ଭବାନୀପାଟଣା:---( ତର୍ଜମା ନ୍ୟୁଜ ) ଆଜି ସକାଳ ସାଢେ଼ ନଅ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲାର ତଥା ରାଜ୍ୟର ସୁନାମଧନ୍ୟ ଫୂଟବଳ ଖେଳାଳୀ ଲବଣୀସ୍ୱର ଭୋଇ ଙ୍କ ପରଲୋକ ଗମନ ଘଟିଛି । ସେ ଜଣେ ମେଲାପି ଓ ମିଷ୍ଟ ଭାଷୀ ବ୍ୟକ୍ତି ଥିଲେ। କଳାହାଣ୍ଡି ଜିଲ୍ଲାର ଏହି କିମ୍ବଦନ୍ତୀ ଦୁର୍ଦ୍ଧଶ ଫୂଟବଳ ତାରକା ଯାହାଙ୍କ ପଡିଆ ରେ ଉପସ୍ଥିତି ହିଁ ପ୍ରତିପକ୍ଷ ଖେଳାଳି ଙ୍କ ମନରେ ଭୟ ଜାତ କରାଇ ଦେଉଥିଲା ସେହି କଳାହାଣ୍ଡି ମାଟିର ଅନ୍ୟତମ ସୁଯୋଗ୍ୟ କ୍ରୀଡ଼ାବିତ ଓଡ଼ିଶାର ସ୍ୱନାମ ଧନ୍ୟ ଫୁଟବଲ ଖେଳାଳୀ ଓ ଅର୍ତଳ ଗ୍ରାମ ପଞ୍ଚାୟତ ର ସରପଂଚ ଥିଲେ ।
ତାଙ୍କ ବାପା ସର୍ଗତ ବିନାୟକ ଭୋଇ ମଧ୍ୟ ଅର୍ତଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ରହିଥିଲେ। ପରବର୍ତ୍ତୀ ସମୟରେ ଗଣାଦୀପ ଭୋଇ ହାଇସସ୍କୁଲ ର ପ୍ରଧାନ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ। ଉଦନ୍ତୀ ନଦୀ କୂଳ ରେ ତାଙ୍କର ଅନ୍ତେଷ୍ଟୀ କ୍ରିୟା ସମାପନ ହୋଇଥିଲା ତାଙ୍କ ଆତ୍ମା ଭଗବାନ ସଦଗତି କାମନା କରୁଛୁ ।କଳାହାଣ୍ଡି କ୍ରୀଡାଜଗତ ର ଏହି କିମ୍ବଦନ୍ତୀ ପୁଟବଳ ଖେଳାଳି ଙ୍କ ପରଲୋକରେ ଜିଲ୍ଲା କ୍ରୀଡା ସଂସ୍ଥା ର ସମ୍ପାଦକ ତଥା ଓଡିଶା ଅଲମ୍ପିକ ଏସୋସିଏସନ ର ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀ ରାସ ବିହାରୀ ବେହେରା, ଜୟନ୍ତ କୁମାର ବେହେରା, ଙ୍କ ସମେତ ଜିଲ୍ଲା କ୍ରୀଡା ସଂସ୍ଥା ର ସମସ୍ତ କର୍ମକର୍ତା ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇ କଳାହାଣ୍ଡି ଫୁଟବଳ ର ଏହି କିମ୍ବଦନ୍ତୀ ଖେଳାଳିଙ୍କ ପରଲୋକ ଜିଲ୍ଲା ପାଇଁ ଅପୁରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି ।"ତର୍ଜମା ନ୍ୟୁଜ " ପରିବାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛୁ ।






Post a Comment