ଜୟପାଟଣା:----( ତର୍ଜମା ନ୍ୟୁଜ ) ରାଜ୍ୟ ସରକାର ଓ କେନ୍ଦ୍ରର ସରକାର ଲୋକଙ୍କ ଗମନାଗମନ ସୁବିଧା ପାଇଁ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ର ଯୋଜନା ମାନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଲାଭ ଖର ସରକାରୀ କର୍ମଚାରୀ ମାନଙ୍କ ପାଇଁ କଂକ୍ରିଟ ରାସ୍ତା ଅତି ନିମ୍ନମାନ ର ହେଉଥିବା ଦେଖିବାକୁ ମିଳୁଛି ,ଏମିତି ଏକ ଅଭିଯୋଗ ଆସିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତ ର ପାବଳି (ତୁମରି ଖୋଲା) ଗ୍ରାମ ରୁ ଗ୍ରାମବାସୀ ମାନଙ୍କ କହିବା ଅନୁସାରେ ଚାଲି ଥିବା କଂକ୍ରିଟ ରାସ୍ତା ର ସୂଚନା ଫଳକ ମଧ୍ୟ ଲଗାଇ ନାହାନ୍ତି, ଏହି କାମ କେଉଁ ଯୋଜନା ରୁ କାର୍ଯ୍ୟକାରୀ ହେଉଛି ଗ୍ରାମବାସୀ ଜାଣି ପାରୁ ନାହାଁନ୍ତି। ଯଦି ବି ସୂଚନା ଫଳକ ଲଗାଇ ବାରେ କନିଷ୍ଠ ଯନ୍ତ୍ରୀ ଭୂଳି ଗଲେ ହେଲେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି ସେ କ'ଣ ପାଇଁ କାମ ରେ ଉପସ୍ଥିତ ରହୁନାହାନ୍ତି । ଯାହା ଅନୁମାନ କରାଯାଏ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରୀକା ଯୋଗୁଁ ରାସ୍ତା କାମ ରେ ଉପସ୍ଥିତ ରହୁନାହାନ୍ତି। ଠିକାଦାର ମନମୁଖୀ କାମ କରୁଛନ୍ତି ,ଗାଁ ଶ୍ରମିକ ନିୟୋଜିତ ନକରି ପଡୋଶୀ ଜିଲ୍ଲା ନବରଙ୍ଗପୁର ସର୍ଗୀଗୁଡା ର କିଛି ଶ୍ରମିକ ନିୟୋଜିତ କରିଛନ୍ତି। ସେହି ରାସ୍ତା ନିର୍ମାଣ କାର୍ଯ୍ୟ ରେ ଆମ କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ନିୟୋଜିତ ଶ୍ରମିକ ମାନଙ୍କୁ ପଚାରିଲେ କଂକ୍ରିଟ ରାସ୍ତା ନିର୍ମାଣ ରେ କେଉଁ ସାମଗ୍ରୀ କେତେ ପଡୁଛି କହିଲା ରୁ ଜଣେ ଶ୍ରମିକ ପ୍ରତିକ୍ରିୟା ରେ କହିଲେ ମେଟାଲ ୮ ଝୁଡି ବାଳି, ୬ ଝୁଡି, ସିମେଣ୍ଟ ଅଧା ବସ୍ତା ଓ ସିମେଣ୍ଟ କମ୍ ପଡୁଥିବା ରୁ ସିମେଣ୍ଟ କଳର ଆସିବା ପାଇଁ କର୍ସର ଗୁଣ୍ଡ ୨ ଝୁଡି ଦେବାକଥା କହିଥିଲେ। ଏନେଇ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ମତୀ ଚଞ୍ଚଳା ନାଏକ ଙ୍କୁ ପଚାରିବାରୁ କଂକ୍ରିଟ ରେ କର୍ସର ଗୁଣ୍ଡ ପକାଇ ବାର ନିୟମ ନାହିଁ, ଭୂଲ କାମ କରୁଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏ ବିଷୟ ରେ ବୁଝିବା ପାଇଁ ଆମେ ବ୍ଲକ ଉନ୍ନୟନ ଅଧିକାରୀ BDO ପାଖକୁ ଯାଇଥିଲୁ ସେ ଛୁଟି ରେ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ, JE ଓ AE କୁ ଫୋନ୍ ଯୋଗେ ପ୍ରତିକ୍ରିୟା ମାଗିବାରୁ ରୋକ୍ ଠୋକ୍ ମନା କରିଦେଲେ। ଏଥିରେ ଆଉ କେଉଁ କେଉଁ କର୍ମଚାରୀ ମାନଙ୍କ ହାତ ଅଛି। ଏହାର ଉଚିତ୍ ତଦନ୍ତ ପ୍ରଶାସନ ଦୁର୍ନୀତି ନିବାରଣ ବିଭାଗ କୁ ତଦନ୍ତ ପାଇଁ ଦେଲେ ଦୁର୍ନୀତି ର ପର୍ଦାପାସ ହେବ ବୋଲି ଗ୍ରାମବାସୀ ମାନେ ଆଶା ର ରଖିଛନ୍ତି। ଏହାର ତଦନ୍ତ କେତେ ଦୂର କାରାଯାଉଛି ତା ଦେଖିବାକୁ ବାକି ଅଛି।
ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ମଧୁଚନ୍ଦ୍ରିକା :ବିନା ସୂଚନା ଫଳକ ରେ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି ।
By: Tarzama News
0



Post a Comment