୋଗ୍ୟତା ଭିତ୍ତିରେ ଗ୍ରେଡ ପେ ଷଷ୍ଠ ବେତନ କମିଶନ ଅନୁଯାୟୀ ୪୨୦୦/- ରାଜ୍ୟରେ କାର୍ଯ୍ୟରତ ସମସ୍ତ କାର୍ଯ୍ୟରତ କନିଷ୍ଠ ସହାୟକ ମାନଙ୍କୁ ପ୍ରଦାନ କରିବା ପାଇଁ ନିବେଦନ କରାଯାଇଛି ।
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରୂପ କେଶରୀ ଦଳେଇ,ଅଭିମନ୍ୟୁ ମହାନନ୍ଦ, ମନୋରଞ୍ଜନ ଛତ୍ରପାଳ, ଜିତେନ୍ଦ୍ର ମୁଣ୍ଡ,ରତ୍ନାକର ଧଙ୍ଗଡ଼ାମାଝୀ, ତ୍ରିବିକ୍ରମ ଶଗଡ଼ିଆ, ବିଶ୍ୱନାଥ ମୁଣ୍ଡ, ବ୍ରଜ ମୁଣ୍ଡ, ସୁଶାନ୍ତ ମେହେର, ଟଙ୍କଧରସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।




Post a Comment