//BREAKING//
Loading...

ମମିତା ମେହେର ହତ୍ୟା ମାମଲାର ଚାପ୍ଟର କ୍ଲୋଜ: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା !!!




କଣ୍ଟାବାଞ୍ଜି----(ତର୍ଜମା ବ୍ୟୁରୋ ନ୍ୟୁଜ )  ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ୍ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲରେ ବିଚାରାଧୀନ ବନ୍ଦୀ ଭାବରେ ରହି ଆଜି ଦିନ ବେଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ଜେଲଭିତରେ ଏକ ଛୋଟିଆ ଗଛ ରେ ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି।  ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଚାରାଧୀନ ବନ୍ଦୀ ଗୋବିନ୍ଦ ସାହୁ ର ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧରଣ ଲୋକ। ଆଜି ଗୋବିନ୍ଦଙ୍କୁ କୋର୍ଟରେ ହାଜର କରାଯାଇଥାନ୍ତା । ତାଙ୍କର ମୃତଦେହ ବଲାଙ୍ଗୀର ରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।କିଏ କହୁଛି ଜେଲ ପଛପଟେ ଏକ ଛୋଟ ଗଛରେ ଗାମୁଛାରେ ସେ ଆତ୍ମହତ୍ୟା କରିଛନ୍ତି, ଆଉ କିଏ କହୁଛନ୍ତି ବାଥରୁମ୍ କବାଟ ରେ ଝୁଲିପଡ଼ିଥିଲେ । ତାଙ୍କ ସହିତ ସୁରକ୍ଷା ଢ଼ିଲା ଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଗୋବିନ୍ଦ ସାହୁ ର ଆତ୍ମହତ୍ୟା କରିବା ଘଟଣା ଏକ ବିରାଟ ଷଡଯନ୍ତ୍ର ଓ ଏହାର ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭକ୍ତ ଚରଣ ଦାସ ।ରାଜ୍ୟରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନେତା ମାନେ ଏହି ଘଟଣାରେ ସିଧାସଳଖ ରାଜ୍ୟ ସରକାର ଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହା ର ସିବିଆଇ କିମ୍ବା ବରିଷ୍ଠ ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।


  

 ରାଜ୍ୟ ପୋଲିସ ମହାନିର୍ଦେଶକ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉକ୍ତ ଘଟଣାର ବିସ୍ତୃତ ରିପୋର୍ଟ ଦେବା ପାଇଁ ସମ୍ବଲପୁର ଜେଲ ଡିଆଇଜି ଙ୍କୁ ନିର୍ଦେଶ ଦେଇଛନ୍ତି ଏବଂ ଜେଲ ଡିଆଇଜି କଣ୍ଟାବାଞ୍ଜି ସବ ଜେଲ ରେ ପହଂଚି ଥିବା ଜଣା ପଡ଼ିଛି ।ଏଥିସହ ମମିତା ମେହେର  ୨୦୨୧ ଅକ୍ଟୋବର ୮  ତାରିଖ ରୁ ନିଖୋଜ ଥିଲେ ଓ ଅକ୍ଟୋବର ୧୩ ତାରିଖରେ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ଗିରଫ କରାଯାଇଥିଲା। ମାତ୍ର ଅକ୍ଟୋବର ୧୭ରେ ଟିଟିଲାଗଡ଼ ପୁଲିସ ବାରାକରୁ ସେ ଫେରାର ହୋଇଯାଇଥିଲେ। ଏହାପରେ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହେବା ସହ ସେହିଦିନ ସଂଧ୍ୟାରେ ଆଖୁବାଡ଼ିରୁ ମୁ୍ଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରାଯାଇ ଅକ୍ଟୋବର ୨୦ରେ କୋର୍ଟଚାଲାଣ କରାଯାଇଥିଲା। କଂଗ୍ରେସ ବିରୋଧୀଦଳ ନେତା ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସମେତ କଂଗ୍ରେସ ଓ ବିଜେପି ଦଳର ବହୁ ବରିଷ୍ଠ ନେତା ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ପତ୍ନୀ ସୁଷମା ସାହୁ ଙ୍କ ବିସ୍ଫୋରକ ବୟାନ । ମୋ ସ୍ୱାମୀଙ୍କୁ କରାଯାଇଛି ହତ୍ୟା, ସେ କେବେ ବି ଆତ୍ମହତ୍ୟା କରି ପାରିବେ ନାହିଁ । ସେ ବହୁତ ଷ୍ଟ୍ରଙ୍ଗ ବ୍ୟକ୍ତି ଅଟନ୍ତି । ଯୋଜନାବଦ୍ଧ ଭାବେ ମୋ ସ୍ୱାମୀକୁ ହତ୍ୟା କରାଯାଇଛି । ଜେଲରେ ସୁରକ୍ଷା ଥାଇ କେମିତି ମୋ ସ୍ୱାମୀ ଆତ୍ମହତ୍ୟା କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ କେବଳ ପୋଲିସ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି ।ମୋ ସହ ଗତକାଲି ୧୧ଟାରେ ଫୋନରେ କଥା ହୋଇ ସବୁ ବିଷୟରେ ପଚାରି ବୁଝିଥିଲେ । ଆଜି ତାଙ୍କର ମୃତ୍ୟୁ ସନ୍ଦେହକୁ ଘନେଇବାରେ ଲାଗିଛି । ସେ ବହୁତ ଦୃଢ ଲୋକେ କେବେହେଲେ ଆତ୍ମହତ୍ୟା କରିପାରିବେ ନାହିଁ । ଏ ସମ୍ପର୍କରେ ପତ୍ନୀ ସୁଷମା କେଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।ଏହି ଘଟଣାରେ  କର୍ତବ୍ୟରେ ଅବହେଳା ଅଭିଯୋଗ ରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ କୁ ନିଲମ୍ବିତ କରିଥିବା  ଜଣା ପଡ଼ିଛି ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe