//BREAKING//
Loading...

ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ ଜଣଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନ:୮ଜଣ ଛାତ୍ରଛାତ୍ରୀଙ୍କୁ ଜ୍ଞାନଶ୍ରୀ ପୁରସ୍କାର


 

ଭବାନୀପାଟଣା:----(ତର୍ଜମା ନ୍ୟୁଜ )  କଳାହାଣ୍ଡି ଉତ୍ସବର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ବ୍ୟାପି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବାର ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖାଯାଇ ଆଜି ଅତିଥିମାନଙ୍କ ଦ୍ୱାରା ଜିଲ୍ଲାର ପାଞ୍ଚଜଣଙ୍କୁ ବରପୁତ୍ର ସମ୍ମାନ ଏବଂ ଆଠଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟପାଟଣାର ବିରଞ୍ଚି ନାରାୟଣ ପଣ୍ଡା, କଳା କାରିଗରୀ କ୍ଷେତ୍ରରେ ଧର୍ମଗଡ଼ ଖଇରପଦର ମୂରଲୀ ମହାରଣା, କ୍ରୀଡାକ୍ଷେତ୍ରରେ ବରିଷ୍ଠ କ୍ରୀଡାବିତ୍ ଭାରତଭୂଷଣ ଦେଓ, କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଲାମୁଣ୍ଡା ବ୍ଲକ ସାନଚେରଗାଁର ବିଶିଷ୍ଟ ଚାଷୀ ରଥୀ ନାଗ, ସମାଜସେବା କ୍ଷେତ୍ରରେ ବାଲଗୋପାଳ ସେବା ନିକେତନର ମୁଖ୍ୟ ହେମନ୍ତ ମୁଣ୍ଡଙ୍କୁ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ମାର୍କ୍ ରଖି କୃତୀତ୍ୱ ଅର୍ଜନ କରିଥିବା ମ. ରାମପୁର ଉର୍ଲାଦାନୀ ସହିଦ ରେଣ୍ଡୋ ମାଝୀ ଉଚ୍ଚ ବିଦ୍ୟାପୀଠର ଛାତ୍ରୀ ବୈଜୟନ୍ତୀ ମିଶ୍ର, ଭବାନୀପାଟଣା ଶିଶୁ ବିଦ୍ୟା ମନ୍ଦିର ବ୍ରଜବିହାରର ଛାତ୍ର ବିଶ୍ୱଜିତ ରଥ, ମୁସିଗୁଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସୁଧନ୍ୟା ପତି, ଡିଏଭି ବେଦାନ୍ତ ଇଣ୍ଟର ନେସନାଲ ସ୍କୁଲର ଛାତ୍ର ଅମର କୁମାର ସାହୁ, ଭବାନୀପାଟଣା ବିମଳା କନଭେଣ୍ଟର ଛାତ୍ରୀ ଆଞ୍ଚଳ ଆଦର୍ଶିତା, ଔରୋଜ୍ୟୋତି ମିଶ୍ର, ଜୁନାଗଡ ଏସ୍‌ଏସ୍‌ଡି ହାଇସ୍କୁଲର ଛାତ୍ରୀ ପ୍ରଭାସିନୀ ନାଏକ, ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଏସ୍‌ଏସ୍‌ଡି ହାଇସ୍କୁଲର ଛାତ୍ର ରମାକାନ୍ତ ନାଏକଙ୍କୁ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ଦ୍ୱାରା ପ୍ରଦତ୍ତ ବେଦାନ୍ତ ଜ୍ଞାନଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଉତ୍ସବର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦିନ ମଧ୍ୟ ଜିଲ୍ଲାର ୨୦ରୁ ଅଧିକ ପ୍ରତିଭାକୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା ।  


ଉଦଯାପନୀ ଉତ୍ସବ ରେ ଜିଲ୍ଲାର ତିନି ଜଣ ଦିବଙ୍ଗତ ଯୁବ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲାମ, ସଞ୍ଜୀବ ଯୋଶୀ ଏବଂ ସ୍ବର୍ଗତ ଭାନୁ ପ୍ରକାଶ ରଥ ଙ୍କୁ ମରଣୋତ୍ତର ଭାବେ ସମ୍ନାନିତ କରାଯାଇଥିଲା ।ତେବେ କର୍ତବ୍ୟରତ ଥାଇ ଲ୍ୟାଣ୍ଡମାଇନ ବିସ୍ଫୋରଣ ରେ ସହିଦ ହୋଇଥିବା ସାମ୍ବାଦିକ ରୋହିତ ବିଶ୍ୱାଳ ଙ୍କୁ ପାଶୋରି ଗଲେ ପ୍ରଶାସନ ଓ ଏ ସମ୍ପର୍କ ରେ ଉପସ୍ଥିତ ସମସ୍ତ ସାମ୍ବାଦିକ ତୀବ୍ର ପ୍ରତିବାଦ କରିବାରୁ ଜିଲ୍ଲାପାଳ କ୍ଷମା ମାଗିବା ସହ ଆସନ୍ତା ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯିବ ବୋଲି ମଞ୍ଚରୁ ଘୋଷଣା କରିଥିଲେ ।  ଚଳିତ ବର୍ଷ ଆୟୋଜିତ ରୌପ୍ୟ ଜୟନ୍ତୀ ଉତ୍ସବ ୨୫ବର୍ଷ ଭିତରେ ଆୟୋଜିତ ସବୁଠୁ କଦର୍ଯ୍ୟ, ଓ ନିମ୍ନ ମାନର ବୋଲି ଆଲୋଚନା ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe