ହଟାତ ମୃତ ପରବେଜ ବାବୁ ଙ୍କ ୬/୭ ବର୍ଷ ର ପୁଅ ଡ଼ଃ, ରବି ଙ୍କ ପାଖକୁ ଆସି କହିଲା "ଅଙ୍କଲ- ମେରେ ପାପା କୋ ଠିକ କର ଦୋ" ।ଛୋଟ ପୁଅ ଠାରୁ ଏ ଗୋଟିଏ ମାତ୍ର ଶବ୍ଦ ଶୁଣି ଡ଼ଃ ରବି ନିସ୍ତବ୍ଧ, ନିର୍ବାକ, ଶବ୍ଦ ହୀନ ହୋଇ ପଡି ପୁଅକୁ କୁଣ୍ଡେଇ ପକେଇଲେ ।ମିଲିଟାରୀ ମଣିଷ ହେଲେ ବି ବାସ୍ତବିକ ଜୀବନରେ ଜଣେ କୋମଳ ହୃଦୟ ଓ ବାସ୍ତବବାଦୀ ମଣିଷ ।ଡ଼ଃ, ରବି ଙ୍କ ପାଟି କିଛି ସମୟ ପାଇଁ ଜଡ ପାଲଟିଗଲା କୌଣସି ଶବ୍ଦ ବାହାରି ପାରିଲା ନାହିଁ କେବଳ ଛଳ ଛଳ ଆଖିରେ ଛୋଟ ଛୁଆ କୁ କୁଣ୍ଡେଇ ପକେଇଥିଲେ ଓ ନିରୁତ୍ତର ହୋଇ ପଡିଲେ । ଆମ ସମସ୍ତ ଚାରି ବନ୍ଧୁ କେବଳ ସେହି ନିଷ୍ପାପ କୋମଳ ଶିଶୁ ର ଭାବନା କୁ ଜାଣିବା କୁ ଚେଷ୍ଟା କରିଥାଉ ଓ ତାର ଡାକ୍ତରଙ୍କ ପ୍ରତି ଥିବା ଆସ୍ଥା, ଅତୁଟ ବିଶ୍ୱାସ ଓ ଭରସା ଦେଖି ଛଳ ଛଳ ଆଖିରେ ଆମେ ବି ନିରୁତ୍ତର ହୋଇ ପଡିଥିଲୁ ।ତେବେ ଜୀବନ ଯଜ୍ଞ ରେ ଅନେକ ଘଟଣା , ଦୁର୍ଘଟଣା କୁ ଆଖି ଆଗରେ ଦେଖି ନିଜ କୁ ନିୟନ୍ତ୍ରଣ କରିପାରୁଥିବା ଓ ଜୀବନରେ ଏପରି ଅନେକ ବାସ୍ତବିକ ଘଟଣା ଦେଖି ଥିଲେ ମଧ୍ୟ ଆଜିର ଘଟଣା ମନ ମସ୍ତିଷ୍କ ଓ ହୃଦୟ କୁ ଦୋହଲେଇ ଦେଇଛି ।ଆଜିର ସମାଜରେ ଆସ୍ଥା, ବିଶ୍ୱାସ, ସ୍ନେହ, ଶ୍ରଦ୍ଧା ଓ ଜୀବନର ବାସ୍ତବିକତା କୁ ହୃଦୟ ଭିତରେ ଅନୁଭବ କରିବା ଭଳି ମାନସିକତା କିମ୍ବା ପରିବେଶ ନାହିଁ ।ସ୍ୱାର୍ଥପର ସଂସାର ରେ ଜନ୍ମ ମୃତ୍ୟୁ ର ଅର୍ଥ ଜାଣି ନ ଥିବା ଛୋଟ କୋମଳ ମତି ଶିଶୁ ର ହୃଦୟ ର ଭାଷା, ବ୍ୟଥା, ଦୁଖଃ, କିମ୍ବା ଯନ୍ତ୍ରଣା କୁ ପ୍ରବଳ ଭିଡ ଭିତରେ ବୁଝିବା କିମ୍ବା ଅନୁଭବ କରିବା ଭଳି ହୃଦୟର ଅଭାବ ରହିଥିଲା ।ପ୍ରତ୍ୟେକ ଉପସ୍ଥିତ ପରସ୍ପର କୁ ସାନ୍ତ୍ୱନା, ଆଶ୍ୱାସନା ଦେବାରେ ବ୍ୟସ୍ତ କିନ୍ତୁ ଏ ଛୋଟ ଶିଶୁ ର ଅନୁରୋଧ ର ଉତ୍ତର ନା ଡ଼ଃ, ରବି ସେନାପତି ଙ୍କ ପାଖରେ ଥିଲା ନା ଉପସ୍ଥିତ ମୋ ସହିତ ଅନ୍ୟ ମାନଙ୍କ ପାଖରେ ଥିଲା ।କେବଳ ନିସ୍ତବତା, ନିରୁତ୍ତର, ଭାବ ହୀନ, ଭାବ ଶୁନ୍ୟ ନିର୍ବାକ ହୋଇ ଛିଡା ରହିବା ଛଡା କୌଣସି ଉପାୟ ନ ଥାଏ ।ନିର୍ଦ୍ଧିଷ୍ଟ ସମୟ ଅନୁଯାୟୀ, ଶାବାଧାର ସହ ଆମେ ସମସ୍ତେ କବରସ୍ଥାନ ଗଲୁ ଆମ ସହ ପରବେଜ ବାବୁ ଙ୍କ ସେହି ଛୋଟ ପୁଅ ମଧ୍ୟ ଶାବାଧାର ସହ ନିଜ ବଡବାପା ଓ ପରିବାର ର ଅନ୍ୟ ସଦସ୍ୟ ମାନଙ୍କ ସହ ମିଶି ଯାଇଥିଲା ।ଇସ୍ଲାମିକ ରୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ପରେ ଆମେ ସମସ୍ତେ ପରବେଜ ବାବୁ ଙ୍କ କବର ପାଖରେ ଥାଉ ।ସମସ୍ତଙ୍କ ପାଟି ରୁ କ୍ଷୀଣ ସ୍ୱର ରେ ବାହାରୁ ଥାଏ ଅଳବିଦା ପରବେଜ । ଛୋଟ ନିଷ୍ପାପ କୋମଳ ହୃଦୟ ର ଶିଶୁ ଯିଏ ଜନ୍ମ ମୃତ୍ୟୁ ସମ୍ପର୍କ ରେ କିଛି ଜାଣି ନାହିଁ ଅତି କ୍ଷୀଣ ସ୍ୱର ରେ ତା ପାଟିରୁ ବାହାରି ପଡିଲା "ଅଳବିଦା ପାପା" ଅଳବିଦା ପାପା" ଖୁଡା ହାଫିଜ ।
କାହିଁକି କେଜାଣି ମୋ ଆଖିରୁ ଛଳ ଛଳ ହୋଇ କେଇବୁନ୍ଦା ଲୁହ ବାହାରି ପଡ଼ିଲା ।ଘରକୁ ଫେରିଲି ଆଖି ଆଗରେ ସେହି ବାପ ଛେଉଣ୍ଡ ନିଷ୍ପାପ ଛୋଟ ଶିଶୁ ର ଚେହେରା ଭାସି ଉଠିଲା ।ସତେ ଯେମିତି କହୁଛି " ଅଙ୍କଲ ମେରେ ପାପା କୋ ଠିକ କର ଦୋ" କିମ୍ବା କବରସ୍ଥାନ ରେ ଶେଷ ଶବ୍ଦ ଅଳବିଦା ପାପା--ଖୁଦା ହାଫିଜ ।
ତାକୁ ବୁଝେଇବ କିଏ, ସାନ୍ତ୍ୱନା ଦେବ କିଏ , ଜନ୍ମ ମୃତ୍ୟୁ ର ପାର୍ଥକ୍ୟ ସମ୍ପର୍କ ରେ ତାକୁ କିଏ ସାନ୍ତ୍ୱନା ଦେବ ?? ଏ ଅସମାହିତ ପ୍ରଶ୍ନ ର ଉତ୍ତର ମୋ ପାଖରେ ନାହିଁ କିମ୍ୱା ଡ଼ଃ, ରବି ସେନାପତି ଙ୍କ ପାଖରେ ।କେବଳ ଆମେ ସମସ୍ତେ ନିର୍ବାକ, ନିରୁତ୍ତର ଓ ଅସହାୟ ଭଳି ପରସ୍ପର ଙ୍କ ଆଖିରେ ଏହାର ଉତ୍ତର ଖୋଜିବା ର ଅସଫଳ ପ୍ରୟାସ କରି ଜୀବନର ବାସ୍ତବତା କୁ ଛଳ ଛଳ ଆଖିରେ ହୃଦୟଙ୍ଗମ କରିବା ଛଡା ଅନ୍ୟ ବିକଳ୍ପ ନ ଥିଲା ।ତେବେ ଛଳନା ପୁର୍ଣ ସମାଜ ରେ ଗୋଟିଏ ସରଳ ନିଷ୍ପାପ ଶିଶୁ ର ନିଷ୍କପଟ ସ୍ଵଛ ହୃଦୟ ଭଳି ଯଦି ସମଗ୍ର ମାନବ ସମାଜ ର ହୃଦୟ ହୋଇ ଯାଏ ତେବେ ନିଶ୍ଚିତ ସମାଜରୁ, ଘୃଣା, ଦ୍ୱେଷ, ମାନ, ଅଭିମାନ ସବୁ ଦୁରେଇ ଯିବ କିନ୍ତୁ ଏହିଭଳି ଆଜିର ଆଧୁନିକ ଦିନରେ ସ୍ବପ୍ନ ଦେଖିବା ଦିବା ସ୍ବପ୍ନ ଭଳି ମନେ ହେଉଛି । ମୋ ହୃଦୟ ର ଅନୁଭବ ର ଅଭିବ୍ୟକ୍ତି କୁ ସାଉଁଟିବା କୁ ଚେଷ୍ଟା କରି ଭାବୁକ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।ଶୁଭରାତ୍ରୀ
ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ,
ଭବାନୀପାଟଣା,



Post a Comment