//BREAKING//
Loading...

କଳାହାଣ୍ଡି ଲୋକମହୋତ୍ସବ ଘୁମୁରା ର ମୂଲ୍ୟ ବୋଧ ହଜିଯାଉଥିବାର ସାମାଜିକ ଗଣମାଧ୍ୟମ ରେ ଚର୍ଚ୍ଚା ।


 

ଭବାନୀପାଟଣା:--( ତର୍ଜମା ନ୍ୟୁଜ ) କଳାହାଣ୍ଡି ଲୋକ ମହୋତ୍ସବ ମାଧ୍ୟମରେ କଳାହାଣ୍ଡି ର କୋଣ ଅନୁକୋଣ ରେ ଥିବା ପ୍ରତିଭାଧର ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ କଳାହାଣ୍ଡିର ତୃଣମୂଳ ସ୍ତରରେ ଥିବା କଳା ର ବିକାଶ ପାଇଁ ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରିବା ପାଇଁ କଳାହାଣ୍ଡି ର ଲୋକ ମହୋତ୍ସବ ର ପରିକଳ୍ପନା କରାଯାଇଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ନାମରେ ନାମିତ କରାଯାଇଥିବା କୁହାଯାଉଥିଲା । କଳାହାଣ୍ଡି ଉତ୍ସବ କଳାହାଣ୍ଡିର ଲୋକ ଉତ୍ସବ ହେବାର ପରିକଳ୍ପନା କରାଯାଇଥିବା ବେଳେ ଆଜି ଆଉ ଲୋକ ଉତ୍ସବ ହୋଇ ରହି ନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚା ହେବାରେ ଲାଗିଛି । 


ଆଜି ଆଉ ଜିଲ୍ଲାର ଆଭ୍ୟନ୍ତରିଣ ଅଞ୍ଚଳର କଳା ର ପୁନରୁତଥାନ ତ ହୋଇ ପାରୁନାହିଁ ନୂଆ ପୀଢି କୁ ସେଭଲି ସୁଯୋଗ ମଧ୍ୟ ମିଳି ପାରୁ ନ ଥିବାର କୁହା ଯାଉଛି । କଳାହାଣ୍ଡି ଲୋକଉତ୍ସବ ପାଳନ ଆରମ୍ଭ ହେବାର ପଚିଶ ବର୍ଷ ହୋଇ ଯାଇ ଥିଲେ ହେଁ କ୍ରମଶଃ ପୁରାତନ କଳା ସଂସ୍କୃତି ର ପୁନରୁତଥାନ ହେଉ ନ ଥିବା ଅଭିଯୋଗ ହେଉଛି । ଦୀର୍ଘ ବର୍ଷ ହେବ ଜିଲ୍ଲାସ୍ତର ହେଉ କି ବ୍ଲକ ସ୍ତର ହେଉ କୌଣସି କମିଟି ର ଅଦଳ ବଦଳ ହୋଇନ ଥିବା କିମ୍ବା ନୂଆ ସଭ୍ୟ ଙ୍କୁ ସାମିଲ କରାଯାଇ ନ ଥିବା କୁହା ଯାଉଛି । କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ମହୋତ୍ସବ ଆୟୋଜନ ର ମୂଳ ଉଦ୍ଦେଶ୍ୟ ର ବିଚ୍ୟୁତ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ଲୋକେ ଅନୁଭବ କରୁଥିବା ଜଳ ଜଳ କରି ସୋସିଆଲ ମିଡ଼ିଆ ରେ ଦେଖାଯାଉଛି । ପଂଚାୟତ ସ୍ତର ଠାରୁ ବ୍ଲକ ସ୍ତର ସବୁଠି ସେହି ଏକା ଅବସ୍ଥା ଦେଖାଯାଉଛି । ଜିଲ୍ଲାସ୍ତରୀୟ ମହୋତ୍ସବ ଭବାନୀପାଟଣା ଓ ଧର୍ମଗଡ ଠାରେ ପାଳନ କରାଯାଉଥିବା ବେଳେ କେବଳ ଜୁନାଗଡ ଠାରେ ବ୍ଲକ ଓ ଏନ ଏ ସି ସ୍ତର ମହୋତ୍ସବ ଏକାଠି ପାଳନ କରାଯାଉଛି, ଯାହା ଫଳରେ ସେଠାରେ କେବଳ ସହରାଞ୍ଚଳ ବ୍ୟକ୍ତି ବିଶେଷ ଙ୍କ କବଜାରେ ସେହି ମହୋତ୍ସବ ପାଳନ କରାଯାଉଥିବା ବେଳେ ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷ ଙ୍କୁ ସାମିଲ କରାଯାଉ ନାହିଁ । ଅନ୍ୟ ପକ୍ଷରେ କେସିଙ୍ଗା ଠାରେ ସହରାଞ୍ଚଳ ସ୍ତରିୟ ଉତ୍ସବ ସହିତ ବ୍ଲକ ସ୍ତର ରେ ସ୍ଵତନ୍ତ୍ର ଭାବେ ଗ୍ରାମାଞ୍ଚଳରେ କ୍ରମାନ୍ଵୟରେ ପାଳନ କରାଯାଉଥିବା ଦେଖାଯାଉଛି । ସେହିପରି ଧର୍ମଗଡ ଓ ଭବାନୀପାଟଣା ଠାରେ ସହରାଞ୍ଚଳ ସ୍ତରୀୟ, ବ୍ଲକ ସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ ଭାବେ ସ୍ଵତନ୍ତ୍ର ଉତ୍ସବ ପାଳନ କରାଯାଉ ଥିବା ଦେଖା ଯାଉଛି ଯାହା ଦ୍ବାରା ପ୍ରତ୍ୟେକ ସ୍ତରର ଲୋକେ ସେହି ଉତ୍ସବ ପାଳନ କରିବାର ସୁଯୋଗ ପାଇ ପାରୁଥିବା କୁହଯାଉଛି ।  


ବିଗତ ଦୁଇ ବର୍ଷ ବନ୍ଦ ହେବା ପରେ ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ୨୦୨୩ ଧୂମ ଧାମ ରେ ଜିଲ୍ଲାସାରା ପାଳନ କରାଯିବାକୁ ପ୍ରସାଶନ ଓ ସଂସ୍କୃତି ପରିଷଦ ନିଷ୍ପତି କରିଥିବା ବେଳେ ଗତ ୨୩ ତାରିଖ ଠାରୁ ପଂଚାୟତ ସ୍ତରରେ ଏହାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ସ୍ତରରେ ଆଗାମୀ ୧୪ ତାରିଖ ଆରମ୍ଭ ହେବାର ସ୍ଥିର କରାଯାଇଛି । ଦୁଇ ବର୍ଷ ଉତ୍ସବ ଦେଖି ପାରି ନ ଥିବା ଲୋକେ ଉତ୍ସାହିତ ହୋଇ ଥିବା ବେଳେ ଆୟୋଜନରେ ଲୋକେ ସାମିଲ ହୋଇ ପାରୁ ନଥିବା ବେଳେ ଜିଲ୍ଲାର ଲୋକ ମହୋତ୍ସବ ରୁ ଲୋକଙ୍କ ଅଂଶୀଦାର ଉଭେଇ ଯାଉଥିବା ସୋସିଆଲ ମିଡ଼ିଆ ରେ ଚର୍ଚା ହେଉଛି । ମଞ୍ଚରୁ ଆରମ୍ଭ କରି ଆୟୋଜନ ସମସ୍ତ କ୍ଷେତ୍ର ରେ ରାଜନୀତି ହେଉଥିବା ଏବଂ ମହୋତ୍ସବ ଆଳରେ ଦଳୀୟ ରାଜନୀତି ହେଉଥିବା ସୋସିଆଲ ମିଡ଼ିଆ ରୁ ଜଣା ପଡିଛି । ଏପରିକି ଜୁନାଗଡ ଲଙ୍କେଶ୍ଵରୀ ମଞ୍ଚରେ ଅତିଥି ମାନଙ୍କ ଆସନ ପଛ ପଟେ ଏକ ବଡ ଏଲ ଇ ଡି ସ୍କ୍ରିନ ଲଗାଯାଇ ସେଥିରେ ନିର୍ଦ୍ଧିଷ୍ଟ ବ୍ୟବସାୟୀ ମାନଙ୍କ ବିଜ୍ଞାପନ ପ୍ରସାରିତ କରାଯାଇଥିବା ଦେଖା ଯାଇଛି । 

କଳାହାଣ୍ଡି ଲୋକ ଉତ୍ସବ ରୁ ଏବେ ଲୋକ ଶବ୍ଦ ଉଭେଇ ଯାଇଥିବା କୁହଯାଉଛି । ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ତଥା ସହରାଞ୍ଚଳ ସବୁଠି ସେହି ଏକ ଅବସ୍ଥା । ମହୋତ୍ସବ ପାଳନ ଏବଂ ପରିଚାଳନା ଉଦ୍ଦେଶ୍ୟ ମୂଳକ ଭାବେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ ରହିଥିବା କାରଣରୁ ସ୍ଥାନୀୟ ତଥା ଜିଲ୍ଲାର ଅନେକ ବୁଦ୍ଧିଜୀବି, ପ୍ରତିଷ୍ଠିତ କଳାକାର, ସମାଜସେବୀ, ଆଦି ସ୍ବାଭିମାନୀ ବ୍ୟକ୍ତି ବିଶେଷ ଏହି ଉତ୍ସବ ରୁ ଆପଣାଛାଏଁ ଦୂରେଇ ରହୁଛନ୍ତି । ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ, ଶିକ୍ଷାବିତ, ପ୍ରତିଷ୍ଠିତ ଚାଷୀ, ସ୍ବନାମ ଧନ୍ୟ କଳାକାର, ଗବେଷକ, ସାମ୍ବାଦିକ, ଡାକ୍ତର ଭଳି ସମାଜର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି କରିବା ତ ଦୂରର କଥା ସମ୍ମାନିତ କରାଯାଉ ନାହି, ଏପରିକି ଉତ୍ସବ ପାଇଁ ନିମନ୍ତ୍ରଣ ଖଣ୍ଡେ ଦିଆଯାଉନାହିଁ । ଅନ୍ୟ ପକ୍ଷରେ କଳାହାଣ୍ଡି ଉତ୍ସବ ଲୋକଙ୍କ ମହୋତ୍ସବ, ଅଞ୍ଚଳର ଲୋକ କଳା, ଲୋକ ସଂସ୍କୃତି ର ଉତ୍ସବ କିନ୍ତୁ ଏଠାରେ ସ୍ଥାନୀୟ ଅଞ୍ଚଳର କଳାକାର ଙ୍କୁ ଲୋକ ଲୋଚନକୁ ଆଣିବା ବଦଳରେ ବିଭିନ୍ନ ଅର୍କେଷ୍ଟ୍ରା ଦଳ କୁ ସାମିଲ କରାଯାଉଛି । ଯେଉଁଠାରେ ସ୍ଥାନୀୟ ଲୋକନକୁ ସାମିଲ କରାଯାଉନାହି କିମ୍ବା ସ୍ଥାନୀୟ ଲୋକ କଳା କୁ ଗୁରୁତ୍ବ ଦିଆ ଯାଉ ନ ଥିବା ବେଳେ ଏହା କିପରି ଲୋକ ଉତ୍ସବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ ଅଞ୍ଚଳର ବିଭିନ୍ନ ଅର୍କେଷ୍ଟ୍ରା ଆଣିବା ବଦଳରେ ସ୍ଥାନୀୟ ଲୋକଙ୍କୁ ସାମିଲ କରିବା ସହିତ ସ୍ଥାନୀୟ କଳା ଓ ସଂସ୍କୃତି କୁ ଗୁରତ୍ବ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe