//BREAKING//
Loading...

ମିନଗୁର ଗ୍ରାମରେ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ


 

କଲମପୁର:---( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଗ୍ରାମରେ ଆଗାମୀ ତିନି ଦିନଧରି ହେବାକୁ ଥିବା ମହାଲକ୍ଷ୍ମୀ ପୂଜାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ୨୦ ବର୍ଷ ହେବ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଅଛି। ବୁଧ ବାର ଅପରାହ୍ନ ସମୟରେ ମହାଲକ୍ଷ୍ମୀ ପୂଜା ପାଇଁ ଗ୍ରାମର ସମସ୍ତ ଗ୍ରାମବାସୀ ଉତ୍ସାହ ସହିତ ହରିବୋଲ ହୁଳହୁଳି ଶବ୍ଦରେ ସଙ୍କୀର୍ତ୍ତନ କରି ନିକଟସ୍ଥ କମଳ ନଦୀରୁ ୪୫ ଗୋଟି କଳସପାଣି ଆଣି ମାଁ ମହାଲକ୍ଷ୍ମୀ ଙ୍କ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ପୂଜାବିଧି ଅନୁସାରେ ପୂଜାକର୍ମ ଆରମ୍ଭ ହୋଇଥିଲା। ଏହି ମହାଲକ୍ଷ୍ମୀ ପୂଜାର କର୍ତ୍ତା ଭାବରେ ସୁଶିଲ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ ସଭ୍ୟାରାଣୀ ପଣ୍ଡା ଦାୟିତ୍ଵ ତୁଲାଉଥିବା ବେଳେ ମୁଖ୍ୟପୁଜକ ଭାବରେ ଶେଷଦେବ ଯୋଶୀ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି।ସଭାପତି ଅରୁଣ କୁମାର ପଣ୍ଡା,ଉପ ସଭାପତି ଅଭିମନ୍ୟୁ କୁମାର ପଣ୍ଡା ଙ୍କ ତତ୍ତ୍ଵାବଧାନରେ ମହାଲକ୍ଷ୍ମୀ ପୂଜା ସମ୍ପାଦନା ହେଉଥିବା ବେଳେ ପୂଜା କମିଟି ର ସୁନୀଲ କୁମାର ପଣ୍ଡା ତଥା ପୂଜା କମିଟିର ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି। ଆଜି ଗ୍ରାମର ଶତାଧିକ ପୁରୁଷ ,ମହିଳା ଭକ୍ତିଭାବର ସହ ଉପସ୍ଥିତ ରହି କଳସ ଯାତ୍ରା କୁ ସାଫଲ୍ୟ ମଣ୍ଡିତ କରିଥିଲେ।ଏହି ପୂଜା ଅବସରରେ ଦର୍ଶକ ମାନଙ୍କ ପାଇଁ ନାଟକ ଓ ରଙ୍ଗାରଙ୍ଗ ରେକର୍ଡ଼ ଡେନ୍ସ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟି ସଭାପତି ସୂଚନା ଦେଇଛନ୍ତି।ଉକ୍ତ ପୂଜାରେ ବିପୁଳ ସଂଖ୍ୟାରେ ଭକ୍ତ ଓ ଦର୍ଶକ ଉପସ୍ଥିତ ହେବାପାଇଁ ପୂଜା କମିଟି ପକ୍ଷରୁ ଅନୁରୋଧ କରାଯାଉଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe