ଜୟପାଟଣା:----(ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ – ପୁଣି ଏକ ଦାଦନ ଶ୍ରମିକ ର ଗୋଆ ରେ ମୃତ୍ୟୁ , ଅର୍ଥାଭାବ ରୁ ଫେରି ପାରିଲା ନାହିଁ ଶବ।ଜୀବିକା ଅନୁସନ୍ଧାନ ରେ ଯାଇ ସୁଦୂର ଗୋଆ ରେ କାର୍ଯ୍ୟ ସ୍ଥଳରେ ଜ୍ଵର ରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରି ଥିବା ଦୁଃଖଦ ଘଟଣା ଦାଦନ ଦୁର୍ଦଶା ର ଏକ ନଗ୍ନ ଚିତ୍ର ପୁଣି ଥରେ ସରକାରୀ ବ୍ୟବସ୍ଥା ର ଅସଲ ସ୍ୱରୂପ କୁ ପଦା ରେ ପକେଇ ଦେଇଛି।ଘଟଣାରୁ ପ୍ରକାଶ ଯେ, ରଣମାଲ୍ ଗ୍ରାମର ପରମାନନ୍ଦ ଲହଜଲ୍ ୩୫, ଗତ ୧୫ ଦିନ ତଳେ ୧୦ ଜଣ ସାଙ୍ଗ ଙ୍କ ସହ ଜୀବିକା ଅନୁସନ୍ଧାନ ରେ ଯାଇ ଗୋଆ ରେ ଏକ ଘରୋଇ ସଂସ୍ଥା ସେବସ୍କନ୍ ରେ କାମ କରୁଥିଲେ । ଗତ ଦୁୁଇଦିନ ତଳେ ପରମାନନ୍ଦ କୁ ଜ୍ଵର ବାନ୍ତି ଲାଗି ରହିଥିବାରୁ ସାଙ୍ଗ ମାନେ ସେଠାରେ ପ୍ରାଥମିକ ଚିକିତ୍ସା କରାଇ ଥିଲେ କିନ୍ତୁ ଶେଷ ରେ ତାଙ୍କର ମୁତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପାଇ ଗୋଆ ପୋଲିସ ଶବ ଜବତ କରିବାସହ ବ୍ୟବଛେଦ କରିଛି ଓ ଅର୍ଥ ଅଭାବରୁ ସାଙ୍ଗରେ ଯାଇ ଥିବା ଅନ୍ୟମାନେ ସେଠାରେ ତାଙ୍କର ଅନ୍ତିମ ସତ୍କାର କରିଥିବା ଖବର ପାଇ ରଣମାଲ ଗ୍ରାମରେ ଶୋକ ର ଛାୟା ଖେଳି ଯାଇଛି। ମୃତକ ଙ୍କ ପରିବାର ରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଝିଅ ଅନାଥ ହୋଇ ଯାଇଛନ୍ତି । ଜିଲ୍ଲାରେ ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ସରକାର ବିଫଳ ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହେଉଛି । ନିଶ୍ଚିତ କର୍ମ ନିଯୁକ୍ତିି ଯୋଜନା ରେ କିଛି ତ୍ରୁଟି ବିଚ୍ୟୁତି ଥିବା ଓ ନିୟମିତ ମଜୁରୀ ଅର୍ଥ ମିଲୁ ନଥିବା ରୁ ଜିଲ୍ଲା ରୁ ସହ ସହ ଯୁବକ ବାହାର ରାଜ୍ୟକୁ କର୍ମ ଅନ୍ୱେଷଣ ରେ ନିଜ ଭିଟା ମାଟି ଛାଡ଼ୁ ଥିବା ଅଭିଯୋଗ ରହିଛି। ଦୀର୍ଘ ପଚିଶ ବର୍ଷ ର ନିର୍ମଳ ଶାସନ ରେ ଓଡ଼ିଶା କୁ ଶୀର୍ଷ ରେ ପହଚାଇବା ଦ୍ୱାହି ଦେଉ ଥିବା ସରକାର କେବେ ଯେ କଳାହାଣ୍ଡି ରୁ ଦାଦନ ସମସ୍ୟା ଦୂର କରିବେ ଦେଖିବାକୁ ବାକି ରହିଲା । ଏଥିସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ସ୍ଥାଣୁତା କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଦାଦନ ଦୁଃଖ – ଦାଦନ ଶ୍ରମିକ ର ଗୋଆ ରେ ମୃତ୍ୟୁ , ଅର୍ଥାଭାବ ରୁ ଫେରି ପାରିଲା ନାହିଁ ଶବ।
By: Tarzama News
0



Post a Comment