ମୁଖୀଗୁଡା:---(ତର୍ଜମା ନ୍ୟୁଜ )କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ପ୍ରକଲ୍ପ କହିଲେ ସାରା ଓଡ଼ିଶା ର ଲୋକ ଜାଣି ଛନ୍ତି, କିନ୍ତୁ ଏହି ଇନ୍ଦ୍ରାବତୀ ପ୍ରକଲ୍ପ ଅଧିନରେ ଥିବା ମଙ୍ଗଳ ପୁର ହାତୀ ବ୍ୟାରେଜ ଦକ୍ଷିଣ କେନାଲ ମୁଖ୍ୟ ଫାଟକ ତଳ ପାର୍ଶ୍ଵରେ ପଥର ଖସିବା ଆରମ୍ଭ ହୋଇଛି। ଏହା ଫାଟକ ପାଇଁ ବିପଦ ସୃଷ୍ଟି କରିଛି। ଚଳିତ ବର୍ଷ ବର୍ଷା ଦିନିଆ ଧାନ ଫସଲ ଅମଳ ପାଇଁ ଗତ ୧୫ ତାରିଖ ଦିନ ଜଳସେଚନ ବନ୍ଦ ହୋଇଥିଲା ତେବେ ପାଣି କମିବା ପରେ ସେହି ମୂଖ୍ୟ ଫାଟକ ପାର୍ଶ୍ଵରେ ପଥର ଖସିଥିବା ଦେଖାଦେଇଛି । ବର୍ତମାନ ଚାଷୀ , ବୁଦ୍ଧୀଜୀବି ଙ୍କ କହିବା କଥା କିଛି ମାସ ହେଲା ବ୍ୟାରେଜ୍ ର ମରାମତି କାର୍ଯ୍ୟ ଚାଲୁରହିଛି ,ଏଠି ପ୍ରଶ୍ନ ଉଠୁଛି ଇନ୍ଦ୍ରାବତୀ ପ୍ରକଲ୍ପ ବିଭାଗୀୟ ଅଧିକାରୀ ମାନଙ୍କ ନଜର କେମିତି ପଡ଼ିଲା ନାହିଁ । ଯାହା ଅନୁମାନ କରାଯାଏ ବିଭାଗୀୟ ଅଫିସର୍ ବାବୁ ମାନେ ଜାଣି କି ନ ଜାଣିଲା ପରି ଅଫିସ୍ ବାହାନାରେ ପରିଦର୍ଶନରେ ଆସୁନାହାନ୍ତି । ଚାଷୀଭାଇ ମାନଙ୍କ କହିବା ଅନୁସାରେ ଆଜି ମୂଖ୍ୟ ଫାଟକ ସାମନାରେ ଘାଈ ସୃଷ୍ଟି ହେବା କିଛି ନୂଆ କଥା ନୁହେଁ ଏଠାରେ ରକ୍ଷଣାବେକ୍ଷଣ ଠିକ୍ ରେ ନ ହେବା ଓ ଇନ୍ଦ୍ରାବତୀ ପ୍ରକଲ୍ପ ର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅନେକ ସମୟରେ କେବେ ଚାଷୀ ଙ୍କ ଚାଷ ସମୟରେ ତୋ କେବେ ଫସଲ ଅମଳ ହେବା ସମୟ ବଡକେନାଲ ଠୁ ଆରମ୍ଭ କରି ଶାଖା କେନାଲ ସବୁ ଭୁସିଡିବା , ଘାଇ ସୃଷ୍ଟି ହେବା ନଜର କୁ ଆସେ ବୋଲି ଚାଷୀ, ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଥିଲେ ।
ତେବେ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗ ଓ ବିଶେଷଜ୍ଞ ଦଳ କିଛି ଅଘଟଣ ହେବା ପୂର୍ବରୁ ଏ ସମ୍ପର୍କରେ ତୁରନ୍ତ ମରାମତି କରିବା ପାଇଁ ଦାବି ହେଉଛି ।




Post a Comment