//BREAKING//
Loading...

କଳାହାଣ୍ଡି ପ୍ରଫେସନାଲ ଫୋଟୋଗ୍ରାଫର ସଙ୍ଘ ର ଦିନିକିଆ କର୍ମଶାଳା


କଳାହାଣ୍ଡି ପ୍ରଫେସନାଲ ଫୋଟୋଗ୍ରାଫର ସଙ୍ଘ ତରଫରୁ ଜୁନାଗଡ଼ ସ୍ଥିତ ମୋନାର୍ଚ୍ଚ ପେଲେସ ଠାରେ ସଙ୍ଘ ଉପସ୍ଥିତ ସଭାପତି ସୁଶାନ୍ତ ମୁଣ୍ଡ ସଭାପତିତ୍ୱ ରେ ପରିଚାଳନା ମୁଖ୍ୟ ଦୁଃଖିଶ୍ୟାମ ପ୍ରଧାନ ଙ୍କ ନେତ୍ରୁତରେ ପ୍ରାୟ ୫୦ ରୁ ଉର୍ଦ୍ଧ ଫୋଟୋଗ୍ରାଫରଙ୍କ ଉପସ୍ଥିତ ରେ ଫୁଜିଫିଲ୍ମ ର ଦିନିକିଆ କ୍ୟାମେରା ଚିତ୍ର ଉତ୍ତୋଲନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କର୍ମଶାଳା ରେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ ଶ୍ରୀ ମୁକେଶ ଅଗ୍ରୱାଲ ମୁଖ୍ୟଅତିଥି ଭାବରେ ଓ ବରିଷ୍ଠ ସାମ୍ବାଦିକ ତଥା କଳାହାଣ୍ଡି ସାମ୍ବାଦିକ ସଙ୍ଘ ସଭାପତି ମହମ୍ମଦ ଅଲ୍ଲୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । 

 କାର୍ଯ୍ୟକ୍ରମ ପ୍ରାରମ୍ଭରେ କଳାହାଣ୍ଡି ଜିଲ୍ଲାର ସୁନାମଧନ୍ୟ ଫୋଟୋଗ୍ରାଫର ସ୍ବର୍ଗତ ରବିନ କୁମାର ସାହୁ ଙ୍କ ପ୍ରଫେସନାଲ ଫୋଟୋଗ୍ରାଫର ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ସମ୍ପର୍କରେ ସୃତି ଚାରଣ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ରବିନ ସାହୁ ଙ୍କ ଅନ୍ତରଙ୍ଗବନ୍ଧୁ ତଥା ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ ଅତୀତର ସୃତି ଚାରଣ କରିବା ସହ କଳାଧଳା ଫୋଟୋ ଯୁଗରେ କିପରି ନିଜର ନିଷ୍ଠା ଓ କର୍ମ ତତ୍ପରତା ବଳରେ ସ୍ବର୍ଗତ ରବିନ ସାହୁ ନିଜକୁ ଜଣେ ଉଚ୍ଚ କୋଟି ର ଫୋଟୋଗ୍ରାଫର ଭାବେ ପ୍ରତିଷ୍ଠିତ କରି ଲୋକପ୍ରିୟ ହୋଇ ପାରିଥିଲେ ତାହା ମନେ ପକାଇ ଆଜି କମ୍ପୁଟର ଯୁଗରେ ଯୁବ ଫୋଟୋଗ୍ରାଫର ମାନେ ନିଷ୍ଠାପର ଭାବରେ ନିଜ ଲକ୍ଷପଥରେ ଆଗେଇବା ପାଇଁ ପ୍ରେରଣା ଦେଇଥିଲେ ।

ଏହି ଅବସରରେ ଫୂଜି ଫିଲ୍ମ କଂପାନୀ ତରଫରୁ ନୂତନ କ୍ୟାମେରା ର ଫୋଟୋଗ୍ରାଫି ର ବିଭିନ୍ନ ଟେକନିକ ଓ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି କିପରି ଜଣେ ସଫଳ ଫୋଟୋଗ୍ରାଫର ହୋଇ ପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ଥିଲେ । ଏହି ଫଟୋଗ୍ରାଫର ସଙ୍ଘ ଦାୟୀତ୍ୱ ରେ ଥିବା ଜୁନାଗଡ଼ ର ପ୍ରମୋଦ ପୁଞ୍ଜି ଙ୍କ ସହିତ ଫୋଟୋଗ୍ରାଫର ପ୍ରଦୀପ ରାଉତ, ଖିରସିନ୍ଦୁ,ବଳିରାମ,ଟିକିନୁ, ରାକ୍ଷୀ, ଶଙ୍କର ଓ ସେଠାକାର ଫୋଟୋଗ୍ରାଫର ଭାଇ ମାନେ ମିଶି ସୁଚାରୁ ରୂପେ କାର୍ମଶାଳା ର ଦାଇତ୍ୱ ବହନ କରିଥିଲେ ।ଏହି ଅବସରରେ କମ୍ପାନୀ ତରଫରୁ ଫୂଜି ଫିଲ୍ମ ରୁ ଆସିଥିବା ରାକେଶ ସୋନି*,(ଫୁଜୀ ଫିଲ୍ମ ର ପୂର୍ବ ଓଡ଼ିଶା ବିକ୍ରୀତା) *ଡିକେ ପଟ୍ଟନାୟକ* (ଟେକ୍ନିକାଲ ଆଡଭାଇଜର) ସାୟଦ୍ ଫହିମ୍* ( ଇକ୍ସ୍ ପୋର୍ଟ ଆମ୍ବସୋଡର)ମୂଜିବୁର୍ ରହେମାନ (ଓଡ଼ିଶା ଫୁଜୀ ବିକ୍ରୀୟ ମୁଖ୍ୟ )ସରୋଜ ମହାପାତ୍ର ( ଅତିଥି ମେଣ୍ଟର)ଯୋଗଦାନ କରିଥିଲେ ।ଶେଷରେଫଜି କମ୍ପାନୀ ଆସିଥିବା କର୍ମକର୍ତା ଭାଇ ମାନେ କଳାହାଣ୍ଡି ପ୍ରଫେସନାଲ ଫଟୋ ଗ୍ରାଫର ଭାଇ ମାନଙ୍କୁ ବହୁତ୍ ବହୁତ ପ୍ରଶଂସା କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe