ଜୟପାଟଣା - -( ତର୍ଜମା ନ୍ୟୁଜ ) ସମଗ୍ର ଭାରତ ବର୍ଷରେ ଦୁର୍ନତୀ ମୁକ୍ତ ଭାରତ, ସମୃଦ୍ଧ ଭାରତ ଗଠନର ଉଦ୍ଧେଶ୍ୟରେ ତୃଣମୂଳ ସ୍ତରରେ ବ୍ଳକ ସ୍ତରୀୟ ଦୁର୍ନତୀ ମୁକ୍ତ ସପ୍ତାହ ପାଳନ କରାଯାଉଛି। ଏଥି ନିମନ୍ତେ ରାଜ୍ଯ ସ୍ତରରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ଯନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଦୁର୍ନତୀ ମୁକ୍ତ ସମାଜ ଗଠନ ପାଇଁ ଆହ୍ଵାନ ଦିଆଯାଇଛି।ଏ ପରିପ୍ରେକ୍ଷୀରେ ଜୟପାଟଣା ପଞ୍ଚାୟତ ସମିତି ପକ୍ଷରୁ ମଧ୍ଯ ଆୟୋଜିତ ହୋଇଯାଇଛି ଦୁର୍ନତୀ ମୁକ୍ତ ସପ୍ତାହ। ହେଲେ ଦୁର୍ନୀତିର ପଙ୍କରେ ନାକ ପର୍ଯ୍ୟନ୍ତ ବୁଡି ରହିଥିବା ଜୟପାଟଣା ବ୍ଲକ ର ଅଧିକାରୀ ଓ ଜନପ୍ରତିନିଧି ସପ୍ତାହ ପାଳନ ଉତ୍ସବରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦିଆଯାଇ ନାହିଁ। ପଞ୍ଚାୟତ ସମିତି ସ୍ତରରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ବିକ୍ରି, ମାତ୍ରାଧିକ ପର୍ସେଣ୍ଟ ଦାବୀ ଆଦି ଘଟଣା ସମଗ୍ରରାଜ୍ୟ ରେ ଆଲୋଚନା ର ବିଷୟ ବସ୍ତୁ ହୋଇଥିବା ବେଳେ ଏହାର ପର୍ଦ୍ଦାଫାସ ଭୟରେ ଗଣମାଧ୍ୟମ କୁ ଏହି କାର୍ଯ୍ୟକ୍ରମରୁ ଦୁରେଇ ଦିଆଯାଇଛି ବୋଲି ଚର୍ଚା ହେଉଛି। ବିଶେଷ କରି ଜୟପାଟଣା ସାମ୍ବାଦିକ ମାନେ ବୋଲକରା ଓ ଚାଟୁକାର ହେବା ବଦଳରେ ନିଚ୍ଛକ ସତ ଘଟଣା କୁ ପରିପ୍ରକାଶ କରୁଥିବା ଯୋଗୁଁ ପ୍ରଶାସନ ନିଜ ଦୋଷ ଦୁର୍ବଳତା କୁ ଘଣ୍ଟ ଘୋଡ଼ାଇବାକୁ ଯାଇ ଏତାଦୃଶ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି। ସୂଚନା ଯୋଗ୍ୟ ଯେ ନିକଟ ଅତୀତରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ସେହିଦିନ ଶେଷ ମୁହୂର୍ତ୍ତରେ ଗଣମାଧ୍ୟମ କୁ ଟେଲିଫୋନ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା କିନ୍ତୁ ଗଣମାଧ୍ୟମ ନିମନ୍ତେ ଉଦ୍ଧିଷ୍ଟ ଆସନରେ କିଛି ନିର୍ବାଚିତ ଜନପ୍ରତିନିଧି ଓ କର୍ମଚାରୀ ବସିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ଯମରେ ଅନେକ ସମ୍ବାଦ ପରିବେଷଣ ହେବାପରେ ବୁଦ୍ଧିଜୀବୀ ମହଲରେ ଆଲୋଚନା ର ବିଷୟ ହୋଇଥିଲା। ଏ ସବୁ ସତ୍ତ୍ବେ ପ୍ରଶାସନ ର ଏତାଦୃଶ କାର୍ଯ୍ୟକଳାପ ଦୁର୍ନତୀ ନିବାରଣ ସପ୍ତାହ ପରିବର୍ତେ ଦୁର୍ନତୀ ପ୍ରୋସାହନ ସପ୍ତାହ କରିବାକୁ ବିଭିନ୍ନ ମହଲରେ ଆଲୋଚନା ହେଉଛି।




Post a Comment