//BREAKING//
Loading...

ବିଶିଷ୍ଟ ସମବାୟବିତ ସ୍ବର୍ଗତ କୈଳାସ ଚନ୍ଦ୍ର ପଣ୍ଡା ଙ୍କ ସ୍ମୃତି ସଭା।


 

ଭବାନୀପାଟଣା - -( ତର୍ଜମା ନ୍ୟୁଜ )  ସମବାୟ ଆନ୍ଦୋଳନର ଅନ୍ୟତମ ପୁରୋଧା ବର୍ଷିୟାନ ଆଜୀବନ ସଂଗ୍ରାମୀ ସ୍ବର୍ଗତ କୈଳାସ ଚନ୍ଦ୍ର ପଣ୍ଡା ଙ୍କ ବିୟୋଗରେ କଲମପୁର ସମବାୟ ସମିତି ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ସମବାୟ ସମିତି ସଭାପତି ଶଙ୍କର୍ଷଣ ବେହେରା  ଦ୍ୱୀପ ପ୍ରଜ୍ବଳନ ପୂର୍ବକ ସ୍ବର୍ଗତ ଶ୍ରୀ ପଣ୍ଡାଙ୍କ ଆତ୍ମା ସତଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମିତି ର ନିର୍ଦେଶକ ମହେନ୍ଦ୍ର ନାଥ ସାହୁ ଶ୍ରୀ ପଣ୍ଡାଙ୍କ ବିଶେଷତ୍ୱ ବର୍ଣ୍ଣନା କରିଥିଲେ। ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଆଜୀବନ ସଂଗ୍ରାମୀ, ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ର ସର୍ବ ଭାରତୀୟ ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ, ଇଂରାଜୀ ଭାଷାର ବିଦ୍ୱାନ ତଥା ଆଜୀବନ କଂଗ୍ରେସ ଦଳର ଜଣେ ଦକ୍ଷ ନେତା ଭାବେ ପରିଚିତ ସ୍ବର୍ଗତ ଶ୍ରୀ ପଣ୍ଡା ଅନେକ ଙ୍କ ଜୀବନ ଜୀବିକା ଓ ଭବିଷ୍ୟତ ଗଢ଼ିବାରେ ସହାୟକ ଥିଲେ। ସମବାୟ ଆନ୍ଦୋଳନ ର କର୍ଣ୍ଣଧାର ଥିବା ଶ୍ରୀ ପଣ୍ଡାଙ୍କ ଦେହାନ୍ତ ଏକ ଅପୁରଣୀୟ କ୍ଷତି ଅଟେ।ତାଙ୍କର ଆତ୍ମାଙ୍କ ସତଗତି କାମନା ସହିତ ତାଙ୍କ ପରିବାର ବର୍ଗଙ୍କୁ ଆଜିର ଏହି ଦୁଃଖଦ ପରିସ୍ଥିତି କୁ ଧୈର୍ଯ୍ୟର ସହିତ ସାମନା କରିବା ପାଇଁ ଶ୍ରୀ ଜଗନ୍ନାଥ ତାଙ୍କର ଶକ୍ତି ପ୍ରଦାନ କରନ୍ତୁ।ଅନ୍ୟତମ ନିର୍ଦେଶକ ତଥା ଅବସର ପ୍ରାପ୍ତ ସମବାୟ ସମିତି ସଂପାଦକ ପିତବାସ ସାହୁ, ନିର୍ଦ୍ଦେଶକ ସୁମନ୍ତ ମିଶ୍ର, ପବନ ମାଝୀ, ଉପସଭାନେତ୍ରୀ ପ୍ରତିନିଧି ସଞ୍ଜୟ ସାହୁ, ଚାଷୀ ଅରୁଣ ପାଣିଗ୍ରାହୀ, ଶିବାଶିଷ ବେହେରା,ମୁଖ୍ୟ କାର୍ଯ୍ୟ ନିର୍ବାହୀ ତ୍ରିଭୁବନ ପ୍ରଧାନୀ, ସହ ସମ୍ପାଦକ ନଗେନ୍ଦ୍ର ନେଗୀ, ଅକାଉଣ୍ଟାଣ୍ଟ କ୍ଷେତ୍ର ବାଗ, ସମେତ ଚାଷୀମାନଙ୍କ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ସ୍ଵର୍ଗତ ପଣ୍ଡା ଏକ ଅମାୟିକ ଓ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ ନିସ୍ୱାର୍ଥପର କାର୍ଯ୍ୟ କରିଥିବା ରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶୋକ ବାର୍ତ୍ତା ପହଞ୍ଚିବାରେ ଲାଗିଛି।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe