//BREAKING//
Loading...

ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

 


ଭବାନୀପାଟଣା:-----( ତର୍ଜମା ନ୍ୟୁଜ )କଳାହାଣ୍ଡି ଜିଲ୍ଲା ଚେସ ଏସୋସିଏସନ ଓ ମାରୱାଡି ଯୁବାମଞ୍ଚ, ଜାଗୃତି ଶାଖା, ଭବାନିପାଟଣା ଦ୍ବାରା ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ବଳୟ ଦେହୁରୀ, ନିର୍ବାହୀ ଅଧିକାରୀ , ଭବାନିପାଟଣାଯୋଗଦେଇ ଉଦଘାଟନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଭବାନିପାଟଣା ପୌରାଧକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଅଭିଜ୍ଞ ଚେସ ଖେଳାଳୀ ଶ୍ରୀଯୁକ୍ତ ସୁଧୀର କୁମାର ବେହେରା ଓ ଶ୍ରୀମତୀ କୁସୁମ ଅଗ୍ରୱାଲ ଯୋଗଦାନ କରିଥିଲେ। ଅନୁଷ୍ଠାନ ର ସଭାପତି ରବିନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ ଓ ଜାଗୃତି ଶାଖାର ସଭାପତି ଶ୍ରୀମତୀ ଶ୍ବେତା ଅଗ୍ରୱାଲ, ରଶ୍ମି ଅଗ୍ରୱାଲ, ଭୀମସେନ ପାତ୍ର, ବିଷ୍ଣୁ ଅଗ୍ରୱାଲ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ବୟସର ୮୨ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ବିଭିନ୍ନ ବର୍ଗରେ ସମୁଦାୟ ୨୨ ଜଣଙ୍କୁ ପୁରସ୍କୃତ କରା ଯାଇଥିଲା। ଶ୍ରୀ କାର୍ତ୍ତିକ ଦଣ୍ଡସେନା ପ୍ରଥମ, ଶ୍ରୀ ରବୀନ୍ଦ୍ର କୁମାର ସାହୁ ଦ୍ବିତିୟ ଓ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶ୍ରୀ ବିଦୁ ଭୂଷଣ ମିଶ୍ର ମୁଖ୍ୟବିଚାରକ କାର୍ଯ୍ୟ ତୁଲାଇ ଥିଲେ।ଶ୍ରୀ ବିଶ୍ବ ରଞ୍ଜନ ପଣ୍ଡା ସଭା କାର୍ଯ୍ଯ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ସଂପାଦନାରେ କ୍ଷୀରୋଦ ଚନ୍ଦ୍ର ମୁଣ୍ଡ, ପ୍ରଭାତ ବ୍ରହ୍ମା, ସଂଜୀବ ଯୋଷୀ, ସୁଶିଲ ପଣ୍ଡା, ଶିଖା ଅଗ୍ରୱାଲ, ଜୟଶ୍ରୀ ଅଗ୍ରୱାଲ, ଅନୀତା ଅଗ୍ରୱାଲ, ଅଙ୍କିତ ଅଗ୍ରୱାଲ, ମାଙ୍ଗେଲାଲ ନାଏକ ଓ ଅନ୍ଯ ସଭ୍ଯବୃନ୍ଦ ସହଯୋଗ କରିଥିଲେ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe