ଭବାନୀପାଟଣା ନିକଟସ୍ଥ ଭୋଇଗୁଡ଼ା ସ୍ଥିତ ସିନ୍ନରଜି ଆନ୍ତର୍ଜାତୀୟ ସ୍କୁଲରେ ଖେଳ ପ୍ରତିଯୋଗିତାର ଦ୍ଵିତୀୟ ଦିବସ ତଥା ଉଦଯାପନୀ ଉତ୍ସବରେ କଳାହାଣ୍ଡି ବ୍ୟାଡ଼ମୀଣ୍ଟନ ସଂଘର ସଭାପତି ଶ୍ରୀପ୍ରଦୀପ କୁମାର ଦାସ(ବାପି ) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ I ମଂଚାସୀନ ଅନ୍ୟ ସଂମାନନୀୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ କ୍ରୀଡ଼ାବିତ ତଥା ଅଭିନେତା ଅବଦୁଲ କାଦିର, ସ୍କୁଲର ମୁଖ୍ୟ ପରିଚାଳନା ନିର୍ଦେଶକ ଜନାବ ଜାହାଙ୍ଗୀର ଖାନ ଉପସ୍ଥିତି ରହିଥିଲେ I ମୁଖ୍ୟ ଅତିଥି ଶ୍ରୀ ଦାସ ତାଙ୍କର ଅଭିଭାଷଣ ରଖିବା ସହ ସମସ୍ତ ଛାତ୍ର ଛାତ୍ରୀ ତଥା ସ୍କୁଲ କତୃପକ୍ଷଙ୍କୁ ଉତ୍ସIହିତ କରିଥିଲେ I ଏହାପରେ ପୁରସ୍କାର ବିତରଣ ଉତ୍ସବରେ ବିଭିନ୍ନ ଖେଳରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା I ପରିଶେଷରେ ମୁଖ୍ୟ ନିର୍ଦେଶକ ଜନାବ ଜାହାଙ୍ଗିର ଖାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ I
ଭବାନୀପାଟଣା ନିକଟସ୍ଥ ଭୋଇଗୁଡ଼ା ସ୍ଥିତ ସିନ୍ନରଜି ଆନ୍ତର୍ଜାତୀୟ ସ୍କୁଲରେ ଖେଳ ପ୍ରତିଯୋଗିତାର ଦ୍ଵିତୀୟ ଦିବସ
By: Tarzama News
0
Post a Comment