//BREAKING//
Loading...

୧୨ ତମ ଜାତୀୟ ନାଟକ ମହୋତ୍ସବ - ୨୦୨୨ ଉଦଯାପିତ ମଞ୍ଚସ୍ଥ ହେଲା ନାଟକ "ଅସୁରଗଡ଼ର କଥା"

 


ଭବାନୀପାଟଣା:---( ତର୍ଜମା ନ୍ୟୁଜ )  କଳାହାଣ୍ଡି କଳାକାର ସଂଘ' ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ୧୨ ତମ ଜାତୀୟ ନାଟକ ମହୋତ୍ସବ - ୨୦୨୨ ଉଦଯାପିତ ହୋଇଯାଇଛି । ଆଜିକାର ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଅବଦୁଲ କାଦିର ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ କୁଳପତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭବାନୀପାଟଣା ଶ୍ରୀ ସଞ୍ଜୟ ଶତପଥୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର, ସି.ଆର.ପି.ଏଫ୍ କମାଣ୍ଡେଣ୍ଟ ରତିକାନ୍ତ ବେହେରା, ପଞ୍ଚ୍ ମେନ ଅଫ୍ ଇଣ୍ଡିଆ ସତ୍ୟପୀର ପ୍ରଧାନ, ମଞ୍ଚ ଅଭିନେତା ଲକ୍ଷ୍ମୀନାରାୟଣ ଦତ୍ତ ଓ ସୁରେଶ ସିଂହ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଆଜି ମହୋତ୍ସବ ର ଉଦଯାପନୀ ସନ୍ଧ୍ୟାରେ ନାଟକ କ୍ଷେତ୍ରରେ ଏ ମାଟିକୁ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମିଶ୍ର, ଶ୍ରୀଯୁକ୍ତ ଉମା ଶଙ୍କର ବାବୁ ଏବଂ ଶ୍ରୀଯୁକ୍ତ ଶୈଳେନ୍ଦ୍ର ଆଚାର୍ଯ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷ ସନ୍ଧ୍ୟାରେ ସକ୍ଷମ ଏକାଡେମୀ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା। ପରେ ମଞ୍ଚସ୍ଥ ହୋଇଥିଲା ନାଟକ "ଅସୁରଗଡ଼ର କଥା"। 


ଭଗବାନ ତିଆରି କରିଥିଲେ ପୃଥିବୀ ଏବଂ ପୃଥିବୀକୁ ସରସ ସୁନ୍ଦର କରିବାକୁ ଗଢି ଦେଇଥିଲେ ମଣିଷ ସମାଜ କିନ୍ତୁ ମଣିଷ ସଭ୍ୟତାରେ ସବୁ ସମୟରେ ଶାସକ ଗୋଷ୍ଠୀ ଅତ୍ୟାଚାର କରି ଆସିଛନ୍ତି ଦୁର୍ବଳ ଓ ଅବହେଳିତ ଗୋଷ୍ଠୀ ଉପରେ। ଶାସକ ଗୋଷ୍ଠୀ ଶାସିତ ମାନଙ୍କ ଉପରେ ନିଜ ଆଧିପତ୍ୟ ସାବ୍ୟସ୍ତ କରିବାକୁ ପଛାଇଲେ ନାହିଁ, ଯାହା ଫଳରେ ଅତ୍ୟାଚାର ବଢିବାକୁ ଲାଗିଲା। ଶାସକ ଗୋଷ୍ଠୀ ଶାସିତ ଲୋକ ଙ୍କ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନଧାରାକୁ ନିୟନ୍ତ୍ରଣ କରିଲେ କିନ୍ତୁ କେତେଦିନ ଏ ଅତ୍ୟାଚାର କୁ ଶାସିତ ଗୋଷ୍ଠୀ ସହିଥାନ୍ତେ। ଅତ୍ୟାଚାର ଓ ଅପମାନର ବହ୍ନି ଦିନେ ବିଦ୍ରୋହର ରୂପ ନେଇଛି। ନିଜର ସ୍ୱାଧୀନତାକୁ ପାଇବା ପାଇଁ ଶାସିତ ବ୍ୟକ୍ତି ଶାସକ ର ବିରୋଧରେ ଏକ ସ୍ଵରରେ ବିଦ୍ରୋହ ର ସ୍ଵର ଉତ୍ତୋଳନ କରିଛି । ଏହିପରି ସ୍ଥିତି ସବୁ ସମୟରେ ଘଟି ଆସୁଛି ଏବଂ ଅନେକ ଧନ ଜୀବନର ଅନ୍ତ ଘଟୁଛି। ଏହାର କ'ଣ ଅନ୍ତ ନାହିଁ? କ'ଣ ଉଚ୍ଚନୀଚ୍ଚ ଭେଦଭାବର ଅନ୍ତ ନାହିଁ? କ'ଣ କେବେ ସାମ୍ୟବାଦ, ଶୃଙ୍ଖଳିତ ସମାଜ ଗଢି ଉଠିବ ନାହିଁ? ଏହି କଥାବସ୍ତୁ ତଥା କଳାହାଣ୍ଡିର "ପ୍ରଜାମେଳି" ର ପୃଷ୍ଠଭୂମି ଉପରେ ଆଧାରିତ ହୋଇଛି ନାଟକ "ଅସୁରଗଡ଼ ର କଥା"।


