//BREAKING//
Loading...

ଉତ୍କଳ ଆଲୁମିନା ବିରୁଦ୍ଧରେ ୧୨୦ କି:ମି: ପଦଯାତ୍ରା:ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କଲେ ।


 

ଭବାନୀପାଟଣା:--( ତର୍ଜମା ନ୍ୟୁଜ ) ବିକାଶ ବଦଳରେ ବିନାଶ କରୁଛି ବହୁ ରାଷ୍ଟ୍ରୀୟ କମ୍ପାନୀ ଉତ୍କଳ ଆଲୁମିନା।କମ୍ପାନୀ ଆସିଛି ଆମର ବିକାଶ ହେବ । ନିଯୁକ୍ତି ସହ ରୋଜଗାର ବଢିବ । ସାମାଜିକ ସ୍ଥିତିରେ ସୁଧାର ଆସିବ । ଏମିତି କିଛି ଆଶା ନେଇ କମ୍ପାନୀ ହାତରେ ସବୁକିଛି ଟେକି ଦେଇ ବିସ୍ଥାପିତ ଏବେ ବେସାହାରା ।କମ୍ପାନୀ ଦେଇଥିବା ପ୍ରତିଶ୍ରୁତି କଥା ପଚାରିଲେ ନାଲି ଆଖି ଦେଖାଉଛି କମ୍ପାନୀ।କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକର ବଫଳାମାଲି ପାର୍ବତ ରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଖଣି ଖନନ କରୁଛି ହେଲେ ଜମି ହରାଇଥିବା ହିତାଧିକାରଙ୍କୁ ଦେଇଥିବା ପ୍ରତିଶ୍ରୁତି ସତେ କେମିତି ଭୁଲି ଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।ଖଣି ଖନନ ଆରମ୍ଭ କୁ ଆଜକୁ ଦୀର୍ଘ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିସ୍ଥାପିତ ଙ୍କ ସମସ୍ୟା ବୁଝିବାରେ ଅବହେଳା କରିଛି ଉତ୍କଳ ଆଲୁମିନା କମ୍ପାନୀ ।ଅଭିଯୋଗ ଅନୁଯାୟୀ ଥୁଆମୁଳ ରାମପୁର ବ୍ଳକର ବଫଳା ମାଲି ପର୍ବତ ଶିଖରରେ ଥିବା ଅଡ୍ରି, ଗୋପୀନାଥ ପୁର ଓ ମାଳିଗାଁ ପଞ୍ଚାୟତ ୧୦ ରୁ ଉର୍ଦ୍ଧ୍ବ ଗାଁ ଲୋକଙ୍କୁ ବିସ୍ଥାପିତ କରିବା ସହ ଖଣିଖଣାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଗ୍ରାମ ସଭାରେ ଦେଇଥିବା ପ୍ରତିମ୍ରୁତି କୁ କମ୍ପାନୀ କର୍ତ୍ତୃପକ୍ଷ ପୁରାଣ ନ କରିବା ରୁ ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଗତ ୧୧ ତାରିଖ ରୁ ଗୋପୀନାଥ ପୁର ଠାରୁ ସମସ୍ତ ୩ ଗୋଟି ପଞ୍ଚାୟତ ବାସୀଙ୍କୁ ନେଇ ଦୀର୍ଘ ୧୨୦ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହୋଇଥିଲା,ଏବଂ ହଜାର ହଜାର ପଦଯାତ୍ରୀ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ପଦଯାତ୍ରା ରେ ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ପାନୀୟଜଳ, ମୋବାଇଲ ନେଟୱର୍କ, କମ୍ପାନୀରେ ନିଯୁକ୍ତି,ସମସ୍ତ ପ୍ରଭାବିତ ପରିବାର କୁ ଆର୍ଥିକ ସହାୟତା ଆଦି ପ୍ରଦାନ ଦାବି ୧୧ ତାରିଖ ରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ଭବାନୀପାଟଣା ଠାରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଥୁ: ରାମପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦ୍ରୌପଦୀ ମାଝୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମିଜୋରାମ, ମଣିପୁର ଓ ବିହାର ପ୍ରଦେଶ କଂଗ୍ରେସ ପ୍ରଭାରୀ ଶ୍ରୀ ଭକ୍ତ ଚରଣ ଦାସ, ଙ୍କ ସମେତ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ପରମାନନ୍ଦ ମାଝୀ, ରବୀନ୍ଦ୍ର ପଟ୍ଟଯୋଶୀ, ତୁଲେଶ୍ବର ନାଏକ, ମୁରଲୀ ଧର ନାଏକ, ଅଶୋକ ସିଂହ, ନବରଙ୍ଗପୁର ରୁ ହାରାବତୀ ଗଣ୍ଡ, ଙ୍କ ସମେତ ହଜାର ହଜାର ଅଧିବାସୀ ଯୋଗଦାନ କରିଥିଲେ । 


       ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଦାସ ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ବେକାର ଙ୍କୁ ନିଯୁକ୍ତି, ଗମନା ଗମନ, ସ୍ଵଛ ପାନୀୟ ଜଳ ସମେତ ନଅ ଦଫା ଦାବି ଉପରେ ସରକାର ତୁରନ୍ତ ସମାଧାନ କରିବା ପାଇଁ ଦାବି କରିଥିଲେ ନଚେତ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଥିଲେ ।ଏ ସମ୍ପର୍କରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ନଅ ଦଫା ଦାବି ପୁରଣ ପାଇଁ ଜିଲ୍ଲାପାଳ କଳାହାଣ୍ଡି ଙ୍କ ଜରିଆରେ ପ୍ରଦାନ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe