//BREAKING//
Loading...

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଅନ୍ତ ଶିଶୁ ଯତ୍ନ ଅନୁଷ୍ଠାନର କ୍ରୀଡା "ଉତ୍ସାହ -୨୦୨୨ " ସମାପନ

 


ଭବାନୀପାଟଣା:-----( ତର୍ଜମା ନ୍ୟୁଜ ) ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ରୀଡା ପଡ଼ିଆରେ ଜିଲ୍ଲା ର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଛାତ୍ର ଛାତ୍ରୀମାନଙ୍କ ସମ୍ମିଳନୀରେ ବାର୍ଷିକ କ୍ରୀଡା ଉତ୍ସବ " ଉତ୍ସାହ -୨୦୨୨" ସମ୍ପନ୍ନ ହୋଇଯାଇଛି। ଏହି କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର କୁଳପତି ଡ: ସଞ୍ଜୟ କୁମାର ଶତପଥୀ ପତାକା ଉତ୍ତୋଳନ ପୂର୍ବକ ଉଦଘାଟନ କରିଥିଲେ।ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ବାଲ ଗୋପାଳ ସେବା ନିକେତନ, ଭବାନୀପାଟଣା, ଯଶୋଦା ଅନାଥାଶ୍ରମ,ଧର୍ମଗଡ଼, ଇ ଏମ୍ ଆଇ,ଧର୍ମ ଗଡ,ନେହେରୁ ସେବା ସଂଘ,ଭବାନୀପାଟଣା, ଏନ୍ ଏଲ୍ ପି ଜି ଏସ, କେସିଙ୍ଗା, ନିଉ ଭିଜନ ସେବା ମଣ୍ଡଳ,କେସିଙ୍ଗା, ବନବାସି ସେବା ସମିତି, ଡଙ୍ଗରିଗୁଡ଼ା ର ଅନ୍ତେବାସୀ ମାନେ ବିଭିନ୍ନ କ୍ରୀଡ଼ା ଫୁଟବଲ,ଦୌଡ଼, ହାଇଜମ୍ପ, ଲଙ୍ଗ ଜମ୍ପ, ଚେସ, କ୍ୟାରମ ଉଭୟ ବାଳକ ଓ ବାଳିକା ବିଭାଗରେ ଭାଗ ନେଇଥିଲେ।ଏଥିରେ ସର୍ବମୋଟ ୧୪୦ ଜଣ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ ।


ଅପରାହ୍ନ ୫.୦୦ ଘଣ୍ଟା ସମୟରେ ଉଦଯାପନ କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏସ୍ ଓ ମହେଶ ପାଢ଼ୀ , ଭାରପ୍ରାପ୍ତ ଶିଶୁ ମଙ୍ଗଳ ଅଧିକାରୀ ରାଜଲକ୍ଷ୍ମୀ ଦାସ, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଗଣିତ ବିଭାଗ ମୁଖ୍ୟ ପ୍ରଦୀପ ପ୍ରଧାନ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆନୁକୁଲ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମସ୍ତ ଅଧିକାରୀ କର୍ମକର୍ତ୍ତା ,ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ତଥା ବିଭିନ୍ନ ସ୍କୁଲର କ୍ରୀଡା ଶିକ୍ଷକ ଙ୍କ ସହଯୋଗରେ ଏହି ବାର୍ଷିକ କ୍ରୀଡା ଉତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା। ଶିଶୁ ସୁରକ୍ଷା ୟୁନିଟ ର ଅଧିକାରୀ ଅଂଶୁମାନ ବାବୁ ସମସ୍ତ କ୍ରୀଡାର ସଞ୍ଚାଳନ କରିଥିଲେ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe