//BREAKING//
Loading...

କନିଷ୍ଠ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ଅତି ନିମ୍ନମାନ ର ପି ଡବ୍ଲ୍ୟ ଡି ରାସ୍ତା କାମ


  ଜୟପାଟଣା:----(ତର୍ଜମା ନ୍ୟୁଜ ) ମୁଖିଗୁଡା ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଆରମ୍ଭ ହେଇ ଦିର୍ଘ ୪୦ ବର୍ଷ ପରେ ଶେଷ ହେଇଥିଲା। ଯେତେବେଳେ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ କାମ ସରିଗଲା ପରେ ଲୋକ ଙ୍କ ପାଇଁ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଣତ ହେଲା । ଓଡ଼ିଶାର କୋଣ ଅନୁକୋଣ ରୁ ଭ୍ରମଣ ପାଇଁ ଦୈନିକ ହଜାର ହଜାର ଲୋକ ବସ ଯୋଗେ ଏଠାରେ ଆସନ୍ତି । ହେଲେ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଲ୍ପ କାର୍ଯ୍ୟ ସମାପନ ପରେ ରାସ୍ତା ର ରକ୍ଷଣାବେକ୍ଷଣ ଅଭାବରୁ ଜୟପାଟଣା ରୁ ମୁଖିଗୁଡା ରାସ୍ତା ଅତି ଶୋଚନିୟ ଅବସ୍ଥାରେ ପଡ଼ିରହିଥଲା , ଅଞ୍ଚଳ ର ଜନସାଧାରଣ, ନେତା ,ମନ୍ତ୍ରୀ, ବିଧାୟକ, ବୁଦ୍ଧୀଜୀବି ସମସ୍ତ ଙ୍କ ପରିଶ୍ରମ ବଳରେ ଦିର୍ଘ ଦିନ ପରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି ପଡ଼ିବା ପରେ ଏହି ରାସ୍ତା ପି ଡବ୍ଲୁ ଡି ଙ୍କୁ ହସ୍ତାନ୍ତର କରିଥିଲେ। ପି ଡବ୍ଲୁ ଡି ହସ୍ତକ୍ଷେପ ପରେ, ଜୟପାଟଣା ବଜାର ପଡ଼ା ରୁ ମୁଖିଗୁଡା ରାସ୍ତା କାମ ପାଇଁ ଟେଣ୍ଡର ବାହାର କରିଥିଲେ। ଟେଣ୍ଡର ରେ ଯେଉଁ ଠିକାଦାର ପାଇଛନ୍ତି ସେ ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରୁଥିବା ଅଭିଯୋଗ ଆଣୁଛନ୍ତି ଅଞ୍ଚଳ ବାସୀ। 

ତାଙ୍କ କହିବା ଅନୁସାରେ ସରକାରଙ୍କ ସଠିକ ଆକଳନ ଅନୁସାରେ ଠିକାଦାର ନିର୍ମାଣ କାର୍ଯ୍ୟ ନକରି ମନମୁଖୀ କରୁଥିବା ବେଳେ ରାସ୍ତା ୬ ମାସ ନ ପୁରୁଣୁ ଅନେକ ସ୍ଥାନରେ ପିଚୁ ଉଠିବା ସହ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତାହାର କାରଣ ହେଉଛି ଠିକାଦାର କାର୍ଯ୍ୟ ଆରମ୍ଭ ରେ ଖଳିଆ ମାଟି,ଦେଇ ତରବରିଆ ଭାବରେ ଗ୍ରେଡିଙ୍ଗ,ଲେଭଲିଙ୍ଗ୍, ରୋଲ୍ ଲିଙ୍ଗ କରିଥିଲେ ଓ କଳର୍ଭଟ ଗୁଡ଼ିକ ନିର୍ମାଣ ସ୍ଥାନରେ ବା ଫାଉଣ୍ଡେସନ ରେ ସଠିକ୍ କଂକ୍ରିଟ ନଦେଇ କାର୍ଯ୍ୟ ସମାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ରେ ହୋଇଥିବା କାମ ଗୁଡ଼ିକ ପିଚୁ ମଝିରେ କେତେକ ଜାଗାରେ ଭାଙ୍ଗି ଉଠିଗଲାଣି ରାସ୍ତା ଓସାର ମଧ୍ୟ୍ୟ ଆକଳନରେ ଯାହା ଅଛି ତା ଠାରୁ କାମ ଥିବାର ଜଣା ପଢୁଛି ।କନିଷ୍ଠ ଯନ୍ତ୍ରୀ ଙ୍କ ଠିକାଦାର ପ୍ରୀତି ଓ ମଧୁଚନ୍ଦ୍ରିକା ଫଳରେ ଯନ୍ତ୍ରୀ ନିର୍ମାଣ ସ୍ଥଳରେ ଅନୁପସ୍ଥିତ ର ଫାଇଦା ନେଉଛନ୍ତି ଠିକାଦାର ବୋଲି ଅଭିଯୋଗ ହେଉଛି ଓ ସରକାରୀ ଅର୍ଥ ର କିପରି ଦୁରୂପଯୋଗ ହେଉଛି ତାହା ଏହି ନିମ୍ନମାନର ରାସ୍ତା କାମ ଏକ ଉଦାହରଣ ମାତ୍ର ।

ଏ ସମ୍ପର୍କରେ ଯଦି କନିଷ୍ଟ ଯନ୍ତ୍ରୀ କୁ ପଚାରିଲେ ତମେ କଣ ଆମର ଉପର ଅଧିକାରୀ କି ବୋଲି ଉତ୍ତର ମିଳୁଛି । ଏହି ରାସ୍ତା କାର୍ଯ୍ଯ ଉପରେ ପ୍ରଶାସନ ଉଚିତ୍ ତଦନ୍ତ କରିବା ସହ ଦୁର୍ନୀତି ନିବାରଣ ବିଭାଗ କୁ ହସ୍ତାନ୍ତର କଲେ ମନମୁଖୀ କାର୍ଯ୍ୟ ର ପର୍ଦ୍ଦାଫାଶ ହୋଇପାରିବ ବୋଲି ବୁଦ୍ଧିଜିବୀ ମହଳ ରେ ଦାବୀ ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe