//BREAKING//
Loading...

ସହିଦ ରେଣ୍ଡୋମାଝୀ ୧୬୭ ତମ ସହିଦ ଦିବସ ପାଳିତ


 ସହିଦ ରେଣ୍ଡୋମାଝୀ ୧୬୭ ତମ ସହିଦ ଦିବସ ପାଳିତ : ଏମ, ରାମପୁର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏମ, ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ଉର୍ଲାଦାନୀ ଠାରେ ଜନ୍ମଗ୍ରହଣ କରିଥିବା ଇଂରେଜ ମାନଙ୍କ ସହିତ ଲଢେ଼ଇ କରି ନିଜ ପ୍ରାଣ ବଳି ଦେଇଥିବା ସେହି ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ୍ ରେଣ୍ଡୋମାଝୀ ଙ୍କ ୨୬୭ ତମ ବଳିଦାନ ଦିବସ କୁ ସହିଦ ଦିବସ ଭାବରେ ତାଙ୍କ ଜନ୍ମପୀଠ ଉର୍ଲାଦାନୀ ସ୍ଥିତ ସହିଦ୍ ରେଣ୍ଡୋମାଝୀ ପୀଠ ପରିସରରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ଉର୍ଲାଦାନୀ ସରପଞ୍ଚ ଶ୍ରୀମତୀ ସୁପ୍ରିୟା ମାଝୀ ଙ୍କ ତତ୍ବାବଧାନରେ ଉର୍ଲାଦାନୀ ଗାଁ ପରିକ୍ରମା କରି ପରେ ସହିଦ୍ ରେଣ୍ଡୋମାଝୀ ସୃତି ପୀଠ ରେ ପହଞ୍ଚି ସହିଦ୍ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ସମ୍ମାନିତ ଅତିଥି ରୂପେ ସେବାଜଗତ ର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ, ନର୍ଲା ରେଞ୍ଜର ପ୍ରସାନ୍ତ କୁମାର ପାଲ, ବିବେକସେନା ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼ା. ଶିବରାମ ନାୟକ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନି ସିଂ ଦେଓ, ସମିତି ସଭ୍ୟା ଶ୍ରୀମତୀ ମନାସିନି ରଣା , ରାମପୁର ଥାନା ଅଧିକାରୀ ସଚିଦ୍ର କୁମାର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ଭୋଇ, ପି.ଓ ରମାକାନ୍ତ ସାହୁ, ଗୋପାଳ ରଣା, ସରୁଙ୍ଗା ମାଝୀ, ଶ୍ୟାମ ସିଂ ପାତ୍ର, ଶ୍ରୀମତୀ ସାରଦା ମାଝୀ, ପ୍ରଦୀପ ଭୋଇ, ଗୌତମ ପାତ୍ର, ବଲାଙ୍ଗୀର ରୁ ସତ୍ୟନାରାୟଣ ଭୋଇ, ନିଲାମ୍ବର ପାତ୍ର, ମନୋଜ କୁମାର ମଲ୍ଲିକ, କେ. ସି. ମହାନ୍ତି ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ପ୍ରତିନିଧି ବିଭୂତି ଭୂଷଣ ମହାକୁଡ଼ ସମେତ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଯୋଗଦେଇ ସହିଦ ରେଣ୍ଡୋମାଝୀ ଙ୍କ ପ୍ରତି ମୂର୍ତ୍ତି ରେ ପୂଜା ପାଠ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।


ଏହି ଅବସରରେ ସରପଞ୍ଚ ଶ୍ରୀମତୀ ମାଝୀ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସହିଦ ଦିବସ ରେ ସମିତି ସଭ୍ୟାଶ୍ରୀମତୀମନାସିନି ରଣା ଯୋଗ ଦେଇଥିବା ଧନ୍ୟବାଦ ଦେଇଥିବା ବେଳେ ଧନ ସିଂ ମାଝୀ ସଭା ପରିଚାଳନା କରିଥିଲେ । ଉର୍ଲାଦାନୀ ସ୍କୁଲ ଛାତ୍ରଛାତ୍ରୀ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଶତାଧିକ ମହିଳା ପୁରୁଷ ଆଦିବାସୀ ମାନେ ଯୋଗ ଦେଇଥିଲେ। ୧୮୫୭ ମସିହା ସିପାହୀ ବିଦ୍ରୋହ ପୂର୍ବରୁ ସହିଦ ରେଣ୍ଡୋ ମାଝୀ ଙ୍କ ନେତୃତ୍ୱରେ ଇଂରେଜ ମାନଙ୍କ ବିରୁଦ୍ଧରେ ଘଞ୍ଚ ଜଙ୍ଗଲ ଘେରା ଅଞ୍ଚଳରେ ସ୍ବାଧୀନତା ଆନ୍ଦୋଳନ ର ଭିତ୍ତିଭୂମି ସ୍ଥାପନ କରି ସହିଦ ହୋଇଥିବା ସ୍ୱାଧୀନତା ସଂଗ୍ରାମ ର ଏହି ବୀର ବିପ୍ଲବୀ ସହିଦ ଙ୍କୁ ସ୍ବାଧୀନତା ସଂଗ୍ରାମୀ ମାନ୍ୟତା ଦେବା ପାଇଁ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe