//BREAKING//
Loading...

୨୫ ତମ ପୌରାଞ୍ଚଳ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ

 

 

ଭବାନୀପାଟଣା:---( ତର୍ଜମା ନ୍ୟୁଜ)  ସ୍ଥାନୀୟ ଟାଉନହଲ ଠାରେ ୨୫ ତମ ପୌରାଞ୍ଚଳ ସ୍ତରୀୟ କଳାହାଣ୍ଡି ଉତ୍ସବ " ଘୁମୁରା " -୨୩ ପାଳନ ହୋଇଯାଇଛି I ଏଥିରେ ସଭାପତିତ୍ୱ କରିଥିଲେ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା I ଅତିଥି ଭାବରେ ମଞ୍ଚାସିନ ଥିଲେ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅର୍ପିତା ବେହେରା , ବିଶିଷ୍ଟ ଶିକ୍ଷାବିତ ଡଃ. ଅଜୟ ମିଶ୍ର , ସଂସ୍କୃତି ସଂଗଠକ ଶ୍ରୀଯୁକ୍ତ ଜୟନ୍ତ କୁମାର ବେହେରା , ଉପାଧ୍ୟକ୍ଷ ଶ୍ରୀ ବିଷ୍ଣୁ ପ୍ରଧାନ , ଏ.ପି.ଡ଼ି ଶ୍ରୀଯୁକ୍ତ ବିମ୍ବାଧର ସାହୁ ଏବଂ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବଳୟ ଦେହୁରୀ  ମଞ୍ଚ ପରିଚାଳନା କରିଥିଲେ 


 ଶ୍ରୀ ସଞ୍ଜୀବ କୁମାର ସିଂହ ଏବଂ ଶ୍ରୀଯୁକ୍ତ ସୁଶୀଲ ଗହୀର I ଉକ୍ତ ଦିନ ସକାଳ ୮.୦୦ ଘ. ସମୟରେ ସ୍ଥାନୀୟ ମାଆ ମାଣିକେଶ୍ଵରୀଙ୍କ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନହଲ ପର୍ଯ୍ୟନ୍ତ ପହଞ୍ଚିଥିଲେ I ତା ପରେ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା , ଘୁମୁରା, ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତା ବିଜୟିନୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ନାରାୟଣ ସଂଗୀତ ମହାବିଦ୍ୟାଳୟର କଳାକାର ମାନଙ୍କ ଦ୍ୱାରା ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I 


 ଏହି କାର୍ଯ୍ୟକ୍ରମକୁ ସଫଳ କରିବାର ସମସ୍ତ କାଉନସିଲର ମାନଙ୍କ ଯୋଗଦାନ ଓ ଭୂମିକା ବେଶୀ ଥିଲା I ଏହି ଅବସରରେ ଏସ.ଏସ.ଜି ମହିଳା , ସ୍ୱଚ୍ଛସାଥି , ସ୍ୱଚ୍ଛ ସୁପରଭାଇଜର , ମୁନିସିପାଲିଟି କର୍ମଚାରୀ ଏବଂ ସହରର ଅନ୍ୟ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ I

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe