ଭବାନୀପାଟଣା:---( ତର୍ଜମା ନ୍ୟୁଜ ) ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ସକାଳୁ କେଗାଁ ରେଞ୍ଜର କେଶବ ମାଝୀଙ୍କ ବାସ ଭବନ ସମେତ ଚାରିଟି ସ୍ଥାନ ରେ ଭିଜିଲାନ୍ସ ଚଢ଼ାଉ। ରେଞ୍ଜର କେଶବ ମାଝୀ କାର୍ଯ୍ୟରତ ଥିବା କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ କେଗାଁ ରେଞ୍ଜର କାର୍ଯ୍ୟାଳୟ ଓ ରହୁଥିବା କ୍ୱାଟର ସହ ବ୍ରାହ୍ମଣୀଗାଁ ର ପୈତୃକ ଘରେ ଭିଜିଲାନ୍ସ ବିଭାଗ ର ଚଢ଼ାଉ।କୋରାପୁଟ ଓ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଦ୍ୱାରା ଏହି ଚଢ଼ାଉ ଜାରି ରହିଛି ।ଏ ସମ୍ପର୍କରେ ରାଜ୍ୟ ଭିଜିଲାନ୍ସ ଡ଼ାଇରେକ୍ଟର ଏକ ପ୍ରେସ ବିଜ୍ଞପ୍ତି ରେ ରେଞ୍ଜର କେଶବ ମାଝୀ ଙ୍କ ମୋଟ ସମ୍ପତ୍ତି ୨.୪୫ କୋଟି ହେବା ସହ ୪୭୭ ଗ୍ରାମ ସୁନା, ଏକ ତିନିମହଲା କୋଠା, ୪ ଗୋଟି ପ୍ଲଟ, ବ୍ୟାଙ୍କ ଓ ଇନ୍ସୁରାନ୍ସ ଜମା ୩୩ଲକ୍ଷ, ନଗଦ ଟଙ୍କା ୨.୭୮ଲକ୍ଷ, ଦୁଇଟି ଚାରି ଚକିଆ ଯାନ ଠାବ ହୋଇ ଥିବା ପ୍ରକାଶ କରିବା ସହ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ।
କେଗାଁ ରେଞ୍ଜର କେଶବ ମାଝୀ ଙ୍କ ଘର ସମେତ ଚାରିଟି ସ୍ଥାନ ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ।
By: Tarzama News
0
Post a Comment