ଭବାନୀପାଟଣା:----( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଏକ ବଡ ଧରଣର ଡକାୟତ ଦଳ କୁ ଗିରଫ କରି ତାଙ୍କ ଠାରୁ ୧୯ ଗୋଟି ମୋଟର ସାଇକେଲ,୩ ଗୋଟି ମୋବାଇଲ ଫୋନ ,୩ହଜାର ଟଙ୍କା ,ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ ପି ଅଭିଳାଷ ଜି ସୂଚନା ଦେଇଛନ୍ତି ।
ଏହା କେସିଙ୍ଗା ପୋଲିସ ର ବଡ଼ ସଫଳତା ଓ ଏହି ଘଟଣା ରେ ପାଞ୍ଚ ଜଣ ଅନ୍ତରାଜ୍ୟ ହାଇୱେ ଡକାୟତ ଙ୍କୁ ଗିରଫ କରିବା ସହ ୧୯ ଗୋଟି ମୋଟର ସାଇକେଲ,୩ ଗୋଟି ମୋବାଇଲ ଫୋନ ,୩ହଜାର ଟଙ୍କା ,ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ କରିଛି କେସିଙ୍ଗା ପୋଲିସ । ଗତ ୭ ତାରିଖ ରାତି ଗୋଟାଏ ବେଳେ କେସିଙ୍ଗା ଆଇ ଆଇ ଶ୍ରୀ ସତ୍ୟ କୁମାର ନନ୍ଦ ଙ୍କ ତତ୍ୱାବଧାନ ରେ କେସିଙ୍ଗା ପୋଲିସ ଟିମ ଏନଏଚ୍ ୨୬ ପାଖରେ ଥିବା ଶିବ ମନ୍ଦିର ପାଖରେ ଛକିବସି ପାଞ୍ଚ ଜଣ ହାଇୱେ ଡକାୟତ ଙ୍କୁ ଧରିବାରେ ସଫଳ ହୋଇଥିଲେ ।କେସିଙ୍ଗା ପୋଲିସ ଯେଉଁ ପାଞ୍ଚ ଜଣ ଙ୍କୁ ଗିରଫ କରିଛି , ସେମାନେ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ର ତରଣି ସେନ ଭୋଇ ଓ ଧୃବ ନାୟକ, ବୌଦ୍ଧ ଜିଲ୍ଲାର କନ୍ଦା ମାଝୀ , କଳାହାଣ୍ଡି ଜିଲ୍ଲା ର ପୁରୋଷୋତ୍ତମ୍ ନାୟକ ଓ ବିପିନ ଖର୍ସେଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ସୂଚନା ଦେବା ସହ ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ।




Post a Comment