ବ୍ରହ୍ମପୁର--( ତର୍ଜମା ନ୍ୟୁଜ ) ଯେ କୌଣସି ପତ୍ରପତ୍ରିକା ନିଜର ସ୍ଵନକ୍ଷତ୍ର ବଡ଼ ବଡ଼ ସହର ମୁହଁ ଚିହ୍ନଟକରୁଥିବା ବେଳେ " ଲେଖନୀର ଅଗ୍ନିଶିଖା"ପାକ୍ଷିକ ଖବର କାଗଜ ର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ, ସିଦ୍ଧପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏକ ନିପଟ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମଫସଲ ଗ୍ରାମ ବନ୍ୟା ନଗର ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି,"ବ୍ରହ୍ମ ମୁହୂର୍ତ୍ତ "ସାପ୍ତାହିକ ଖବର କାଗଜ ର ମୁଖ୍ୟ ସମ୍ପାଦକ ଶାରଦା ପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି,ସ୍ୱତନ୍ତ୍ର ଅତିଥି ଭାବେ ସ୍ଥଳ ସେନା ର ଅବସର ପ୍ରାପ୍ତ ବ୍ରିଗେଡିୟର ଅଭିମନ୍ୟୁ ରାଉତ, ମଧୁବନ ଆଶ୍ରମର ମୁଖ୍ୟ ପୁରୋହିତ ଡମ୍ବରୁଧର ମଣ୍ଡଳ, ମିଡ଼ିଆ ପରାମର୍ଶଦାତା ସନତ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ ।ପତ୍ରିକାର ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ମନୋରମ ପରିବେଶ ରେ ଏହିପରି ଏକ ବାର୍ଷିକ ଉତ୍ସବ ପ୍ରାକୃତିକ ଜୀବନ ଶୈଳୀ ହିଁ ସୁସ୍ଥ ସବଳ ସମାଜ ଗଠନ ର ମୂଳମନ୍ତ୍ର ବୋଲି ମୁଖ୍ୟ ଅତିଥି ପ୍ରକାଶ କରି ଏହା ଚିର ସ୍ମରଣୀୟ ଓ ଐତିହାସିକ କ୍ଷଣ ବୋଲି କହିଥିଲେ । କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ରେ ମଧୁବନି ଆଶ୍ରମ ର ସାପ୍ତାହିକ ହାଟ ଉଦଘାଟନ ହୋଇଥିଲା ।
ଏହି କାର୍ଯ୍ୟକ୍ରମ କୁ ପତ୍ରିକା ର ସହ ସମ୍ପାଦକ ପ୍ରଶାନ୍ତ କୁମାର କର ସଂଯୋଜନା କରିଥିବା ବେଳେ ପ୍ରତିଭାଧର ଙ୍କୁ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମ କୁ ମିତା ଗମାଙ୍ଗ, ମମତା ଗମାଙ୍ଗ, ଗୁପ୍ତେଶ୍ଵରୀ ମଣ୍ଡଳ, ଅମିତା କାର୍ଜି, କରିସ୍ମା ଶବର, ଜାନକୀ ଗମାଙ୍ଗ, ପିଙ୍କି ଗମାଙ୍ଗ, କୃପାସିନ୍ଧୁ ଶବର, ପ୍ରତୀକ ଗମାଙ୍ଗ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।





Post a Comment