ଭବାନୀପାଟଣା :--( ତର୍ଜମା ନ୍ୟୁଜ ) ସ୍ଥାନୀୟ ବିବେକ କଂଫେରେନ୍ସ ହଲ ଠାରେ ଅନୁଷ୍ଠିତ ଆୟୋଜିତ *ମୁଁ ବି କଳାକାର ହେବି* ସ୍କୁଲ ଛାତ୍ରଛାତ୍ରୀ ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ସଭା କଳାହାଣ୍ଡି ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ସ୍କୁଲ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ନିଜ କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ନିଜ ନିଜ କଳା ପ୍ରତିଭା ଓ କଠୋର ପ୍ରଚେଷ୍ଟା ରେ ନିଜ ସ୍ଵପ୍ନକୁ ସାକାର କରିବା ସହ କଳାହାଣ୍ଡି ମାଟିକୁ ବିଶ୍ୱ ଦରବାରରେ ପରିଚିତ କରେଇପାରିବେ ବୋଲି ଡ଼. ଶିବରାମ ନାୟକ ବିବେକସେନା ର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜ ବକ୍ତବ୍ୟ ରେ କହିଥିଲେ ।ଶିକ୍ଷାବିତ ପ୍ରଭାସ ମିଶ୍ର, ନାଟ୍ୟକାର ଡ. ଉମେଶ ଶତପଥି, ପ୍ରଦୀପ ଧଙ୍ଗଡ଼ାମାଝୀ, ରିୟାଜ ଅଲି, ନାଟ୍ୟ ନିର୍ଦେଶକ ଶଙ୍କର ନାୟକ,ବିରଞ୍ଚି କୁମାର ମୁଣ୍ଡ, ବ୍ୟଙ୍ଗକାର ସୁଶାନ୍ତ ମିଶ୍ର, ଶିକ୍ଷାବିତ ଡ଼ା. ସୁମନ ରଥ ଓ ମୁକୁନ୍ଦ ରେଡ୍ଡୀ ସଂମ୍ମାନୀତ ଅତିଥି ରୂପେ ଯୋଗଦେଇ ଥିଲେ। ସୁଶାନ୍ତ ନାଏକ, ବୃଷଭ ଦାସ ସହଯୋଗ କରିଥିବା ବେଳେ ବିବେକସେନା ବରିଷ୍ଠ ସଦସ୍ୟା ମିକୁମିକ୍ସ ନାୟକ ସଭା ପରିଚାଳନା ସହ ଧନ୍ୟବାଦ ଦେଇଥିଲେ।
ମୁଁ ବି କଳାକାର ହେବି କାର୍ଯ୍ୟକ୍ରମ ଅନୁଷ୍ଠିତ
By: Tarzama News
0





Post a Comment