//BREAKING//
Loading...

କଳାହାଣ୍ଡି ଉତ୍ସବ କୁ ନେଇ ପ୍ରତ୍ୟେକ କଳାହାଣ୍ଡିଆଙ୍କ ପାଇଁ ଆତ୍ମ ସମୀକ୍ଷା ର ସମୟ ।


 

ଭବାନୀପାଟଣା:---( ତର୍ଜମା ନ୍ୟୁଜ )  ଶେଷ ହେଲା କଳାହାଣ୍ଡି ଉତ୍ସବ ର ରୌପ୍ୟ ଜୟନ୍ତୀ "ଘୁମୁରା" ୨୦୨୩ ।ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଙ୍କୁ ପ୍ରଥମେ ଅନୁରୋଧ ଆସନ୍ତା ବର୍ଷ ଠୁ ଏହାକୁ କଳାହାଣ୍ଡି ଉତ୍ସବ ନ କହି "ଭବାନୀପାଟଣା ଉତ୍ସବ" ଏବଂ ଭବାନୀପାଟଣା ର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବ୍ୟକ୍ତିଗତ ଉତ୍ସବ ବୋଲି ଘୋଷଣା କରି ଦିଆଯାଉ । ଗୋଟିଏ ବର୍ଷ ରେ ଚାରିଜଣ ସାମ୍ବାଦିକ ମୃତ୍ୟୁ ବରଣ କଲେ । ତିନିଜଣ  ଙ୍କୁ ସମ୍ମାନ ର ସହିତ ମରଣୋତ୍ତର ସମ୍ମାନ ରେ ସମ୍ବର୍ଦ୍ଧିତ ସମ୍ମାନିତ କରାଗଲା ।କିନ୍ତୁ ଦୁର୍ଭାଗ୍ୟ ଓ ବିଡମ୍ବନା ର ବିଷୟ କର୍ତ୍ତବ୍ୟ ରତ ସାମ୍ବାଦିକ ସ୍ବର୍ଗତ ରୋହିତ ବିଶ୍ୱାଳ ମାଓବାଦୀ ଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ରେ ପରଲୋକ ଘଟିଥିବା ଯୁବ ସାମ୍ବାଦିକ ସାବତ ପୁଅ କି ?କଳାହାଣ୍ଡି ଉତ୍ସବ କୁ କଣ ପାଇଁ ଲୋକ କଳା ମହୋତ୍ସବ କୁହାଯାଉଛି ? କଳାହାଣ୍ଡି ର ଭାଷା, ସାହିତ୍ୟ, ଲୋକକଳା, ଐତିହ, ସଂସ୍କୃତି ଓ ପରମ୍ପରା କୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖି ଆରମ୍ଭ ହୋଇଥିଲା ତେବେ ତାହା ନିଜ ଲକ୍ଷ୍ୟ ପଥ ରୁ ଲଗାତାର ୨୫ ବର୍ଷ ହେବ ବିଚ୍ୟୁତ ହୋଇଥିବା ଦେଖିବାକୁ ମିଳୁଛି ।ଦୟାକରି ଆସିବା ବର୍ଷ ଠୁ ଏହାକୁ "ମିଳିତ ମେଲୋଡି ପ୍ରୋଗ୍ରାମ" ବୋଲି ପ୍ରଚାର ପ୍ରସାର କରାଯାଉ । ଲୋକ କଳା ଚୁଲିକୁ ଯାଉ । 


ଯେତେବେଳେ ମଣ୍ଟୁ ଛୁରିଆ ଗୀତ ଗାଇବା ପାଇଁ ଆସୁଛନ୍ତି ସେତେବେଳେ ଅଧାଘଣ୍ଟା ଆଗରୁ ପ୍ରଶାସନିକ ଅଧିକାରୀ ମାନେ ଫୁଲ ତୋଡ଼ା ଧରି ଠିଆ ହେଇ ତାଙ୍କୁ ଅପେକ୍ଷା କରି ରହୁଛନ୍ତି । କିନ୍ତୁ ଯେତେବେଳେ ଆମ ମାଟିର ଗର୍ବ ସର୍ବେଶ୍ୱର ଭୋଇ, ସଙ୍ଗୀତା ରାଉତ, ନିଳାଞ୍ଚଳ ପାନ ଭଳି କଳାକାର ନିଜ ପ୍ରତିଭା ର ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅନୁରୋଧ କରି ଷ୍ଟେଜ କୁ ଡାକିବା ପାଇଁ ପଡୁଛି । ଏଇଟା ହେଉଛି ଆମ କଳାକାର ଙ୍କୁ ସମ୍ମାନ / ନା ମାଟି ର କଳାକାର ଙ୍କୁ ଅପମାନ ଏହାର ଉତ୍ତର କାହା ପାଖରେ ନାହିଁ । ଏମାନେ କଳାହାଣ୍ଡି ର କଳା ସଂସ୍କୃତି ପରମ୍ପରା କୁ ଆଗକୁ ନେବେ । କଳାହାଂଡିଆ ଭାଷା କୁ ବନ୍ଧା ରଖି ଯେଉଁ ଉଦଘୋଷକ ବୃନ୍ଦ ଭଡା ରେ ଆଣି ନିଜ ମାତୃଭାଷା କୁ ବିକ୍ରି କରୁଛନ୍ତି ସେମାନଙ୍କୁ ଯେତେ ନିନ୍ଦା ଓ ଭର୍ଚ୍ଛନା କଲେ ମଧ୍ୟ କମ ପଡିଯିବ ।ଯେତେବେଳେ କଳାକାର ମାନେ ବାହାରୁ ଆସୁଛନ୍ତି ଯେଉଁ କମିଟି ମେମ୍ବର ମାନେ ଅଛନ୍ତି ସେମାନଙ୍କ ପରିବାରବର୍ଗ, ପାଖ ପଡୋଶୀ ସମସ୍ତେ ଅବାଧ ରେ ଗ୍ରୀନ ରୁମ ରେ ପଶି ଆର୍ଟିଷ୍ଟ ମାନଙ୍କ ସାଙ୍ଗରେ ସେଲ୍ଫି ନେଉଛନ୍ତି କିନ୍ତୁ କଳାହାଣ୍ଡି ଉତ୍ସବ ର ପ୍ରଚାର ପ୍ରସାର କରିବା ପାଇଁ ଆସିଥିବା ସାମ୍ବାଦିକ ମାନଙ୍କୁ କଳାକାର ମାନଙ୍କ ପ୍ରତିକ୍ରିୟା ନେବା ପାଇଁ ଘଣ୍ଟା ଘଣ୍ଟା ଗ୍ରୀନ ରୁମ ବାହାରେ ଅପେକ୍ଷା କରିବା ପାଇଁ କୁହାଯାଉଛି । ଏହା ଆମ ବ୍ୟବସ୍ଥା । ଆଜିକାଲି ରାଜନୀତି ଠୁ ଅଧିକା କଳାହାଣ୍ଡି ଉତ୍ସବ ରେ ପରିବାରବାଦ ର ପ୍ରଭାବ ରହିଛି । ଆପଣଙ୍କ ପାଖରେ ଯେତେ ପ୍ରତିଭା ଥାଉ କେହି ବାସୀପାଣିରେ ପଚାରିବେନି । ମୁଁ କମିଟି ରେ ମେମ୍ବର ଅଛି ମାନେ ଆର ବର୍ଷ ମୋ ପୁଅ ରହିବ ତା 10ବର୍ଷ ପରେ ମୋ ନାତି ରହିବ । ଅଲଗା ଲୋକ ରହିବାର ଚାନ୍ସ ନାହିଁ । ଯଦି ଭାଗ୍ୟବଶତଃ କୋଉ ବାହାର ଲୋକକୁ ସୁଯୋଗ ମିଳିଗଲା ତାହେଲେ ତାକୁ ଏମିତି ବ୍ୟବହାର କରାଯିବ ଯେ, ଲାଗିବ ଯେମିତି ତାକୁ ସୁଯୋଗ ଦେଇ ତା ଉପରେ ଦୟା କରା ଯାଉଛି । ଲେଖି ବସିଲେ ଅନେକ କଥା ରହିଛି । ଖଜୁରୀ ଗଛର କି ଗୁଣ ଗାଇବି ସେ ତ ମୂଳରୁ ପାହାଚ ପାହାଚ ....!!25 ବର୍ଷ ମଧ୍ୟରେ ଏହା ହେଉଛି ସବୁଠୁ ବେକାରିଆ "କଳାହାଣ୍ଡି ଉତ୍ସବ" ।କାହାକୁ ବ୍ୟକ୍ତିଗତ ଭାବରେ ଆକ୍ଷେପ କରାଯାଇନାହିଁ । ତେଣୁ ଅଯଥା କେହି ନିଜ ଉପରକୁ ନେଇ ମତେ ପ୍ରବଚନ ଦେବାର ଆବଶ୍ୟକତା ନାହିଁ । ତେବେ ଉତ୍ସବ ସମାପନ ପରେ ଏହାର ଆତ୍ମ ସମୀକ୍ଷା କରିବା ନିତାନ୍ତ ଜରୁରୀ ।କଳାହାଣ୍ଡି ଓ କଳାହାଂଡିଆ ଙ୍କ ସମ୍ମାନ ଓ ସ୍ୱାଭିମାନ କୁ ରେଣ୍ଡୋ ମାଝୀ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଅପମାନିତ କରା ନ ଯାଉ । ବ୍ୟକ୍ତିଗତ ଭାବେ କାହାକୁ ସିଧା ସଳଖ ଆକ୍ଷେପ ନୁହେଁ । ଯେଉଁମାନେ ଏ ମହାନ କଳାହାଣ୍ଡି ସଂସ୍କୃତି,ଲୋକକଳା ଐତିହ, ପରମ୍ପରା ସମେତ କଳାହାଂଡିଆ ଙ୍କ ସ୍ୱାଭିମାନ କୁ ନିଜ ପୈତୃକ ସମ୍ପତ୍ତି ଭାବେ ଭାବୁଛନ୍ତି ସେମାନେ ବି ନିଜ ଆତ୍ମ ସମୀକ୍ଷା କରିବା ନିତାନ୍ତ ଜରୁରୀ ନଚେତ ସମୟ ଆସିବ କଳାହାଣ୍ଡି ମାଟି, କଳାହାଂଡିଆ ଏଇମିତି ଦଲାଲ ଓ କଳାହାଣ୍ଡି ର ଶତ୍ରୁ ମାନଙ୍କୁ କ୍ଷମା କରିବ ନାହିଁ । ସମସ୍ତ କଳାହାଂଡିଆ ନିଜ ଆତ୍ମ ସମୀକ୍ଷା କରିବା ପାଇଁ ଅନୁରୋଧ କରୁଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe