ଜୟପାଟଣା -( ତର୍ଜମା ନ୍ୟୁଜ ) କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳ କୁ ସହରାଞ୍ଚଳ ସହିତ ସଂଯୋଗ କରିବା ପାଇଁ ଅହରହ ପ୍ରୟାସ କରୁଛନ୍ତି ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପଟେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନ ମନୋଭାବ ଏବଂ ଠିକାଦାର ପୋଷଣ ନୀତି ଯୋଗୁଁ କଳାହାଣ୍ଡି ଜିଲ୍ଲା ରେ ନିର୍ମାଣାଧୀନ ରାସ୍ତା ନିର୍ମାଣ କାମ ପ୍ରହସନ ରେ ପରିଣତ ହୋଇଛି ।ଏହାର ଉଦାହରଣ ଆଦିବାସୀ ଅଞ୍ଚଳ ଜୟପାଟଣା ବ୍ଲକ୍ ର ସର୍ଗୀଗୁଡା ପଞ୍ଚାୟତ ଅନ୍ତର୍ଗତ ଏକଟାଗୁଡା ଠାରୁ ସାନପୁଝାରୀଗୁଡା ରାସ୍ତା ନିର୍ମାଣ କାର୍ଯ୍ୟ ରେ ଯନ୍ତ୍ରୀ ଙ୍କ ଅନୁପସ୍ଥିତିରେ ନିର୍ମାଣ ହେଇଥିବା ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ପିଚୁ ରାସ୍ତା କାର୍ଯ୍ୟ ନ ସରୁଣୁ ପିଚୁ ଉଠିଲାଣି ଓ ୧/୨ ଦିନ ଭିତରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ର ଠିକାଦାର ପୋଷଣ ଓ ପାରିବା ପଣିଆ ର ନଗ୍ନ ନମୁନା ମାତ୍ର ।ଏଥିରୁ ସ୍ପଷ୍ଟ ଭାବରେ ରାସ୍ତା ନିର୍ମାଣ କାର୍ଯ୍ୟ କିପରି ଭାବରେ ବିଭାଗୀୟ ଯନ୍ତ୍ରୀ ଙ୍କ ତତ୍ତ୍ଵାବଧାନରେ, ଓ ଠିକାଦାର ଙ୍କ ସହ ମଧୁଚନ୍ଦ୍ରିକା ଚାଲିଛି ଜଣା ପଡ଼ିଛି । ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମ ବାସୀ ଓ ଜିଲ୍ଲା ପରିଷଦ ଦେବେନ୍ଦ୍ର ପୁଝାରୀ ବାରମ୍ବାର ନିମ୍ନ ମାନର ରାସ୍ତା ନିର୍ମାଣ ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ, କିମ୍ବା ଠିକାଦାର ଭ୍ରୁକ୍ଷେପ କରୁ ନ ଥିବା ଅଭିଯୋଗ ହୋଇଛି । ଏହି ଭଳି ବିଭାଗୀୟ ଯନ୍ତ୍ରୀ, ଅଫିସର ଓ ଠିକାଦାର ଙ୍କ କଳାକାର ନାମା ଯୋଗୁଁ ଜିଲ୍ଲାରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ଭାଗବଣ୍ଟା ରେ ସରି ଯାଉଥିବା ଦେଖୁବକୁ ମିଳୁଛି । ଏହି ନିମ୍ନ ମାନର ରାସ୍ତା ନିର୍ମାଣ କାର୍ଯ୍ୟର ତୁରନ୍ତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତଦନ୍ତ କରିବେ ଓ ଠିକାଦାର , ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ର ପର୍ଦାଫାସ କରି ଏହି ରାସ୍ତା କାର୍ଯ୍ଯ ଉପରେ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ନେବେ ଦେଖିବାକୁ ବାକି ରହିଲା
ନିମ୍ନ ମାନର ରାସ୍ତା ନିର୍ମାଣ କାର୍ଯ୍ୟ ଅଭିଯୋଗ" ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା
By: Tarzama News
0




Post a Comment