 "କଳାହାଣ୍ଡି କଳାକାର ସଂଘ" ଦ୍ଵାରା ପରିବେଷିତ ଏହି ନାଟକକୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ପ୍ରଦୀପ ଧଙ୍ଗଡାମାଝି। ଏଥିରେ ସୁଜାତା ନାୟକ, ଅର୍ଣ୍ଣପୂର୍ଣ୍ଣା ପଣ୍ଡା, ଶାଲିନୀ ପ୍ରଧାନ, ଅଙ୍କିତା ନାଏକ, ବିଜେତା ବାଗ, ଆର୍ତ୍ତତ୍ରାଣ ସାହୁ, ରିଆଜ ଖାନ, ଅଜିତ କୁମାର ନାୟକ, କାହ୍ନୁ ଚରଣ ଗଉଡ, ନଳିନୀକାନ୍ତ ଦାଶ, କେ. ଗୋପୀ ନାୟର୍, ଦକ୍ଷ ସାହୁ, ଶମ୍ଭୁ ବିଶି, ଭୋଳା ପ୍ରସାଦ ନାଗ, ବିଷ୍ନୁ ବୈଶାଳ ପ୍ରମୁଖ ଅଭିନୟ କରିଥିଲେ। ନରେନ୍ଦ୍ର ପଣ୍ଡା ଏବଂ ଦେବେନ୍ଦ୍ର ବାଗ ସଙ୍ଗୀତ ପରିଚାଳନା କରିଥିବା ବେଳେ କ୍ଷୀରସିନ୍ଧୁ ନାଏକ ଏବଂ ସିପ୍ରା ରାଉଳ କଣ୍ଠଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଉମାକାନ୍ତ ବାଗ। ଉଭୟ ନାଟକଟି ବେଶ୍ ମନମୁଗ୍ଧକର ହେବାସହ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନ୍ ହଲ୍ ରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି ଅଭିନେତାଙ୍କୁ ଆହୁରି ଉତ୍ସାହିତ କରିଥିଲା। ଆଜିର ଉଦଯାପନୀ ଉତ୍ସବରେ ମଞ୍ଚ ପରିଚାଳନା କରିଥଲେ ମଞ୍ଚ ଅଭିନେତ୍ରୀ ଲୋଚନୀ ବାଗ ଏବଂ ପଦ୍ମନାଭ କୁମ୍ଭାର ଧନ୍ୟବାଦ ଦେଇଥିଲେ ।



 ଏଥିରେ ସମ୍ପାଦକ ରିୟାଜ୍ ଖାନ୍, ରଣଜିତ ସିଂ, ଭୀମସେନ ସାହୁ, ଅବଦୁଲ୍ଲା ଖାନ, ଆଲୋକ କୁମାର ସାହୁ, ବିଭୁରଂଜନ ପଣ୍ଡା, ବିରଞ୍ଚି ନାରାୟଣ ମୁଣ୍ଡ, ଦେବାଶିଷ ତ୍ରିପାଠୀ, ଧ୍ୟାନାନନ୍ଦ ପଣ୍ଡା, ରାମେଶ୍ୱର ତ୍ରିପାଠୀ, ହିତେଶ ଭୋଇ, ନିମାଇ ଚରଣ ପାଣି, ପଦ୍ମନାଭ କୁମ୍ଭାର, ଉମାକାନ୍ତ ବାଗ, ସୌରଭ ମହାପାତ୍ର, ଶୁଭେନ୍ଦୁ କୁମାର ମହାପାତ୍ର, ତରୁଣ ମହାପାତ୍ର, ତଥାଗତ ମିଶ୍ର, ଶୁଭମ୍ ବେହେରା, ସୌମ୍ଯ ରଂଜନ ଜେନା, ଆଶୁତୋଷ ପୁରୋହିତ, ଲିପ୍ସା ମହାରଣା, ପ୍ରଜ୍ଞା ପରିମିତା ନାୟକ, ଆର୍ଯ୍ୟା ନାୟକ, ପ୍ରିୟଙ୍କା ପଟ୍ଟନାୟକ, ତ୍ରିମୋହନ ସାହୁ, ଜୟ ଶଙ୍କର ପଣ୍ଡା, କାହ୍ନୁ ଚରଣ ଗଉଡ, ମହମ୍ମଦ ବୁରହାନ୍, ସତ୍ୟନାରାୟଣ ମିଶ୍ର,ଶେଷଦେବ ମିଶ୍ର ପ୍ରମୁଖ ସହାୟତା କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe