//BREAKING//
Loading...

ବ୍ରଜମୋହନ ହାଇସ୍କୁଲ ୧୯୭୪ ଗୋଲଡେନ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ।


 

ଭବାନୀପାଟଣା:---( ତର୍ଜମା ନ୍ୟୁଜ )  କଳାହାଣ୍ଡି ଜିଲ୍ଲାର ଗୌରବମୟ ଇତିହାସ ର ଜୀବନ୍ତ ପୁରାତନ ଶିକ୍ଷା ଅନୁଷ୍ଠାନ ବ୍ରଜମୋହନ ହାଇସ୍କୁଲ ୧୯୭୪ ମାଟ୍ରିକ ବ୍ୟାଚ ର ୨୪ ତମ ବଂଧୁମିଳନ ଅନୁଷ୍ଠିତ ହୋଇଯାଇଛି ।ଭବାନୀପାଟଣା ନିକଟସ୍ଥ କନକପୁର ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଚଞ୍ଚରାଦର ରେ ଆୟୋଜିତ ଏହି ବନ୍ଧୁ ମିଳନ ରେ ୯୮ଜଣ ବନ୍ଧୁ ଯୋଗଦେଇଥିଲେ ।ସଭାପତି ସୁଧାଂଶୁ ଶେଖର ଦେଓ, ସମ୍ପାଦକ ରାମ ଶଙ୍କର ଦାସ ଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ଆୟୋଜିତ ଏହି ବନ୍ଧୁ ମିଳନ ଅବସରରେ ଦିବଙ୍ଗତ ୩୩ ଜଣ ବନ୍ଧୁ ଏବଂ ଲୋକପ୍ରିୟ କ୍ରୀଡା ଶିକ୍ଷକ ସ୍ବର୍ଗତ ମୁନିର ମହମ୍ମଦ ଏବଂ ସ୍ବର୍ଗତ ଫିଲିପ୍ସ ସେନାପତି ଙ୍କ ଅମରଆତ୍ମା ଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଆସନ୍ତା ୨୦୨୩ମସିହା କୁ ସ୍ମରଣୀୟ କରିବା ପାଇଁ ବଂଧୁମିଳନ ର ରୌପ୍ୟ ଜୟନ୍ତୀ ପାଳନ ଏବଂ ୨୦୨୪ ମସିହା ରେ ମାଟ୍ରିକ ପାଶ କରିବାର ୫୦ବର୍ଷ ପୂର୍ତ୍ତି ପାଇଁ ସ୍ବର୍ଣ୍ଣ ଜୟନ୍ତୀ ପାଳନ କରିବା ସକାଶେ ସ୍ଥିର ହୋଇଥିବା ଜଣାପଡିଛି ।


ଏହି ଅବସରରେ ଜିଲ୍ଲା ଓ ରାଜ୍ୟ ବାହାରେ ରହୁଥିବା ଅନେକ ବନ୍ଧୁ ଉପସ୍ଥିତ ରହି ଛାତ୍ର ଜୀବନ ଅତୀତ ର ସୃତି ଚାରଣ କରିଥିଲେ ।ରାୟପୁର ରୁ ଅବସରପ୍ରାପ୍ତ ଆଇ ଏଫ ଏସ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଭୁବନେଶ୍ୱର ରୁ ଶିଶିର ମୁଣ୍ଡ, ସୁଧାଂଶୁ ଦାସ, ବ୍ରହ୍ମପୁର ରୁ ଜ୍ଞାନ ଆଚାର୍ଯ୍ୟ, ସମ୍ବଲପୁର ରୁ ଜୟ ମିଶ୍ର, ସିତାଂଶୁ ଚୋପଦାର, ରଫିକ ମହମ୍ମଦ, ଅବଦୁଲ ରସିଦ, ବଲାଙ୍ଗୀର ରୁ ଅଶୋକ ବାଗ,ହୀରାଲାଲ ସାହୁ, ଖଡ଼ିଆଳ ରୁ ଜଳିଲ ମହମ୍ମଦ ଅବଦୁଲ୍ଲା ଖାଁ,ଧର୍ମଗଡ଼ ରୁ ଅଧ୍ୟାପକ ସତ୍ୟ ପଟ୍ଟାନାୟକ ଙ୍କ ସମେତ  ପ୍ରଥମ  ଥର ପାଇଁ ଦୀର୍ଘ ୨୪ ବର୍ଷ ପରେ ପାଞ୍ଚ ଜଣ ନୂତନ ବନ୍ଧୁ ଦାମୋଦର ପଣ୍ଡା ଓ ସୁଧାଂଶୁ ରଞ୍ଜନ ଦାଶ ଭୁବନେଶ୍ୱର, ମନବୋଧ ବୈଠାରୁ ମୁଖୀଗୁଡା, ଧୀରେନ ବଗର୍ତ୍ତି ବୋରିଆ, ଜହୁର ଅଲ୍ଲୀ, ଭବାନୀପାଟଣା ଯୋଗଦାନ କରିଥିଲେ । 


ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ, ରବି ନାରାୟଣ ସେନାପତି, ପ୍ରସନ୍ନ ସାହାଣୀ, ଭାରତୀ ଶତପଥୀ, ସତ୍ୟ ସିଂ, ଅବଦୁଲ କାଦର, ଲକ୍ଷ୍ମୀ ସିଂହ, ଦୁର୍ଗା ରଥ,ଭୀମରାଜ ରାଓ, ଶ୍ୟାମ ସାହୁ, ହାଜି ଆକବର ମହମ୍ମଦ, ମହମ୍ମଦ ଅଲ୍ଲୀ, ମୁରଲୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe